କୋଷାଗୁମୁଡା ୨୨|୦୮|( ମନିସ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ସଦର ମହକୁମା ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ରବିବାର ଦୁର୍ଗା ପୂଜା ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l କୋରନା ଯୋଗୁଁ ଦୁଇ ବର୍ଷ ଆଡମ୍ବର ସହକାରେ ପୂଜା ପାଳନ କରାଯାଇ ନ ଥିଲା I ଏଣୁ ଚଳିତ ବର୍ଷ ଧୁମ୍ ଧାମ୍ ରେ ପାଳନ ହେବ ବୋଲି ଉପସ୍ଥିତ ସଭ୍ଯ ମାନେ ମତାମତ ରଖିଥିଲେ I ଚଳିତ ବର୍ଷ ପୂଜା ପାଇଁ ଏକ କମିଟି ଗଠନ କରାଯାଇଛି l ସଭାପତି ଭାବେ ପୂର୍ବତନ ସରପଞ୍ଚ ହରିବନ୍ଦୁ ମାଝୀ, ସମ୍ପାଦକ ପୂର୍ବତନ ସମିତି ସଭ୍ୟ ମଧୁସୂଦନ ଭତ୍ରା ଓ କୋଷାଧକ୍ଷ ମୋତିଗାଁ ସମିତି ସଭ୍ୟ ତ୍ରିଲୋଚନ ଧାକଡ ଙ୍କୁ ମନୋନିତ କରାଯାଇଛି l ବୈଠକରେ ପୂର୍ବ ବର୍ଷ ର ବିବରଣୀ ପାଠ କରିଥିଲେ I ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୋଷାଗୁମୁଡା ସମିତି ସଭ୍ୟ ଲକ୍ଷଣ ପୂଜାରୀ, ଜୀବନ ଗୋଷାଲ, ଚନ୍ଦନ କୁମାର ଗୁପ୍ତା, ପ୍ରଣବ ପଟ୍ଟନାୟକ, ଦୁର୍ଗା ପୂଜା ପୂଜକ ଜିତେନ୍ଦ୍ର ଆଚାର୍ଯ୍ଯ, ଟୁଟୁ ପରିଡା, ଅନିଲ ବାଘ,ଟିକିନା,ଓ ସମସ୍ତ ସଭ୍ୟ ମାନେ ଉପସ୍ଥିତ ଥିଲେ I
କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