ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଯଦି ସୁନ୍ଦରୀଟି‌ ହୋଇଥାନ୍ତି

ଯଦି ସୁନ୍ଦରୀଟି‌ ହୋଇଥାନ୍ତି

ଅପର୍ତ୍ତି ସେଠୀ

        (ରମ୍ୟ ରଚନା)
ହେ ଈଶ୍ୱର ବାରେ ମୋତେ ଦୟାକର
    ଦିଅ ମୋତେ ଏହି ବର,
ପୁରୁଷ ଜନ୍ମରୁ ମୁକ୍ତି ଦେଇ ମୋତେ
     ସୁନ୍ଦରୀ ଝିଅଟି କର।
ପୁରୁଷଟି ହୋଇ ମେଣ୍ଢାଭଳି ମୁହିଁ
     ସହେ ଖାଲି ଅତ୍ୟାଚାର,
     ସବୁଠାରେ ହତାଦର,
     ମିଳୁନି ଟିକେ ଆଦର।
ଭାରି ଭଲ ହୋଇଥାନ୍ତା ଯଦି
     ସୁନ୍ଦରୀଟି ହୋଇଥାନ୍ତି,
ବାଛି ବାଛି କରି ଧନୀ ଟୋକା ଦେଖି
     ମୋପ୍ରେମେ ଫସେଇ ଦିଅନ୍ତି,
ଆଙ୍ଗୁଠି ଆଗରେ ଏହି ଦୁନିଆଁକୁ
      ଉଠାବସା କରୁଥାଆନ୍ତି,
ଷ୍ଟାଇଲ ଦେଖେଇ ମାଇଲିଏ‌ ଦୂରୁଁ
      ଆଖିମାରି ଟାଣୁଥାନ୍ତି,
ଭାରି ଭଲ ହୋଇଥାନ୍ତା ଯଦି
    ସୁନ୍ଦରୀଟି ହୋଇଥାନ୍ତି….୧
ସଟ୍‌କଟ୍‌ ଜିନ୍ ଡ୍ରେସ୍ ପିନ୍ଧିବାକୁ
    ପସନ୍ଦ କରନ୍ତି ବେଶୀ,
ଲିପିଷ୍ଟିକ୍ ବୋଳି ଓଠ ନାଲି କରି
    ହୁଅନ୍ତି ଖାଣ୍ଟି ବିଦେଶୀ।
ପ୍ରେମକୁ ଆଧାର କରି ମୁହିଁ ସ୍ଵାର୍ଥ
    ଭେନିଟି‌ ମୋ ଭରୁଥାନ୍ତି‌,
ଭାରି ଭଲ ହୋଇଥାନ୍ତା ଯଦି
    ସୁନ୍ଦରୀଟି ହୋଇଥାନ୍ତି….୨
ଫେସବୁକ୍ ଠାରୁ ହ୍ଵାଟ୍‌ସଫ ଯାଏ
     ବୟ ଫ୍ରେଣ୍ଡ୍ ଖୋଜୁଥାନ୍ତି,
କାଇଦା କରିକି‌ ଫାଇଦା ମାରିକି
     ପାର୍କ, କ୍ଲବ୍, ବୁଲୁଥାନ୍ତି,
ଆଇସ୍‌କ୍ରିମ୍‌ପେପ୍ସୀ ଚକୋଲେଟ୍ ଖାଇ
     ସଭିଙ୍କ ଗେହ୍ଲୁ ହୁଅନ୍ତି,
ଭାରି ଭଲ ହୋଇଥାନ୍ତା ଯଦି 
    ସୁନ୍ଦରୀଟି ହୋଇଥାନ୍ତି….୩
କାର୍ଯ୍ୟାଳୟ ହେଉ ଭାର୍ଯ୍ଯାଳୟ କିମ୍ବା
     ବିଦ୍ୟାଳୟ ଶୌଚାଳୟ,
ଚିକିତ୍ସାଳୟ କି ଭୋଜନାଳୟରେ
      ସୁନ୍ଦରୀ ସଭିଙ୍କ ପ୍ରିୟ,
ଅଟୋବାଲାଠାରୁ ବ‌ଅସ୍‌ ପର୍ଯ୍ୟନ୍ତ
      ସବୁଠାରେ ସିଟ୍ ମିଳେ,
ମାଗଣାରେ ପୁଣି ପ୍ରେମୀ ଡ଼୍ରାଇଭର
     ବସାଏ ନିଜ ପାଖରେ।
ମୁରୁକି ହସାରେ ଆଖି ଠାର ମାରି
     ଦେହରେ ଘଷି ହୁଅନ୍ତି,
ଭାରି ଭଲ ହୋଇଥାନ୍ତା ଯଦି
   ସୁନ୍ଦରୀଟି ହୋଇଥାନ୍ତି….୪
ହଜାରେ ଆଖିର ନଜର ମୁଁ ପାଇ
     ନିଜେ ଧନ୍ୟ ହୋଇଯାନ୍ତି,
ବେଣୀ ମୋ ହଲେଇ ସାରା ଓଡ଼ିଶାକୁ
      ଚହଲାଇ ଦେଉଥାନ୍ତି,
ବେଳକାଳ‌ ଦେଖି ବୟଫ୍ରେଣ୍ଡ୍ ସବୁ
     ବଦଳେଇ ଚାଲୁଥାନ୍ତି‌,
ଭାରି ଭଲ ହୋଇଥାନ୍ତା ଯଦି
     ସୁନ୍ଦରୀଟି ହୋଇଥାନ୍ତି…..୫
କେବେ ଲିଫ୍ଟ ମାଗି ଅଜଣା ବ୍ୟକ୍ତିଙ୍କ
      ବାଇକିରେ‌ ଯେବେଯାନ୍ତି,
ପ୍ରେମ ବ୍ୟାପାରରେ ବ୍ଲାକ୍‌ମେଲ କରି
       ଅର୍ଥ ତା’ଠୁଁ ଲୁଟିନିଅନ୍ତି।
କଥା ବଢେଇଲେ ଦୁଷ୍କର୍ମ କେସ୍‍ରେ
       ନାଲି କୋଠାକୁ ଦେଖାନ୍ତି…
ଭାରି ଭଲ ହୋଇଥାନ୍ତା…୬
ଫୋଅନ‌ ରିଚାର୍ଯ‌ କରିବାକୁ କିବା
        ପ‌ଇସା ମୁଁ ସାରୁଥାନ୍ତି,
ପୁଣି ଡ୍ରେସ୍ ଆଇଟମ୍ ଫେସ୍‌ଓ୍ଵାସ୍‌କ୍ରିମ୍
      ଗିଫ୍ଟି କେତେ ପାଉଥାନ୍ତି,
କିଏ ମୋତେ ଭଲ ପାଉକି‌ ନ ପାଉ
      ସେ କଥା ଭୁଲି ଯାଆନ୍ତି,
     ଯଦି ସୁନ୍ଦରୀଟି ହୋଇଥାନ୍ତି,
ପ୍ରେକ୍ଷାଳୟ ଭାବି ଶିକ୍ଷାଳୟକୁ‌ ମୁଁ
      ରୋମାନ୍ସ ପାଇଁ ଯାଆନ୍ତି।
ସ୍ମାର୍ଟ ସିଟି ସ୍ମାର୍ଟ ଲେଡି‌ ମୁହିଁ କୋଉ
      ଗୁରୁଙ୍କୁ ଭକ୍ତି କରନ୍ତି,
ବାପାମାଆ ମୁହେଁ ଚୂନକାଳି‌ ବୋଳି
      ବରଂ ମୁଁ ଚମ୍ପଟ ମାରନ୍ତି,
ଭାରି ଭଲ ହୋଇଥାନ୍ତା ଯଦି
    ସୁନ୍ଦରୀଟି ହୋଇଥାନ୍ତି….୭

