ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ବିଦେଶ

ଆମ ସଙ୍ଗେ ଦୁଷ୍କର୍ମ କରନାହିଁ: ‘କାନ୍‌ସ୍‌ ରେଡ୍‌ କାର୍ପେଟ୍‌’ରେ ପ୍ରତିବାଦ ପ୍ରଦର୍ଶନ କଲେ ଅର୍ଦ୍ଧନଗ୍ନ ଯୁବତୀ

କାନ୍‌ସ୍‌ ଚଳଚ୍ଚିତ୍ର ଉତ୍ସବ’ରେ ଦେଖିବାକୁ ମିଳିଛି ରୁଷ ଓ ୟୁକ୍ରେନ ଯୁଦ୍ଧର ପ୍ରତିଫଳ | ‘ଆମ ସଙ୍ଗେ ଦୁଷ୍କର୍ମ କରନାହିଁ’ ଲେଖା ଥାଇ ୟୁକ୍ରେନୀୟ ପତାକା ରଙ୍ଗରେ ରଞ୍ଜିତ ଶରୀର ପ୍ରଦର୍ଶନ କରିଛନ୍ତି ଜଣେ ଯୁବତୀ |ଶୁକ୍ରବାର ଦିନ ‘କାନ୍‌ସ୍‌ ଚଳଚ୍ଚିତ୍ର ଉତ୍ସବ’ର ଲାଲ୍‌ ଗାଲିଚାରେ ଜଣେ ଯୁବତୀ ଅନାବୃତ ହୋଇ ଏକକ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।

ନିରାପତ୍ତା ରକ୍ଷୀମାନେ ଘଟଣାସ୍ଥଳରୁ ତାଙ୍କୁ ଉଠାଇ ନେବା ପୂର୍ବରୁ ଲାଲ୍‌ ରଙ୍ଗରେ ରଞ୍ଜିତ ଅନ୍ତର୍ବାସ ପିନ୍ଧିଥିବା ପ୍ରତିବାଦକାରିଣୀ ଯୁବତୀଜଣକ ଚିତ୍କାର କରିବା ସହ ଫଟୋଗ୍ରାଫର୍‌ମାନଙ୍କୁ ‘ପୋଜ୍‌’ ଦେଇଥିଲେ।ଏଥିଯୋଗୁଁ, ଜର୍ଜ ମିଲର୍‌ଙ୍କ ‘ଥ୍ରି ଥାଉଜାଣ୍ଡ୍‌ ଇୟର୍ସ ଅଫ୍‌ ଲଞ୍ଜିଙ୍ଗ୍‌’ ଚଳଚ୍ଚିତ୍ରର ‘ପ୍ରିମିୟର୍‌’ରେ ଯୋଗ ଦେବାକୁ ଟିଲ୍‌ଡା ସ୍ବିନ୍‌ଟନ୍‌ ଏବଂ ଆଇଡ୍ରିସ୍‌ ଏଲ୍‌ବାଙ୍କ ସମେତ ସାନ୍ଧ୍ୟ ବେଶପୋଷାକ ସାଜି ଆସିଥିବା ଅତିଥିମାନଙ୍କ ପରେଡ୍‌ ସ୍ବଳ୍ପ ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଛନ୍ତି, ପୂର୍ବରୁ ରୁଷ୍‌ ସୈନିକମାନଙ୍କଦ୍ବାରା ଅଧିକୃତ ଅଞ୍ଚଳଗୁଡ଼ିକରେ ସାନ ପିଲାମାନଙ୍କୁ ଯୌନଉତ୍ପୀଡ଼ନ ଦିଆଯିବା ସମେତ ବହୁସଂଖ୍ୟାରେ ଦୁଷ୍କର୍ମ କରାଯାଇଛି ବୋଲି ଗତ ମାସରେ ତଦନ୍ତକାରୀମାନେ ରିପୋର୍ଟ ପାଇଛନ୍ତି।

ପୂର୍ବରୁ ଅଭିନୟ କରୁଥିବା ଜେଲେନ୍‌ସ୍କି ମଙ୍ଗଳବାର ଦିନ ‘କାନ୍‌ସ୍‌ ଉଦ୍‌ଘାଟନୀ ସମାରୋହ’ରେ ୟୁକ୍ରେନ୍‌କୁ ସହାୟତା କରିବା ଲାଗି ଭିଡିଓ ବାର୍ତ୍ତା ଜରିଆରେ ନିବେଦନ କରିଥିଲେ। ୟୁକ୍ରେନ୍‌ରେ ଚାଲିଥିବା ଯୌନହିଂସା ବିରୋଧରେ ଉକ୍ତ ଯୁବତୀଜଣକ ପ୍ରତିବାଦ ପ୍ରଦର୍ଶନ କରୁଥିଲେ। ତୁରନ୍ତ କାନ୍‌ସ୍‌ ନିରାପତ୍ତା ରକ୍ଷୀମାନ‌େ ଧାଇଁ ଆସି ତାଙ୍କୁ ଗୋଟାଏ କୋଟ୍‌ରେ ଆବୃତ କରି ଲାଲ୍‌ ଗାଲିଚାରୁ (ରେଡ୍‌ କାର୍ପେଟ୍‌) ନେଇ ଯାଇଥିଲେ।

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ)ରିପୋର୍ଟ….

Related posts

ପ୍ରଥମ ଥର ଜଣେ ୪ ବର୍ଷର ଶିଶୁ ବାର୍ଡ ଫ୍ଲୁରେ ହେଲା ସଂକ୍ରମିତ

Sunil Chandra Nayak

ଧର୍ମଗୁରୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…

Sunil Chandra Nayak

ତୁର୍କୀ ଓ ସିରିୟାରେ ଭୟଙ୍କର ଭୂକମ୍ପ…  ଗଲାଣି ୮ହଜାରରୁ ଅଧିକ ଜୀବନ, ଏବେ ବି ଧ୍ୱଂସ ସ୍ତୁପ ତଳେ ଫସିରହିଛନ୍ତି ହଜାର ହଜାର ଲୋକ

Sunil Chandra Nayak

Leave a Comment

error: Content is protected !!