ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ ଦିବସ ପାଳିତ 

 ଡବୁଗାଁ, 1/12 (ମ.ନି.ସ.)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି।ଏହି ସଭାରେ ମୁଖ୍ୟ ଅତିଥି କଲେଜ ର ଅଧ୍ୟକ୍ଷ ଶ୍ରୀ ଶଙ୍କର ପ୍ରସାଦ ଗନ୍ତାୟତ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀ ଗନ୍ତାୟତ କହିଥିଲେ ରକ୍ତ ଦାନ ମହା ପୁନ୍ୟ ଏଥି ସହିତ ରୋଗୀଙ୍କୁ ଘୃଣା କରନ୍ତୁ ନାହିଁ କିନ୍ତୁ ରୋଗକୁ ଘୃଣା କର । ଏଥି ସହିତ ସବୁବେଳେ ସେବା ପ୍ରତି ମନୋଭାବ ରହୁ ବୋଲି ନିଜ ମନ୍ତବ୍ୟରେ ବକ୍ତବ୍ୟ ଦେଇଥିଲେ।ଏହି ସଭାରେ ଅର୍ଥନୀତି ବିଭାଗର ଅଧ୍ୟାପକ ଶ୍ରୀ ସନ୍ୟାସୀ ସାହୁ ,ରାଜନୀତି ବିଭାଗର ଅଧ୍ୟାପକ ଶ୍ରୀ ମର୍ଦ୍ଧକ୍ଷ ନାୟକ,ଓଡ଼ିଆ ବିଭାଗର ଅଧ୍ୟାପିକା ଶ୍ରୀମତୀ ମନିସା ସରକାର, ଇଂରାଜୀ ଅଧ୍ୟାପକ ଶ୍ରୀ ମହେନ୍ଦ୍ର ଦେବର୍ପଲ୍ଲି ଯୋଗ ଦେଇଥିଲେ। ଏଥିସହିତ ପ୍ରତିବର୍ଷ ଡିସେମ୍ବର ମାସ ୧ ତାରିଖ ଦିନ ଉକ୍ତ ଦିବସକୁ ପାଳନ କରାଯାଇ ଆସୁଅଛି । ଏଥି ସହିତ ଏହି ସଭାରେ ଛାତ୍ର ଛାତ୍ରୀ ମାନେ ମଧ୍ୟ ବିଭିନ୍ନ ମନ୍ତବ୍ୟ ଦେଇଥିଲେ।ସଭା ଶେଷରେ ଓଡ଼ିଆ ବିଭାଗର ଅଧ୍ୟାପିକା ଶ୍ରୀ ମନିଷା ସରକାର ଛାତ୍ର ଛାତ୍ରୀ ଙ୍କୁ ସବୁବେଳେ ସେବା ମୂଳକ ମନୋଭାବ ରହିବା ଦରକାର ବୋଲି କହିବା ସହ ଛାତ୍ର ଛାତ୍ରୀ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜୟ କୁମାର ମିଶ୍ର ଙ୍କ କବିତା ଆମର ନଟିଆ, ବଡ଼ ଉଚ୍ଚାଟିଆ

ବିଜେଡ଼ିର ଜୋନସ୍ତରୀୟ ନୂଆଖାଇ ଭେଟଘାଟ୍‌

Sunil Chandra Nayak

ଶ୍ରୀ ଉମାକାନ୍ତ ଦାସ ଙ୍କ କବିତା ପୂଜିବି ଚରଣ

Sunil Chandra Nayak

Leave a Comment

error: Content is protected !!