ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଜ୍ଞାନବିଜ୍ଞାନ ମେଳା

ସରସ୍ବତୀ ଶିଶୁ ଵିଦ୍ୟାମନ୍ଦିର ଖଡ଼ିଆଳ ଠାରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି |  ଏହି କାର୍ଯ୍ୟକ୍ରମର ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋତିଲାଲ ବେହେରା , ବିଦ୍ୟାଳୟର ସମ୍ପାଦକ ବିନୋଦ ବିହାରୀ ପାଢ଼ୀ ଓ ବିଜ୍ଞାନ ପ୍ରମୁଖ ସୁଶାନ୍ତ କୁମାର ନାଗ ମଞ୍ଚାସୀନ ଥିଲେ |  ଏହି ଜ୍ଞାନ ବିଜ୍ଞାନ ମେଳାରେ ଶିଶୁ ପ୍ରାରମ୍ଭ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୧୮ଟି ପ୍ରକଳ୍ପରେ ଶିଶୁମାନେ ଭାଗ ନେଇଥିଲେ  | ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯଇଥିଲା  | ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଭୋକ୍ତା  ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶ୍ରୀମତୀ ବୀଣାପାଣି ଦର୍ଜି ମଞ୍ଚ ପରିଚାଳନା ଓ ପରିଚାଳନା ସମିତିର ସଦସ୍ୟା ଜ୍ୟୋତିର୍ମୟୀ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ। | ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମ.ରାମପୁର ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ: ପ୍ରଥମ ଦିନ ଆଦ୍ୟ କାଣ୍ଡ ଓ ଅଯୋଧ୍ୟାକାଣ୍ଡ ମଂଚସ୍ଥ

Sunil Chandra Nayak

ଦେଶବ୍ୟାପୀ ଦୁଇଦିନିଆ ଧର୍ମଘଟ: ରୁପ୍ରା ସମେତ ନର୍ଲା ଅଞ୍ଚଳରେ ବନ୍ଦ୍ ପ୍ରଭାବ ଶୁନ୍ୟ

Sunil Chandra Nayak

କାରରୁ 60 କେଜି ଗଞ୍ଜେଇ ଜବତ, 2 ଗିରଫ

Sunil Chandra Nayak

Leave a Comment

error: Content is protected !!