ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହଦେବ ପରିଡ଼ା ଙ୍କ କବିତା ଜଣାଣ

ଜଣାଣ

ସହଦେବ ପରିଡ଼ା

ହେ ମଣିମା ହେଉ ହେ ଗୂହାରୀ ଶୁଣିମା
ଜୀଵନ ଜଞ୍ଜାଳ ବିଷମ ଜଗତେ
ତୁମକୁ ମୁଁ ବୁଝି ପାରୂନି
ବୟସର ସୂର୍ଯ୍ୟ ଅସ୍ତହେବା ପୂର୍ବରୁ
ତୁମକୁ ଭଜି ପାରୁ ନି
ହେ,,, ମଣିମା ହେ,,, ମଣିମା।।
କରମ କଷଣେ ପିଡିତ ମୁଁ ସଦା
ଭଜିଵାକୁ ବେଳ ପାଉନି
ମୁଁ ମୋର ଭାଵ ଛନ୍ଦି ପକାଉଛି
ଅହଂକାର ମୋର ଯାଉନି
ହେ,,, ମଣିମା ହେ ମଣିମା ।।
ଶୁଣିଛି ଗୀତାରେ ଆଉ ଭାଗବତରେ
ତୁମକୁ ଯେ ଜାଣି ପାରିନି
ମଣିଷ ଜନମ ତାର ବୃଥା ହୁଏ ରେ
କିପରି ଭଜିବି ଜାଣୁନି
ହେ,,, ମଣିମା ହେ ମଣିମା।।
ଅନ୍ତିମ ସମୟେ ତୁମେ ସାହା ହେଲେ
ଆଉ ଥରେ ପାରେ ଜନମି
ତୁମେ କୃପା କଲେ ମଣିଷ ହୋଇ ମୁଁ
ତୁମ ପାଦ ପ୍ରଭୁ ସେବି
ହେ ମଣିମା ହେ ମଣିମା।।

କୋଶାଗୁମୁଡ଼ା

Related posts

ପାପଡାହାଣ୍ଡି ବ୍ଲକ ସଦର ମହକୁମା ସମସ୍ତ ସାହି ରାସ୍ତା ଅବସ୍ଥା ଶୋଚନୀୟ 

Sunil Chandra Nayak

ବୃଦ୍ଧ ଙ୍କ ଆତ୍ମହତ୍ୟ

Sunil Chandra Nayak

ବାଲେଶ୍ବର – ମୁନିସମାଜ ପକ୍ଷରୁ ବୃକ୍ଷରୋପଣ

Leave a Comment

error: Content is protected !!