ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି କୁଲତା ସମାଜର ଦ୍ୱିତୀୟ ବାର୍ଷିକ ଅଧିବେଶନ ଅନୁଷ୍ଠିତ 

ରୁପ୍ରା, ୨୩/୧୦ (ମନୀସ ) : ନର୍ଲା ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ( ବୋରିଂପଦର) ଗ୍ରାମରେ ଭାରଦ୍ୱାଜ ଗୋତ୍ରୀ ଭୋଇ ବଂଶର ଦ୍ୱିତୀୟ ବାର୍ଷିକ ଅଧିବେଶନ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣରୁ ୪୦୦ଜଣ ଭୋଇ ବଂଶଧର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ବଂଶ ସୁରକ୍ଷା ଅଧ୍ୟକ୍ଷ କେଶବ ଚନ୍ଦ୍ର ବିଶ୍ୱାଳ ଯୋଗଦେଇଥିଲେ। ଭାରଦ୍ୱାଜ ଗୋତ୍ରୀ ଭୋଇ ବଂଶର ସଭାପତି ସଂଜୀବ ଭୋଇ, ସମ୍ପାଦକ ଶରତ ଚନ୍ଦ୍ର ଭୋଇ ଓ ସଂଯୋଜଳ ବିଜୟ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ଉକ୍ତ ଅଧିବେଶନରେ ବଂଶଧରଙ୍କ ପରିଚୟ ପ୍ରଦାନ, ଇଷ୍ଟ ଦେବାଦେବୀଙ୍କ ପୂଜାର୍ଚ୍ଚନା, ଆୟବ୍ୟୟ ଉପସ୍ଥାପନା ଏବଂ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଭୋଇ ବଂଶର ବରିଷ୍ଠ କଳାକାର ଜଗୁଲାଲ ଭୋଇଙ୍କ ତତ୍ୱାବଧାନରେ ସରିଆଁ ଗ୍ରାମର ବଂଶଧର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା ବିଜୟ ଭୋଇ କରିଥିବା ବେଳେ ଥବିର ଭୋଇ ,ମୁରଲୀ ଭୋଇ, ବାଳକୃଷ୍ଣ ଭୋଇ, ମନମୋହନ ଭୋଇ, ଜୀବର୍ଦ୍ଧନ ଭୋଇ, ନରହରି ଘନଶ୍ୟାମ ଭୋଇଙ୍କ ସମେତ ଅଧିବେଶନ ଆୟୋଜିତ କରିଥିବା ଗୋପୀନାଥପୁର ଗ୍ରାମର ବଂଶଧର ମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଜୟ ଭୋଇ ଧନ୍ୟବାଦ ଦେଇ ସଭାସାଙ୍ଗ କରାଯାଇଥିଲା ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

କଲମପୁର ବ୍ଲକ ଅନ୍ତର୍ଗତ ତିନୋଟି ପେକ୍ସ ରେ ତିନି ଉପସଭାପତି ପଦ ପାଇଁ ଜଣେ ଜଣେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି

ଅଭିଯୋଗ ପରେ ଆରମ୍ଭ କଲା ଭିଜିଲାନ୍ସ ତଦନ୍ତ

Sunil Chandra Nayak

ନାଳ ମଧ୍ୟରୁ ମାନସିକ ଅନଗ୍ରସର ଯୁବକ ଉଦ୍ଧାର : ଅଳ୍ପକେ ବଞ୍ଚିଗଲା ଜୀବନ

Sunil Chandra Nayak

Leave a Comment

error: Content is protected !!