ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ୍ ଭଗବତ୍ ଗୀତାର ଦ୍ବାଦଶ ଅଧ୍ଯାୟର ସାରକଥା-୧୨

ଶ୍ରୀମଦ୍ ଭଗବତ୍ ଗୀତାର ଦ୍ବାଦଶ ଅଧ୍ଯାୟର ସାରକଥା-୧୨

     ଭଗବାନ ଶ୍ରୀକୃଷ୍ଣ ଏକାଦଶ ଅଧ୍ଯାୟରେ ବ୍ଯକ୍ତ ଭଗବାନଙ୍କ ଉପାସନା କରିବାକୁ ଅର୍ଜୁନ ନିଜର ସନ୍ଦେହ ମୋଚନ ନିମିତ୍ତ ଦ୍ବାଦଶ ଅଧ୍ଯାୟ ଆରମ୍ଭରେ ବ୍ଯକ୍ତ ଓ ଅବ୍ଯକ୍ତ ବ୍ରହ୍ମଙ୍କ ଉପାସକଙ୍କ ମଧ୍ଯରେ ଶ୍ରେଷ୍ଠ କିଏ ପଚାରିଲେ । ଭଗବାନଙ୍କ ଉତ୍ତର ହେଲା- ଅବ୍ଯକ୍ତ ବ୍ରହ୍ମଙ୍କ ଉପାସକ ଓ ବ୍ଯକ୍ତ ଉପାସକ ଉଭୟେ ମୋକ୍ଷର ଅଧିକାରୀ । ହେଲେହେଁ , ଅବ୍ଯକ୍ତ ଉପାସନା ଅଧିକ କ୍ଲେଶଦାୟକ । ଦେହାଭିମାନ ଦୂରହେବା ସହଜ କଥା ନୁହେଁ । ଏଣୁ ଦେହଧାରୀ ବ୍ଯକ୍ତି ମନରେ ଅବ୍ଯକ୍ତ ବ୍ରହ୍ମଙ୍କ ଧାରଣା ଜନ୍ମିବା ବହୁ ସମୟ ସାପେକ୍ଷ । ନିଷ୍କାମ କର୍ମଯୋଗୀମାନେ ଭକ୍ତିରେ ବ୍ଯକ୍ତ ଭଗବାନଙ୍କ ଶରଣାଗତ ହୋଇ ସମସ୍ତ କର୍ମ ଓ କର୍ମଫଳ ତାଙ୍କଠାରେ ସମର୍ପଣ କରି ଶୀଘ୍ର ମୁକ୍ତିଲାଭ କରିଥାନ୍ତି । ସ୍ବଭାବ ଚଞ୍ଚଳ ମନକୁ ଭଗବାନଙ୍କ ଚରଣାର ବିନ୍ଦରେ ସ୍ଥିର ରଖିବା ମଧ୍ଯ ସହଜ ନୁହେଁ । ଅଭ୍ଯାସ ଦ୍ବାରା ମନ ଏକାଗ୍ର ହୁଏ । ଯଦି ଅଭ୍ଯାସ ଦ୍ବାରା ମନକୁ ସ୍ଥିର ରଖିବା ସମ୍ଭବ ନ ହୁଏ ତେବେ ଭଗବାନଙ୍କ ଶରଣାପନ୍ନ ହୋଇ ସମସ୍ତ କର୍ମ ଓ କର୍ମଫଳ ତାଙ୍କୁ ସମର୍ପଣ କରିବା ଉଚିତ୍ । ଅଭ୍ଯାସ ଠାରୁ ଭଗବତ୍ ଜ୍ଞାନ ଶ୍ରେଷ୍ଠ , ଜ୍ଞାନ ଠାରୁ ଭଗବତ୍ ଧ୍ଯାନ ଶ୍ରେଷ୍ଠ ଏବଂ ଧ୍ଯାନ ଠାରୁ କର୍ମଫଳତ୍ଯାଗ ଶ୍ରେଷ୍ଠ ଅଟେ ।