            ହେ ଈଶ୍ୱର,

ଏଇକ’ଣ ସଂଜ୍ଞା ଆଜିଏସୁନ୍ଦରୀଟିର?
ନାଇଁ ପ୍ରଭୁମୋତେ ଲାଗୁଛି ଏମିତିଡର
କାଳେ,ହେବି ଦୁଷ୍କର୍ମ କି ଅତ୍ୟାଚାର
ତେଣୁ ଯଦି ସୁନ୍ଦରୀଟି ହୋଇଥାନ୍ତି,
ବରଂପାଶ୍ଚାତ୍ୟକୁ ଭୁଲି ହିନ୍ଦୁନାରୀଟିର
        ମମତାକୁ ବୁଝିନିଅନ୍ତି,
ସ୍ନେହ, ଶ୍ରଦ୍ଧା ବାଣ୍ଟି ଚରିତ୍ରକୁ ମୋର
        ସର୍ବଦା ଅତୁଟ ରଖନ୍ତି,
ଭାରି ଭଲ ହୋଇଥାନ୍ତା ଯଦି
       ସୁନ୍ଦରୀଟି ହୋଇଥାନ୍ତି,
ଭାବ ଭକତିର‌ ଜ୍ଞାନେ ବୁଡି ରହି
       ଆପଣଙ୍କୁ ଡାକୁଥାନ୍ତି,
ଭାରି ଭଲ ହୋଇଥାନ୍ତା ଯଦି
      ସୁନ୍ଦରୀଟି‌ ହୋଇଥାନ୍ତି…..୮

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡ଼ା

  

Related posts

କୁସୁମି ବ୍ଳକର ଦୁଇ ଓସିଏସ ସଫଳ ପରୀକ୍ଷାର୍ଥୀ ବିଜେଡି ଦ୍ଵାରା ସମ୍ବର୍ଦ୍ଧିତ 

Sunil Chandra Nayak

ଉପରଚୁବୁରୀ ଗ୍ରାମର ନାବାଳକ ଗାଁ ପୋଖରୀରେ ବୁଡି ମୃତ୍ୟୁ

Sunil Chandra Nayak

ଆଇନ ଜାଣିଲେ ହିଁ ଆମେ ଘରୋଇ ହିଂସା ରୁ ନିଜକୁ ସୁରକ୍ଷିତ ରଖିପାରିବା

Sunil Chandra Nayak

Leave a Comment

error: Content is protected !!