ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟ୍ରେନ ଭିତରେ ଚାଳିଛି ଶିକ୍ଷାଦାନ

କୋକସରା ୦୬/୦୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଆଦିବାସୀ ଗାଁ ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ରୂପରେଖ ଦୂରରୁ ଦେଖିଲେ ଯିଏ କେହି ମଧ୍ୟ ଘଡ଼ିଏ ସ୍କୁଲ କୁ ନ ଦେଖି ରହି ପାରିବେ ନାହିଁ। ଦୂରରୁ ଟ୍ରେନ ସଦୃଶ ଦେଖାଯାଉଛି ସ୍କୁଲ ଓ ସେହି ଟ୍ରେନ ସଦୃଶ୍ୟ ଶ୍ରେଣୀ କୋଠରୀ ଭିତରେ ଚାଲିଛି ପ୍ରାଥମିକ ବିଦ୍ୟାଳୟ । ହୁଏତ ଆପଣଙ୍କୁ କଥାଟି ଅଡ଼ୁଆ ଅଡ଼ୁଆ ଲାଗିପାରେ ହେଲେ ଏମିତି କିଛି ପରିକଳ୍ପନା କରିଛନ୍ତି ଦୁର୍ଗମ ଉପାନ୍ତ ଅଞ୍ଚଳ ରେ ସ୍କୁଲ ରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି । ବିରିମୁହାଣ ରେ ଥିବା ସ୍କୁଲ ରେ ଏବେ ବିରିମୁହାଣ, କାଦୋମଲି, ଆନ୍ଧିଝରଣ, ସର୍ଗିପାନୀ ଗାଁ ର ୧୧୩ ଜଣ ଛାତ୍ର ଛାତ୍ରୀ ପଢୁଛନ୍ତି । ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ବିରିମୁହାଣ ଗାଁ ର ଏହି ଉପାନ୍ତ ବିଦ୍ୟାଳୟ ସମସ୍ତ ଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି। ଶିକ୍ଷକ ମାନେ ମଧ୍ୟ ପିଲାଙ୍କୁ ଶିକ୍ଷା ପାଇଁ ପ୍ରୋତ୍ସାହିତ କରୁଥିବା ସହ ପିଲାଙ୍କ ପାଇଁ ପାନୀୟ ଜଳ ପାଇଁ ବିଶୁଦ୍ଧ ଏକ୍ବାଗାଡ଼ ଲଗାଇଛନ୍ତି। ସ୍କୁଲରେ ଶୈକ୍ଷିକ ବାତାବରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି। ବିଗତ ୨ ବର୍ଷ କୋଭିଡ ପରେ ସ୍କୁଲ ର ନୂତନ କଳେବର ଦେଖି ଛାତ୍ର ଛାତ୍ରୀ, ଅଭିଭାବକ, ସ୍ଥାନୀୟ ଗ୍ରାମବାସୀ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। ଛାତ୍ର ଛାତ୍ରୀ ମଧ୍ୟ ଉତ୍ସାହ ର ସହ ସ୍କୁଲ ଆସୁଥିବା କହିଛନ୍ତି ସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି। ତେବେ ସ୍କୁଲ ରେ ପାଚେରୀ ନ ଥିବା କାରଣରୁ ସ୍କୁଲ ର ପରିବେଶ ନଷ୍ଟ ହେଉଥିବା କହିଛନ୍ତି ପ୍ରଧାନ ଶିକ୍ଷକ । କୌଣସି ଅନୁଦାନ ରୁ ସ୍କୁଲ ପାଚେରୀ ନିର୍ମାଣ ହେଲେ ସ୍କୁଲ ସୁରକ୍ଷିତ ରହିବ ବୋଳି କହିଛନ୍ତି ସ୍କୁଲ ପରିଚଲାନା କମିଟି ର ସଦସ୍ୟ ମାନେ । ଏଣୁ ବ୍ଲକ ଶିକ୍ଷା ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ଏନେଇ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସିସି ତୋଫାନ ମାଝୀ ଙ୍କୁ ପଚାରିବାରୁ ବର୍ତ୍ତମାନ ଦାଇତ୍ଵ ରେ ଥିବା ପ୍ରଧାନ ଶିକ୍ଷକ ବିଦ୍ୟାଳୟ ଅନୁଦାନ ପାଣ୍ଠି ର ସଦ୍ ବିନିଯୋଗ କରୁଥିବା ଓ ବିଦ୍ୟାଳୟ କୁ ଆକର୍ଷଣୀୟ କରିଥିବାରୁ ପିଲାଙ୍କ ଉପସ୍ଥାନ ବଢିବା ସହ ଶିକ୍ଷାଦାନ ମଧ୍ୟ ଠିକ୍ ଭାବେ ହେଉଥିବା ଓ ଅନୁଦାନ ଆସିଲେ ବିଦ୍ୟାଳୟ ର ପାଚେରୀ ନିର୍ମାଣ କରାଯିବ ବୋଲି କହିଛନ୍ତି । ମ ନି ସ 

Related posts

କେବିସି ବିଜେତା ନାମରେ ଠକେଇ ଅଭିଯୋଗ

Sunil Chandra Nayak

ନର୍ଲା ଥାନାରେ ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ

Sunil Chandra Nayak

କିଛିଦିନ ବ୍ୟବଧାନ ରେ ଦେଖିବାକୁ ମିଳିଛି  ମାଓ  ବେନର 

Sunil Chandra Nayak

Leave a Comment

error: Content is protected !!