ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ନୂତନ ପ୍ରସ୍ତୁତି  ଶୁଭାରମ୍ଭ ହେଲା ଭିଜନ ଡକ୍ୟୁମେଣ୍ଟ ‘ମୋ ପଞ୍ଚାୟତ

ଲାଞ୍ଜିଗଡ଼,୧୫/୦୩-ବିଗତ ଦିନରେ କଳାହାଣ୍ଡି ଜିଲ୍ଲା ବ୍ଲକ ପ୍ରଶାସନ ପକ୍ଷରୁ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ନିଜସ୍ୱ କାର୍ଯ୍ୟକ୍ରମ ସ୍ୱଚ୍ଛ ଗାଁ-ସୁସ୍ଥ ଗାଁ, ସାପ୍ତାହିକ ଜନ ଅଭିଯୋଗ ଶୁଣାଣି ଶିବିର, ଗାଁ କୁ ଚାଲ ଅଭିଯାନ, ମିଶନ ସୂର୍ଯ୍ୟୋଦୟ ଲାଗୁ କରାଯାଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ତଥା ପ୍ରଶାସନକୁ ଲୋକାଭିମୁଖୀ କରାଯିବାକୁ ପ୍ରଯତ୍ନ କରାଯାଇଛି । ସେସବୁର ସଫଳତା ପରେ ବ୍ଲକ ପ୍ରଶାସନ ପକ୍ଷରୁ ନୂତନ ଜନପ୍ରତିନିଧିମାନଙ୍କ ଯୋଗଦାନ ସୁନିଶ୍ଚିତ କରି ବ୍ଲକର ସମୁଚିତ ବିକାଶ ପାଇଁ ଆଜି ଆରମ୍ଭ କରାଯାଇଛି ‘ମୋ ପଂଚାୟତ’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ବ୍ଲକର ଗ୍ରାମାଂଚଳ ଉନ୍ନତିରେ ଆଉ ଦୁଇ ପାଦ ଆଗେଇନେବାରେ ସହାୟକ ହେବ ବୋଲି ଆଜି ଏହାର ଶୁଭାରମ୍ଭ କରି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ବ୍ଲକ ପ୍ରଶାସନ ଦ୍ୱାରା ଭିଜନ ଡକ୍ୟୁମେଂଟ୍ ମୋ ପଂଚାୟତ ନାମରେ ନାମିତ ଏହି କାର୍ଯ୍ୟକ୍ରମରେ ୧୩ଗୋଟି ମୁଖ୍ୟ ବିଷୟକୁ ସଂଯୋଗ କରାଯାଇଛି । ଆସନ୍ତା ଛଅ ମାସ ମଧ୍ୟରେ ବ୍ଲକର ପ୍ରତି ପଂଚାୟତରେ ଗୋଟିଏ ଆଦର୍ଶ ଗ୍ରାମ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ । ଯେଉଁଠି ଲୋକଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ଉପଲବ୍ଧ ହୋଇପାରିବ । ଏହାସହିତ କିଛି ଆଖିଦୃଶିଆ, ସ୍ଥାୟୀ ଓ ନୂଆ ସଂଶାଧନ ସୃଷ୍ଟି କରାଯିବ । ପଂଚାୟତ କାର୍ଯ୍ୟାଳୟରେ ପ୍ରତି ମଙ୍ଗଳବାର ଦିନ ପଂଚାୟତସ୍ତରୀୟ ଅଭିଯୋଗ ଶୁଣାଣି ସୁନିଶ୍ଚିତ କରାଯିବା ସହିତ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ । ଭୌଗଳିକ ଦୃଷ୍ଟିକୋଣରୁ ଅପହଂଚ ଓ ଦୁର୍ଗମ ଗାଁ ଗୁଡିକରେ ଗାଁକୁ ଚାଲ ଅଭିଯାନ ଜରିଆରେ ଜନ ଅଭିଯୋଗ ଶୁଣାଣି କରାଯାଇ ଲୋକଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରାଯିବ । ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ଆରମ୍ଭ କରାଯିବ ‘ଜଳ ସଂପର୍କ ଅଭିଯାନ’ । ଏହାରି ଜରିଆରେ ଜଳ ସମସ୍ୟା ଥିବା ଗାଁ ଓ ଅଂଚଳ ଚିହ୍ନଟ କରି ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ ସହିତ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ । ପାନୀୟ ଜଳ ସଙ୍କଟ ଥିବା ଅଂଚଳ ପାଇଁ ବୁଲିବ ‘ଜଳ ସଂପର୍କ ରଥ ।’ ଯାହା ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ସଶକ୍ତ କରାଯିବା ସହିତ ସରକାରଙ୍କ ଦ୍ୱାରା ଜାରି ରହିଥିବା ଜୀବନଜୀବିକା କାର୍ଯ୍ୟକ୍ରମ ଓ ଜନସାଧାରଣଙ୍କ ମଧ୍ୟରେ ସେମାନଙ୍କୁ ଏକ ଯୋଗସୂତ୍ର ଭାବେ ପରିଣତ କରାଯିବ । ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଲୋକଙ୍କୁ ସଚେତନ ଓ ଶିକ୍ଷିତ କରିବାରେ ସେମାନେ ଗୁରୁଦାୟିତ୍ୱ ବହନ କରିବେ । ସରକାରଙ୍କ ବିଭିନ୍ନ ସରକାରୀ ଯୋଜନା, କାର୍ଯ୍ୟକ୍ରମରେ ଲୋକଙ୍କୁ ଉପକୃତ କରିବାକୁ ବିଭିନ୍ନ ସରକାରୀ ବିଭାଗ ସହିତ ଖୋଲାଖୋଲି ଆଲୋଚନା, ମତ ବିନିମୟ ଓ ମିଳିତ ବୈଠକ ଉପରେ ଗୁରୁତ୍ୱ ଦିଆଯିବ । ଦାଦନ ସମସ୍ୟା ରୋକିବାକୁ ତଥା ଲୋକଙ୍କୁ ମନରେଗା ଯୋଜନାରେ କାମ ଯୋଗାଇଦେବାକୁ ବ୍ଲକ ପ୍ରଶାସନର ନିଜସ୍ୱ କାର୍ଯ୍ୟକ୍ରମ ‘ମିଶନ ସୂର୍ଯ୍ୟୋଦୟ’କୁ ବ୍ୟାପକ କରାଯିବ । ପ୍ରତି ମାସରେ ପ୍ରତି ପଂଚାୟତରେ ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ନେଇ ସ୍ୱତନ୍ତ୍ର ଶିବିର ଆୟୋଜନ ପାଇଁ ପଦକ୍ଷେପ ନିଆଯିବ । ପଂଚାୟତର ନିଜସ୍ୱ ଆୟ ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବା ସହିତ ସ୍ଥାୟୀ ସଂଶାଧନ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯିବ । ପଂଚାୟତର ସମସ୍ତ ଉନ୍ନତି ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ସରପଂଚ ଓ ସମିତିସଭ୍ୟ/ସଭ୍ୟାମାନଙ୍କ ମଧ୍ୟରେ ମାସକୁ ଦୁଇଥର ପରସ୍ପର ମତବିନିମୟ କରାଯିବ । ପଂଚାୟତରେ ଥିବା ସମସ୍ତ ସ୍କୁଲରେ ଶତପ୍ରତିଶତ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ସରପଂଚ ଦୃଷ୍ଟିପାତ କରିବେ । ଯୁବବର୍ଗଙ୍କୁ ମାର୍ଗଦର୍ଶନ ସହିତ ସ୍ୱେଚ୍ଛାକୃତ ଭାବେ ସେମାନଙ୍କୁ ସାମୁହିକ କାର୍ଯ୍ୟରେ ଯୋଗଦାନ ପାଇଁ ଉତ୍ସାହିତ କରାଯିବ । ଆବଶ୍ୟକସ୍ଥଳେ ଛଅମାସରେ ଥରେ ସେମାନଙ୍କ କ୍ୟାରିୟର କାଉନସେଲିଂ ପାଇଁ ପଦକ୍ଷେପ ନିଆଯିବ । ବିଭିନ୍ନ ବର୍ଗ ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ନେଇ ଏକ ଦଶଜଣିଆ ମୋ ପଂଚାୟତ ପରାମର୍ଶଦାତା କମିଟି ଗଠନ କରାଯିବ । ପଂଚାୟତର ସାମୁହିକ ଉନ୍ନତି ପାଇଁ ସେମାନଙ୍କ ପରାମର୍ଶ ନିଆଯିବା ସହିତ କମିଟି ସଦସ୍ୟ ନିୟମିତ ଅନ୍ତରରେ ମୋ ପଂଚାୟତ କାର୍ଯ୍ୟକ୍ରମର ସମୀକ୍ଷା, ଅନୁଧ୍ୟାନ ଓ ପରାମର୍ଶ ଦେବେ ବୋଲି ଏହି କାର୍ଯ୍ୟକ୍ରମର ଦସ୍ତାବେଜରେ ଉଲ୍ଲେଖ ରହିଛି । କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ତଥା ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିଏ ଆଇଟିଡିଏ ବିରଞ୍ôଚ ନାରାୟଣ ଦରୱାନ, ସମ୍ମାନିତ ଅତିଥି ଭାବେ ମନରେଗା ଅମ୍ବୁଡସମେନ୍ ପରଂବ୍ରହ୍ମ ଯୋଷୀ, ଜିଲ୍ଲା ମନରେଗା ସଂଯୋଜକ ପାର୍ବତୀ ପଟ୍ଟନାୟକ, ମନରେଗା ସମୀକ୍ଷକ ଶଶାଙ୍କଶେଖର ଭୋଇ, ସହକାରୀ ଯନ୍ତ୍ରୀ ରେଣୁକା ଠାକୁର, ମନରେଗା ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସଞ୍ଜୀବ କୁମାର ପରିଡା ପ୍ରମୁଖ ଯୋଗ ଦେଇ ଏହାର ଶୁଭାରମ୍ଭ ଘୋଷଣା କରିଥିଲେ ।

ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ୍‌

Related posts

କିପରି ଭଗବାନ ଶିବ ସର୍ବତ୍ର ବିଦ୍ଯମାନ, ଆସନ୍ତୁ ଜାଣିବା

Sunil Chandra Nayak

ଲ୍ୟାଣ୍ଡଫଲ୍ ବେଳକୁ ଦୁର୍ବଳ ହୋଇଥିବ ବାତ୍ୟା, ବିଶିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ସୂଚନା

ଜୁନାଗଡ଼ ପୌର ଉପାଧ୍ୟକ୍ଷ୍ୟା ଭାବେ ହିମାଦ୍ରୀ ନାଏକ ନିର୍ଦ୍ୱନ୍ଦରେ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort