ଜଣାଣ
ସହଦେବ ପରିଡ଼ା
ହେ ମଣିମା ହେଉ ହେ ଗୂହାରୀ ଶୁଣିମା
ଜୀଵନ ଜଞ୍ଜାଳ ବିଷମ ଜଗତେ
ତୁମକୁ ମୁଁ ବୁଝି ପାରୂନି
ବୟସର ସୂର୍ଯ୍ୟ ଅସ୍ତହେବା ପୂର୍ବରୁ
ତୁମକୁ ଭଜି ପାରୁ ନି
ହେ,,, ମଣିମା ହେ,,, ମଣିମା।।
କରମ କଷଣେ ପିଡିତ ମୁଁ ସଦା
ଭଜିଵାକୁ ବେଳ ପାଉନି
ମୁଁ ମୋର ଭାଵ ଛନ୍ଦି ପକାଉଛି
ଅହଂକାର ମୋର ଯାଉନି
ହେ,,, ମଣିମା ହେ ମଣିମା ।।
ଶୁଣିଛି ଗୀତାରେ ଆଉ ଭାଗବତରେ
ତୁମକୁ ଯେ ଜାଣି ପାରିନି
ମଣିଷ ଜନମ ତାର ବୃଥା ହୁଏ ରେ
କିପରି ଭଜିବି ଜାଣୁନି
ହେ,,, ମଣିମା ହେ ମଣିମା।।
ଅନ୍ତିମ ସମୟେ ତୁମେ ସାହା ହେଲେ
ଆଉ ଥରେ ପାରେ ଜନମି
ତୁମେ କୃପା କଲେ ମଣିଷ ହୋଇ ମୁଁ
ତୁମ ପାଦ ପ୍ରଭୁ ସେବି
ହେ ମଣିମା ହେ ମଣିମା।।
କୋଶାଗୁମୁଡ଼ା