ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାପାଳ – ଦାୟିତ୍ୱ ନେବା ପରେ ପ୍ରଥମେ ଜିଲାର କେସିଙ୍ଗା ପରିଦର୍ଶନ

ଭବାନିପଟଣା ତା ୨୮.୬.୨୦୨୨( ମ ନି ସ.) କଳାହାଣ୍ଡି ଜିଲ୍ଲାର ନୂତନ ଜିଲାପାଳ ପି. ଅନ୍ୱେସା ରେଡ୍ଡୀ  ଗତ ସୋମବାର ଜିଲ୍ଲାରେ ଯୋଗଦାନ କଲାପରେ ସର୍ଵ ପ୍ରଥମେ ଦ୍ଵିତୀୟ ଦିନ ମଙ୍ଗଳବାର କେସିଙ୍ଗା ବ୍ଲକର ଉତକେଲା ସ୍ଥିତ ଉଡାଯାହାଜ ପଡିଆ କୁ ପରିଦର୍ଶନ କରିଥିଲେ। ଆସନ୍ତା ଜୁଲାଇ ପ୍ରଥମ ସପ୍ତାହ ରେ ଉଡାଣ ଭରିବାକୁ ଥିବା ଉତକେଲା ଏୟାର ଷ୍ଟ୍ରୀପ କୁ ଯାଇ ପିଡବ୍ଲୁ ଡି ର ଏକଯ୍ୟୁକେଟିଭ ଇଞ୍ଜିନିୟର ଅଜିତ ବାବୁ,ଏସ.ଡ଼ି.ଓ ଭଗବାନ ସାହୁ ଙ୍କ ସହିତ ବିଷଦ ଭାବେ ଆଲୋଚନା କରିଥିଲେ। ସେଠାରୁ ସିଧାସଳଖ କେସିଙ୍ଗା ବ୍ଲକ କାର୍ଯ୍ୟାଳୟ କୁ ପରିଦର୍ଶନ କରିବା ସମୟରେ କେସିଙ୍ଗା କାର୍ଯ୍ୟାଳୟ ସମ୍ମୁଖରେ ବିଡିଓ ପ୍ରଫୁଲ୍ଲ କୁମାର ଅଦୁ,ବ୍ଲକ ଚେୟାରମେନ ଚନ୍ଦନ ସେନାପତି ,ସିଡିପିଓ ମୁଯିବୁନି ନିଶା,ସରପଞ୍ଚ ସଂଘର ସଭାପତି ସୁବୋଧ ରଣା ,ମହିଳା ଗ୍ରୁପ ପକ୍ଷରୁ କଳସ ସ୍ଥାପନ କରି ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ । କେସିଙ୍ଗା ବ୍ଲକ ର ବିଡିଓ ଚେମ୍ବର ରେ ମିଶନ ଶକ୍ତି, ମନେରେଗା ଯୋଜନା, ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟ ରେ ବିଡିଓ, ଚେୟାରମେନ, ଅତିରିକ୍ତ ଇଞ୍ଜିନିୟର, ଙ୍କ ସହିତ ଆଲୋଚନା କରିଥିଲେ। ଏନ ଏ ସିର ଅଧ୍ୟକ୍ଷ ନୃପରାଜ ଯାଦବ, ନିର୍ବାହି ଅଧିକାରିଣୀ ମିସ କିରଣ ବେହେରା ଙ୍କ ସହିତ ମଧ୍ୟ ସହରର କିକାଶ କ୍ଷେତ୍ରରେ ଆଲୋଚନା କରିଥିଲେ।ସେହିପରି ଇଡ୍କୋ ଶିଳ୍ପାଞ୍ଚଳ କୁ ମଧ୍ୟ ପରିଦର୍ଶନ କରିଥିଲେ।

କିଶନ ଶର୍ମା ଙ୍କ ରିପୋର୍ଟ

Related posts

ମହାମହିମ ରାଷ୍ଟ୍ରପତି ଙ୍କ ଶପଥ ପାଠ ମହୋତ୍ସଵକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ କାର୍ଜ୍ୟକ୍ରମ

Sunil Chandra Nayak

ମାଟି ଗାଁ ପ୍ରେମୀୟର ଲିଗ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ତରଂଜା ଚାମ୍ପିଅନ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ଅଦାଲତର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଦାବି ପତ୍ର ପ୍ରଦାନ କଲେ ଜିଲ୍ଲା ଓକିଲ ସଙ୍ଘ 

Sunil Chandra Nayak

Leave a Comment

error: Content is protected !!