ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଳିତ କଳା କେନ୍ଦ୍ର, ଆସାମ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ 

ଯୁବ ଚିତ୍ର ଶିଳ୍ପୀ ସ୍ମୃତି ରଞ୍ଜନ ପାଇଲେ ସମ୍ମାନଜନକ ରାଜା ରବି ବର୍ମା ସ୍ଵର୍ଣ୍ଣ ପଦକ ପୁରସ୍କାର ।

ଧର୍ମଗଡ:

ଗୌହାଟୀ ସ୍ଥିତ ଲଳିତ କଳା କେନ୍ଦ୍ର, ଆସାମ ପକ୍ଷ ରୁ ଆୟୋଜିତ ଆନ୍ତର୍ଜାତୀୟ ଚିତ୍ର କଳା ପ୍ରଦର୍ଶନ ରେ ସଫଳତା ହାସଲ କରିଛନ୍ତି ଭବାନୀପାଟଣା ର ଯୁବ ଚିତ୍ରଶିଳ୍ପୀ ସ୍ମୃତିରଞ୍ଜନ ବେହେରା । ଆନ୍ତର୍ଜାତୀୟ ସ୍ଥର ରେ ହୋଇଥିବା ଏହି ଅନଲାଇନ୍ ଚିତ୍ରକଳା ପ୍ରସ୍ତୁତି ରେ ତାଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ରକଳା ଉଚ୍ଚ ପ୍ରଶଂସିତ ହେବା ସହ ତାଙ୍କୁ ଏହି ସଫଳତା ପାଇଁ ସମ୍ମାନ ଜନକ ରାଜା ରବି ବର୍ମା ଆନ୍ତର୍ଜାତୀୟ ସ୍ଵର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଛି । 

      ସମ୍ପ୍ରତି ଧଉଳି ଆର୍ଟ କଲେଜ ଭୁବନେଶ୍ଵର ର ଛାତ୍ର ଥିବା ସ୍ମୃତିରଞ୍ଜନ ଭବାନୀାଟଣା ସହର ନିବାସୀ ପିତା କିଶୋର ଚନ୍ଦ୍ର ବେହେରା ଓ ମାତା ମେନକା ବେହେରା ଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି । ସ୍ମୃତିରଞ୍ଜନ ପିଲାଟିଦିନ ରୁ ଚିତ୍ର ଆଙ୍କିବା ପ୍ରତି ଆଗ୍ରହୀ ଥିଲେ । ୨୦୧୪ ମସିହା ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୧୨୫ ତମ ଜନ୍ମ ବାର୍ଷିକୀ ପ୍ରତିଯୋଗୀତା, ୨୦୧୫ ରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଚିତ୍ରକଳା ପ୍ରତିଯୋଗୀତା, ୨୦୧୬ କଳାହାଣ୍ଡି ଉତ୍ସବ ରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପ୍ରତିଯୋଗୀତା ପ୍ରଭୃତି ରେ କୃତିତ୍ୱ ହାସଲ କରି ପୁରସ୍କୃତ ହେବା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । କେବଳ ଜିଲ୍ଲା ସ୍ଥର ନୁହେ ରାଜ୍ୟ ସ୍ଥର ରେ ମଧ୍ୟ ସେ ବେଶ୍ କୃତିତ୍ୱ ଅର୍ଜନ କରିଛନ୍ତି । ଓଡ଼ିଶା ରାଜ୍ୟ ସରକାରଙ୍କ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ ୨୦୧୮, ୨୦୧୯ ଆୟୋଜିତ ଚିତ୍ରକଲା ପ୍ରତିଯୋଗିତା , ବିଶ୍ଵ ପରିବେଶ ଦିବସ, ବିଶ୍ଵ ରେଡକ୍ରସ ଦିବସ ପ୍ରଭୃତି ପ୍ରତିଯୋଗୀତା ରେ କୃତିତ୍ୱ ଅର୍ଜନ କରି ଛନ୍ତି । ସେହିପରି ଭାରତୀୟ କୃଷି ଗବେଷଣା ପରିଷଦ ପକ୍ଷରୁ କୃଷି ଶିକ୍ଷା ଦିବସ, ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସର ରେ ଆୟୋଜିତ ଚିତ୍ର କଳା ପ୍ରତିଯୋଗୀତା, ଅନ୍ତର୍ଜାତୟ ଧଉଳି ଆର୍ଟ ଫେଷ୍ଟିଭାଲ ପ୍ରତିଯୋଗୀତା ରେ ମଧ୍ୟ କୃତିତ୍ୱ ହାସଲ କରି କଳାହାଣ୍ଡି ଜିଲ୍ଲା କୁ ଗୌରବାନ୍ୱିତ କରିଛନ୍ତି । ସମ୍ପ୍ରତି ଲଳିତ କଳା କେନ୍ଦ୍ର ଆସାମ ପକ୍ଷରୁ ଆନ୍ତର୍ଜାତୀୟ ଚିତ୍ର କଳା ପ୍ରଦର୍ଶନୀ ରେ ସ୍ୱର୍ଣ୍ଣ ପଦକ ପୁରସ୍କାର ଲାଭ କରି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ବହୁମୁଖୀ ଜଳସେଚନ ପ୍ରକଳ୍ପ, ବିଦ୍ୟାଳୟ ରୁପାନ୍ତରଣ ଏବଂ ବିଦ୍ୟାଳୟରେ ସୌର-ଶକ୍ତି ବ୍ୟବସ୍ଥା ର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା

Sunil Chandra Nayak

କବି ରାମ ଚନ୍ଦ୍ର ମହାନ୍ତି ଙ୍କ କବିତା – ଭକ୍ତର ବାନ୍ଧବ ବୋଲି

Sunil Chandra Nayak

ଟ୍ରକ୍ ଚାପା ରେ  ଦାଦନ ଶ୍ରମିକଙ୍କ ମୃତ୍ୟୁ , ଗାଁ କୁ ଫେରିଲା ଶବ , କରାଗଲା ଅନ୍ତିମ ସଂସ୍କାର

Sunil Chandra Nayak

Leave a Comment

error: Content is protected !!