ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ବୃନ୍ଦାବାହାଲ ଚାରିଛକରେ ଏଟିଏମ୍ ଉଦ୍ଘାଟିତ 

ଗୋଳାମୁଣ୍ଡା/ମସିହା/ଗୋଳାମୁଣ୍ଡା ବ୍ଲକ ସ୍ଥିତ ବୃନ୍ଦାବାହଲ ଚାରିଛକରେ ଏଟିଏମ ଉଦ୍ଘାଟନୀ ଉତ୍ସବରେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତିନିଧି ଭାବେ ବୃନ୍ଦାବାହାଲ ସରପଞ୍ଚ ଇଂ ଦିନେଶ କୁମାର ରାଉତ, ଗୋଲାମୁଣ୍ଡା ଜୋନ୍‌ ନଂ.୧ ର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀମତୀ ହେମାଙ୍ଗିନୀ ରାଉତ, ଧର୍ମଗଡ଼ ଉପଖଣ୍ଡ ଏସ. ବି.ଆଇ ସି.ଏମ୍.ଏସ୍ ( ଏଟିଏମ୍) ଶାଖା ସଂଯୋଜକ ଶ୍ରୀଯୁକ୍ତ ଉଦିତ କୁମାର ପଣ୍ଡା, ଦେବରାଜ ରାଉତ, ଗଣ୍ଡାମେର ଗ୍ରା:ପ ସରପଞ୍ଚ ପ୍ରତିନିଧ୍ୱ ବୃନ୍ଦାବନ ନାଏକ, ନବରନ୍ ରାଉତ, ଦେବେନ୍ଦ୍ର ରାଉତ, ଦଶମୁ ରାଉତ, ନୃପରାଜ ମେହେର, ୱାର୍ଡ ମେମ୍ବର ସୁନୀଲ ରାଉତ, ହିମାଦ୍ରୀ ରାଉତ, ଜିତେନ୍ଦ୍ର ନାଏକ ପ୍ରମୁଖ ଅନେକ ମାନ୍ୟଗଣ୍ୟ ଲୋକ ଉପସ୍ଥିତ ରହିଥିଲେ। ଜରୁରୀ ସମୟରେ ଟଙ୍କା ଉଠାଣ କାର୍ଯ୍ୟ ପାଇଁ ବୃନ୍ଦାବାହାଲ, ଗଣ୍ଡାମେର ପଞ୍ଚାୟତ ତଥା ଆଖପାଖ ଅଂଚଳର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଲୋକଙ୍କୁ ଟଙ୍କା ଉଠେଇବା ପାଇଁ ପାଖାପାଖୁ ୧୦ ରୁ ୧୫ କିମି ଦୂରରେ ଥିବା ଗୋଲାମୁଣ୍ଡା, ଫରଙ୍ଗ, ଧର୍ମଗଡ଼ ଆଦି ଏଟିଏମ୍ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ସେଥିପାଇଁ ଲୋକଙ୍କ ସୁବିଧା ନିମନ୍ତେ ଦିର୍ଘ ଦିନରୁ ବୃନ୍ଦାବାହାଲ ଗ୍ରାମରେ ଏକ ଏଟିଏମ୍ ସ୍ଥାପନ ପାଇଁ ଦାବି ହୋଇଆସୁଥିଲା । ତେବେ ଏହି ୫ ନୂତନ ଏଟିଏମ୍ ସ୍ଥାପନ ଯୋଗୁ ବୃନ୍ଦାବାହାଲ ପଞ୍ଚାୟତ, ଗଣ୍ଡାମେର ପଞ୍ଚାୟତ ତଥା ଚିଚିଆ ଦଶପୁର ଆଦି ପଞ୍ଚାୟତର ଅନେକ ଲୋକ ଉପକୃତ ହୋଇପାରିବେ। ଏକ ଏଟିଏମ୍ ସ୍ଥାପନ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ହୋଇ ରହିଥିବା ବେଳେ ଏଟି ଏମ୍ ସ୍ଥାପନ ପରେ ଅଞ୍ଚଳବାସୀ ବେଶ ଖୁସି ପ୍ରକଟ କରିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ,

Related posts

ତେରେସିଂହା ଶାଖାରେ ୟୁ.ଜି.ବି ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ବନ୍ଧା ଗାଁରେ ଶ୍ରୀରାମ ନବମୀ ଉପଲକ୍ଷେ ଅଷ୍ଟପ୍ରହରୀ ନାମ ଯଜ୍ଞ ଆୟୋଜିତ

Sunil Chandra Nayak

ଫାଇନାନ୍ସ ଦେବା ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ, କୋକସରା ଥାନାରେ ଯୁବକ ଅଟକ

Sunil Chandra Nayak

Leave a Comment

error: Content is protected !!