ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଇବା ପାଣି ସମସ୍ୟା କୁ ନେଇ ଧୋବେଇ ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ଅବରୋଧ

ନୁଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଭାଇଁସାଦାନୀ ଗ୍ରାମପଞ୍ଚାୟତ ଅଧୀନସ୍ଥ ଧୋବେଇ ଗ୍ରାମରେ ପାନୀୟ ଜଳ ର ଅସୁବିଧା କୁ ନେଇ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଗରା,ମାଠିଆ ରଖି ରାସ୍ତା ଅବରୋଧ କରିଥିଲେ ,ଏହି ସମସ୍ୟା ଜାଣିବା ପରେ ସହାଯ୍ୟ ସେନା ର ଆବାହକ ଶ୍ରୀ ବେଣୁଧର ଜଗତ ଓ ସାମ୍ବାଦିକ ସଙ୍ଘଠନ ର ସଭାପତି ଶ୍ରୀ ବିସିକେଶନ ପଣ୍ଡା, ଓ ଅନ୍ୟାନ୍ୟ ସମ୍ବାଦିକ ବନ୍ଧୁ ମାନେ ଧୋବେଇ ଗ୍ରାମକୁ ଯାଇ ସାଙ୍ଗେ ସାଙ୍ଗେ ବ୍ଲକ ପ୍ରଶାସନ କୁ ଫୋନ ମାଧ୍ୟମରେ ରେ ଯୋଗା ଯୋଗ କରିଥିଲେ । ଫୋନ୍ ପରେ ବ୍ଲକ ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ୍ରା ଭଂଗ ହେଲା । ବୋଡେ଼ନ ଜଳ ଯୋଗାଣ ବିହାଗ ର କନିଷ୍ଠ ଯନ୍ତ୍ରୀ ଶ୍ରୀ ରତିକାନ୍ତ ବାଲମୁଚୁ କୁ ମଧ୍ୟ ଫୋନ ମାଧ୍ୟମରେ ଜୋଗାଯୋଗ କରାଯାଇଥିଲା ହେଲେ ଦୀର୍ଘ ସମୟ ପରେ ଫୋନ୍ ଗ୍ରହଣ କଲେ । ହେଲେ ପାଣି ମୋଟର ଚାଳକ ଡୋଲାମଣି କଟା ଙ୍କ ଦୁଇ ବର୍ଷର ଦରମା ସମ୍ପର୍କରେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିଲେନାହି । ରାଜ୍ୟ ସରକାର ଶୁଦ୍ଧ ପାନୀୟ ଜଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଧୋବେଇ ଗ୍ରାମ ପାଇଁ ତାହା ସାତ ସପନ ହୋଇପଡିଛି, ଜନସାଧାରଣ ଙ୍କ ସୂତ୍ର ରୁ ଜଣାପଡ଼ିଛି କି ଧୋବେଇ ଗ୍ରାମରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିନା ସୂଚନା ଫଳକରେ ଗ୍ରାମବାସୀ ଙ୍କୁ ଅନ୍ଧକାର ରେ ରଖି ଏକ ବେସରକାରୀ ସ୍ଥାନରେ ଗଭୀର କୂଅ ଖନନ କରାଯାଇଛି । ସରକାରୀ କନିଷ୍ଠ ଯନ୍ତ୍ରୀ ଙ୍କ ମନମୁତାବକ ଗ୍ରାମର ଡୋଲାମଣି କଟା ଙ୍କ ନିଜସ୍ୱ ଜମିରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ଗଭୀର କୂପ ଖନନ କରାଯାଇଛି, କିନ୍ତୁ ଧୋବେଇ ଗ୍ରାମବାସୀ ଠିକ୍ ଭାବରେ ପାଣି ନ ପାଇ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଜଳଯୋଗାଣ ଓ ପରିମଳ ବିଭାଗ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀ କଟା ଙ୍କୁ ଦୁଇବର୍ଷ ହେବ ତାଙ୍କର ପାରିଶ୍ରମିକ ମଧ୍ଯ ଦେଇନାହାନ୍ତି , ସୂଚନାଯୋଗ୍ୟ ଯେ ଶ୍ରୀ କଟାଙ୍କ ମାତ୍ର 90 ଡିସମିଲ ଜାଗାରହିଛି ଯଦି ବି ଗଭୀର କୂପ ଖୋଲାଯାଇଛି ତାହା ମଧ୍ୟ ଅର୍ଦ୍ଧସମ୍ପୂର୍ଣ୍ଣ ହୋଇଛି , ଓ ତାହାର କୌଣସି ସୂଚନା ଫଳକ ଦେଖିବାକୁ ମିଳିନାହିଁ, ଏହି ପିଇବା ପାଣି ସମସ୍ୟା ର ସମାଧାନ ନ ହେଲେ ଧୋବେଇ ଗ୍ରାମବାସୀ ଓ ସାହାଯ୍ୟ ସେନା ନୂଆପଡ଼ା ଜିଲା ତରଫରୁ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସାହାଯ୍ୟ ସେନାର ଆବାହକ ଶ୍ରୀ ଜଗତ ସୂଚନା ଦେଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ

Sunil Chandra Nayak

ଵାରହା ମାଂସ ଜବତ: ୪ ଜଣ ଅଟକ,୨ ଫେରାର

Sunil Chandra Nayak

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ 

Sunil Chandra Nayak

Leave a Comment

error: Content is protected !!