ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଁଦିଆ ଏସବିଆଇ ଏଟିଏମ ଭାଙ୍ଗି ୨୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ ଘଟଣା ପର୍ଦାଫାଶ, ୩ ଅଭିଯୁକ୍ତ ଗିରଫ, ୪ ଫେରାର

ଢେଙ୍କାନାଳ (ମ ନି ସ )27/10 ଗତ ଅକ୍ଟୋବର ୩ ତାରିଖ ମଧ୍ୟରାତିରେ ଗଁଦିଆ ଥାନା ଅନ୍ତର୍ଗତ ବରପଦା ଶ୍ରୀରାମଚନ୍ଦ୍ରପୁର ନିକଟରେ ଥିବା ଏସବିଆଇ ଏଟିଏମ ଲୁଟ ଘଟଣାର ପର୍ଦାଫାଶ ହୋଇଛି l ଏଥିରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୪ ଅଭିଯୁକ୍ତ ଫେରାର ଅଛନ୍ତି l ସେଦିନ ରାତିରେ ଏଟିଏମ ମେସିନ ଭାଙ୍ଗି ଦୁର୍ବୁତ୍ତମାନେ 22,17,900 ଟଙ୍କା ଲୁଟି ନେଇଥିଲେ l ମାତ୍ର ଧରାପଡ଼ିଥିବା ଅଭିଯୁକ୍ତ ମାନଙ୍କ ଠାରୁ 2ଲକ୍ଷ 56 ହଜ଼ାର ଟଙ୍କା ଉଦ୍ଧାର ହୋଇଛି l ଲୁଟଟରେ ବ୍ୟବହୃତ ଲୁହା ଛେଣି ସିସିଟିଭିର ଡିଭିଆର ବକ୍ସ, ଗୋଟିଏ ମାରୁତି ଅଲ୍ଟୋ କାର, ବାଇକ ମଧ୍ୟ ଜବତ ହୋଇଛି l ଧରାପଡ଼ିଥିବା ୩ ଅଭିଯୁକ୍ତ ହେଲେ ଢେଙ୍କାନାଳ ସଦର ଥାନା କଙ୍କଡ଼ାହାଡ଼ ଗାଁର ଜିତେନ୍ଦ୍ର ନାୟକ, ଭଦ୍ରକର ଜିଲ୍ଲାର ନିର ପାଣି, ଖୋର୍ଦ୍ଧାର ରାକେଶ ଦାସ l ଆଉ ୪ ଅଭିଯୁକ୍ତ ଏବେ ବି ଫେରାର ରହିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି ଲଗାନୟାଗୀ ଦିବ୍ୟା ଭି. ସୂଚନା ଦେଇଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

କେସିଙ୍ଗା ଏନଏସି ଅଧ୍ୟକ୍ଷ ଭାବେ ବିଜେଡିର ନୃପରାଜ ଯାଦବ ବିଜୟୀ

Sunil Chandra Nayak

ପୂଜା ବାଦି ଙ୍କ କବିତା କଳ୍ପନା

Sunil Chandra Nayak

Leave a Comment

error: Content is protected !!