ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଞ୍ଚ ଦଫା ଦାବି ନେଇ ସ୍ବାସ୍ଥ୍ୟକର୍ମୀଙ୍କ ଦାବିପତ୍ର ପ୍ରଦାନ

ଡାବୁଗାଁ, 28/11 (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ବହୁମୁଖୀ ସ୍ବାସ୍ଥ୍ୟ କର୍ମଚାରୀ ଏବଂ ବହୁମୁଖୀ ସ୍ଵାସ୍ଥ୍ୟ ପରିଦର୍ଶକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥଲା। ଡାବୁଗାଁ ବ୍ଲକ ସ୍ଵାସ୍ଥ୍ୟ ମହାସଂଘର ସଭାପତି ଗୋବିନ୍ଦ ଚନ୍ଦ୍ର ସରକାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବହୁମୁଖୀ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ପରେ ବହୁମୁଖୀ ସ୍ବାସ୍ଥ୍ୟ କର୍ମଚାରୀ ମାନେ ସେଣ୍ଟ୍ରାଲ ନର୍ସରି ଠାରୁ ଏକ ବିରାଟ ଶୋଭାଯାତ୍ରା କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପହଞ୍ଚି ଥିଲେ। ସେଠାରେ ପାଞ୍ଚ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଡାବୁଗାଁ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଶୁଭାଶିଷ ସାହୁ ଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ରରେ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀଙ୍କ କ୍ୟାଡର ପୁନ ଗଠନ, ୦୩-୧୧-୨୦୨୦ ତାରିଖରେ ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତିହାର, ଠିକା କର୍ମଚାରୀ ମାନଙ୍କୁ ନିୟମିତ କରିବା, ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ଓ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକଙ୍କ ପଦବୀର ନାମ ପରିବର୍ତ୍ତନ, ପୋଷାକ ଭତ୍ତା ବାର୍ଷିକ ୫ ହଜାର ଟଙ୍କା ପ୍ରଦାନ ଭଳି ଦାବି ଉଲ୍ଲେଖ ରହିଥିଲା। ସେହିପରି ଏହି ସବୁ ଦାବି ପୂରଣ ନହେଲେ ଆସନ୍ତା ମାସ ଡିସେମ୍ବର ୧୪ ତାରିଖ ଠାରୁ ଅସହଯୋଗ ଆନ୍ଦୋଳନ କରାଯିବ। ଯଦି ଆସନ୍ତା ମାସ ୨୧ ତାରିଖ ସୁଦ୍ଧା ଦାବି ଗୁଡିକ ପୁରଣ ନହେଲେ ୨୨ ତାରିଖ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ସଭାପତି ଗୋବିନ୍ଦ ଚନ୍ଦ୍ର ସରକାର, ମାନସ ରଞ୍ଜନ ସାହୁ, ସୁବାସ ମାଣ୍ଡୋଇ, ଆରତୀ ପଟ୍ଟନାୟକ, ରୋଜାଲିନ ସ୍ଵାଇଁ, ସଞ୍ଜୁକ୍ତା ବେହେରା, ସବିତା ମିଶ୍ର, ମଞ୍ଜୁଲତା ସାହୁ, ଆରତୀ ପାଢ଼ୀ, ମାୟାରାଣୀ ସରକାର ପ୍ରମୁଖ ସହ୨୦ ରୁ ଉର୍ଦ୍ଧ୍ବ ସ୍ଵାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନର୍ଲାରେ ଡ୍ରେନ ବ୍ୟବସ୍ଥା ଥାଇ ରାସ୍ତାରେ ଜମୁଛି ପାଣି

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଆଦର୍ଶବାଦ

Sunil Chandra Nayak

କୋକସରା ବ୍ଳକ – ୭୭.୭୫,ଧର୍ମଗଡ ବ୍ଳକ – ୮୨.୯୯ ଓ ଜୟପାଟଣା ବ୍ଳକରେ – ୭୭.୩୧ ମତଦାନ

Sunil Chandra Nayak

Leave a Comment

error: Content is protected !!