ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମୋ ଶରୀର ଜଳେ ଯାଉ ପୁରା ଭାସି
    ଜଗତ ଉଦ୍ଧାର ହେଉ
ବନ୍ୟାରେ ପ୍ଲାବିତ ଅଞ୍ଚଳ ଜନତା
   ସାହା ହୁଅ ମହାବାହୁ।
ବିପଦର ବନ୍ଧୁ ବିପଦୁ ଉଦ୍ଧାର
    ଜନ ରକ୍ଷା କୃପା ସିନ୍ଧୁ
ଚାହିଁ ଦିଅ ଥରେ ବିପଦ ଘୁଞ୍ଚିବ
    ତୁମେ ପରା ଦୟା ବିନ୍ଦୁ।
ଆସୁ ଯେତେ ରୀପୁ ସବୁ ତଡ଼ି ଦିଅ
     ଜନ ମୁଖେ ଦିଅ ହସ
ଶାନ୍ତିର ପଥିକ ତୁମେ ଯେ ଅଟଇ
       ଖୁସିରେ କର ପ୍ରକାଶ।
ମନର ଯନ୍ତ୍ରଣା ବୁଝି ପାର ପ୍ରଭୁ
    ମୁଖରୁ ବୁଝୁଛ ନିତି
ଗୁପତେ କହୁଛ ଧର୍ଯ୍ୟ ଧରି ରୁହ
     ପାଇବ ଜୀବନ ପ୍ରୀତି।
ଅନେକ ଦୂରରୁ ଯାଉଛି ପାଖକୁ
      ଦିଅ ଥରେ ଦରଶନ
ବହୁ ଆଶା ଧରି କହିବି ମୋ କଥା
       ମୋ ଦୁଃଖ କର ନାଶନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

କନ୍ଦାଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପାଇଁ ଗ୍ରାମବାସୀଙ୍କ ଦାବି

Sunil Chandra Nayak

ଅସନ୍ତୁଷ୍ଟ ଝାଡ଼ଖଣ୍ଡ ମୁକ୍ତିମୋର୍ଚା କର୍ମିଙ୍କ ବିଭିନ୍ନ ସମସ୍ୟା ନେଇ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବୈଠକ

Sunil Chandra Nayak

ମୂଳଧର୍ମକୁ ଫେରିଲେ ତିନି ବାରଣ ପରିବାର

Sunil Chandra Nayak

Leave a Comment

error: Content is protected !!