ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ ନିର୍ବାଚିତ ବ୍ଳକ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧନା

ନର୍ଲା (ମ.ପ୍ର) ନର୍ଲା ବ୍ଳକର ନବ ନିର୍ବାଚିତ ବ୍ଳକ ଅଧ୍ୟକ୍ଷା ଭାବେ ଶ୍ରୀମତୀ ମନୋରମା ମହାନ୍ତିଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ନର୍ଲା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏଥିରେ ପ୍ରାଥମିକ ଶିକ୍ଷକ ସଂଘ ନର୍ଲା ସଂପାଦକ କିଶୋର ଭୋଇ, ସଭାନେତ୍ରୀ ଦୀପାଞ୍ଜଳି ପାଢ଼ୀ, କଳାହାଣ୍ଡି ପ୍ରାଥମିକ ଶିକ୍ଷକ ସଂଘର ଉପଦେଷ୍ଟା କମିଟିର ସଦସ୍ୟ ଅନାଦି ଗିରି, ନର୍ଲା ବ୍ଳକର ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ତଥା ତୁଲାପଡା ପଂଚାୟତ ସମିତି ସଭ୍ୟ ଦୁର୍ଗା ପ୍ରସାଦ ମହାନ୍ତି ସମେତ ଗଣମାଧ୍ୟମ ପ୍ରତିନିଧି ଦୀପକ କୁମାର ଠାକୁର, ତ୍ରିଲୋଚନ ଗଉଡ ପ୍ରମୁଖ ଉପସ୍ଥିତ ଥିଲେ। ନୂତନ ଭାବରେ ନବ ନିର୍ମାଣ ଶିକ୍ଷକ ଭବନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବ୍ଳକ ଅଧ୍ୟକ୍ଷା ଓ ଶିକ୍ଷକ ସଂଘ ମଧ୍ୟରେ ଆଲୋଚନା ହୋଇଥିଲା।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ବିଭାଗ ଚରୈବେତି ତରଫରୁ ମାସିକ ସାହିତ୍ୟ ଆସର

Sunil Chandra Nayak

ମେ’ ୩୦ ରୁ ଜୀ ସାର୍ଥକରେ ନୂଆ ମେଗା ସିରିୟଲ ‘ସୁନା ଝିଅ’

ଭାଗ୍ୟବାନ ବାଗ ହେଲେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!