      ଯେ ପ୍ରକୃତ ଭକ୍ତ ସେ କୌଣସି ଜୀବଙ୍କୁ ଦ୍ବେଷ କରନ୍ତି ନାହିଁ । ସେ ସମସ୍ତଙ୍କ ସହିତ ମୈତ୍ରୀପୂର୍ଣ୍ଣ , ଦାୟାର୍ଦ୍ର , କ୍ଷମାଶୀଳ , ମମତାହୀନ , ଅଂହକାର ଶୂନ୍ଯଭାବ ରଖି ଦୁଃଖସୁଖକୁ ସମାନ ମନେକରି ଚଳନ୍ତି । ଯେଉଁ ଭକ୍ତ ସର୍ବଦା ସନ୍ତୁଷ୍ଟ , ସଂଯତଚିତ , ଭଗବତ୍ ଜ୍ଞାନ ଓ ଧାରଣାରେ ଦୃଢ ଓ ଅଟା , ଭଗବାନ ଙ୍କଠାରେ ମନ ଓ ବୁଦ୍ଧି ସମର୍ପଣ କରି ହର୍ଷ , ଅମର୍ଷ , ଭୟର ଉଦବେଗରୁ ମୁକ୍ତ , ନିସ୍ପୃହ , ନିରଳସ , ଉଦାସୀନ , ସର୍ବାରମ୍ଭପରିତ୍ଯାଗୀ ଶୋକଶୂନ୍ଯ , ଆକାଙ୍କ୍ଷା ରହିତ , ଶୁଭାଶୁଭ ପରିତ୍ଯାଗୀ ଶତ୍ରୁମୁନି ମାନାପମାନ ନିନ୍ଦାସ୍ତୁତି ପ୍ରଭୃତିରେ ସମବୁଦ୍ଧି ବିଶିଷ୍ଟ , ମୌନୀ , ଗୃହରେ ମମତା ଶୂନ୍ଯ , ସ୍ଥିରମତି ସେ ଭଗବାନଙ୍କର ଅତ୍ଯନ୍ତ ପ୍ରିୟ ଅଟନ୍ତି । ଏହାକୁ ଭଗବାନ ଶ୍ରୀକୃଷ୍ଣ ଧର୍ମାମୃତ ବୋଲି କହିଛନ୍ତି ।

    ଏ ଅଧ୍ଯାୟରେ ବର୍ଣ୍ଣିତ ଭକ୍ତଲକ୍ଷଣ ସନ୍ନ୍ଯାସୀମାନଙ୍କ ପ୍ରତି ପ୍ରଯୁଜ୍ଯ ବୋଲି କେତେକଙ୍କ ଦାବୀ ଯୁକ୍ତିଯୁକ୍ତ ମନେହୁଏ ନାହିଁ । କାରଣ ଗୃହସ୍ଥ ଅର୍ଜୁନଙ୍କୁ ସନ୍ନ୍ଯାସ ଗ୍ରହଣରୁ ନିବର୍ତ୍ତାଇବା ହେଉଛି ଭଗବାନଙ୍କ ଲକ୍ଷ୍ୟ । ତେଣୁ ସେ ଯାହା କହିଛନ୍ତି ବା ଉପଦେଶ ଦେଇଛନ୍ତି ସେ ସବୁ ନିଷ୍କାମ କର୍ମଯୋଗୀଙ୍କ ପାଇଁ ଉଦିଷ୍ଟ । ଭକ୍ତିର ସହିତ ବ୍ଯକ୍ତ ଭଗବାନଙ୍କର ଉପାସନା ସହଜ ଓ ସରଳ ହୋଇଥିବାରୁ ଯେ କୌଣସି ମନୁଷ୍ୟ ପକ୍ଷରେ ଗ୍ରହଣୀୟ । ଧୀରେ ଧୀରେ ସେହି ପଥରେ ଅଗ୍ରସର ହୋଇ ଶେଷରେ ଜଣେ ମୁକ୍ତିଲାଭ କରିପାରେ ବୋଲି ଭଗବାନ ଶ୍ରୀକୃଷ୍ଣଙ୍କ ମତ । କର୍ମତ୍ଯାଗ କୁ ସେ ପସନ୍ଦ କରି ନାହାନ୍ତି ।

       ଭକ୍ତିର ବିଶେଷ ବର୍ଣ୍ଣନା ଏ ଅଧ୍ଯାୟରେ ସ୍ଥାନ ପାଇଥିବାରୁ ଅଧ୍ଯାୟର ନାମ ଭକ୍ତିଯୋଗ ରଖାଯାଇଅଛି ।

 

ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର, 

Related posts

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ବେହେରା ଗସ୍ତ

Sunil Chandra Nayak

ସାଧନା ପଣ୍ଡା ଙ୍କ କବିତା ଚିଠି

Sunil Chandra Nayak

ଗାଁ ଗାଁ ରେ ଗୁଜବ ରୁ ଦୁରେଇ ରହିବା ପାଇଁ ସଚେତନ କରୁଛନ୍ତି ସରପଞ୍ଚ

Sunil Chandra Nayak

Leave a Comment

error: Content is protected !!