ଆଶୁତୋଷ ଉମାପତି
ଜୟ ମହାଦେବ ଆଶୁତୋଷ ଉମାପତି
ଜୟ ମୃତ୍ଯୁଞ୍ଜୟ ପ୍ରଭୁ ଧବଳ ମୂରତି।।
ଜୟ ଲୋହିତ ନୟନ ଭକ୍ତ ରକ୍ଷାକାରି
ଜୟ ସଂହାର କରତା ପାପ ନାଶକାରୀ।।
ଜୟ ଶିବ ଶଙ୍କର ହେ ପ୍ରଭୁ ଗଙ୍ଗାଧର
ସୁନ୍ଦର ଦିଶଇ ମସ୍ତକରେ ଜଟା ଭାର।।
ଜୟ ବିଭୂତି ଭୂଷଣ ପ୍ରଭୁ ଶୂଳଧାରି
ଜୟ ଚନ୍ଦ୍ରଚୂଡ ପ୍ରଭୁ ବିଷ ପାନକାରି।।
ନିଳକଣ୍ଠ ଲୋକନାଥ ଅନଳ ନୟନ
ପାର୍ବତି ନାୟକ ଦେବ ବୃଷଭ ବାହନ।।
କୈଳାସ ବାସୀ ପ୍ରଭୁ ଭୂତଙ୍କର ଇଶ
ମହିମା ସାଗର ଶମ୍ଭୁ ଧୂର୍ଜ୍ଜଟି ଗିରୀଶ।।
ଜୟ ସକଳ ପ୍ରାଣିଙ୍କ ଆଶ୍ରୟ ଦାୟକ
ଜୟ ଶିବ ଇଷ୍ଟଫଳ ପ୍ରଦାନ କାରକ।।
ଦୁଃଖି ରଙ୍କି ପ୍ରାଣି ନେଲେ ପ୍ରଭୁଙ୍କ ଆଶ୍ରୟ
ତତକ୍ଷଣେ ମହାଦେବ ଦିଅନ୍ତି ଅଭୟ।।
ଆରତ ହରଣ ବୋଲି ନାମ ହେଲା ହର
ଦୟାମୟ ରକ୍ଷାକର୍ତ୍ତା ଜଗତ ଉଦ୍ଧାର।।
ତୁମେ ଏକା ପିତା ମାତା ବନ୍ଧୁ ସହୋଦର
ତୁମ ହାତେ ଗଢା ପ୍ରଭୁ ଏ ସାରା ସଂସାର।।
ତୁମ ପାଦ ବିନା ପ୍ରଭୁ ନାହିଁ ଅନ୍ୟ ଗତି
ତୁମ ପାଦ ପଦ୍ମେ ପ୍ରଭୁ ମିଳଇ ମୁକତି।।
ଏ ଭବ ସାଗରୁ ପ୍ରଭୁ ଉଦ୍ଧାରିଣ ରଖ
ଜଜୟ ଯୋଗେଶ୍ଵର ପ୍ରଭୁ ହର ମୋର ଦୁଃଖ।।
ମମତା ସାହୁ
ଗାଈଗାଁ,କଳାହାଣ୍ତି