ରାଇଘର ୩୧:୦୭:୨୨- ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ କୁରାବେଡା ପଞ୍ଚାୟତରେ ଆଜି ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ ଘଟଣାର ଅଭିଯୁକ୍ତ କୁ ଅଟକ କରିଥିବା ଜଣାପଡିଛି l କୁରାବେଡା ପଞ୍ଚାୟତର ରେଙ୍ଗାଭାଟି ନୁଆପାରା ଗ୍ରାମର କୁଅଁର ଲାଲ୍ ଗଣ୍ଡ ଓ ସ୍ତ୍ରୀ ଚନ୍ଦ୍ରିକା ଗଣ୍ଡ ମଧ୍ୟରେ ପ୍ରତେକ ସମୟରେ ଗଣ୍ଡଗୋଳ ହେଉଥିବା ବେଳେ ଶନିବାର ଏହା ଉଗ୍ର ରୁପ ନେଇଥିଲା l ଘରେ ସ୍ଵାମୀ ସ୍ତ୍ରୀ ସହ ମୋଟ ୫ ଝିଅ ଓ ୨ଟି ପୁଅ ଥିବା ବେଳେ ସେଥି ମଧ୍ୟରୁ ବଡ ଝିଅ ଦ୍ରୌପଦୀ ଗଣ୍ଡ ଘରେ ରହି ବାପା ମାଆ କୁ ସହଯୋଗ କରୁଥିବା ବେଳେ ୨ୟ ଝିଅ ବାସନ୍ତୀ ଗଣ୍ଡ ବିବାହ ହୋଇଛି,୩ୟ ଝିଅ ଶିବାବତି ଗଣ୍ଡ,ଚାରି ନମ୍ବର ବଝନ୍ତି ଗଣ୍ଡ,ପଞ୍ଚମ ଝିଅ ଜଗେସ୍ବରୀ ଗଣ୍ଡ ଜୋଡିଙ୍ଗା ଠାରେ ପଢୁଛନ୍ତି l ଷଷ୍ଠ ନମ୍ବର୍ ପୁଅ ପ୍ରଶାନ୍ତ ଗଣ୍ଡ ଗ୍ରାମର ବିଦ୍ୟାଳୟରେ ପଢୁ ଥିବା ବେଳେ ସାନ ପୁଅ ଅନନ୍ତ ଗଣ୍ଡ ଅଙ୍ଗନବାଡି କେନ୍ଦ୍ର ଠାରେ ଯାଉଛି l ସମ୍ପୂର୍ଣ ପରିବାର ସଠିକ୍ ଭାବେ ଚାଲୁଥିବା ବେଳେ ମଦ୍ୟପାନ ଯୋଗୁଁ କୋଳି ଆରମ୍ଭ ହୁଏ l ଗତକାଲି ବଡ ଝିଅ କାମ କରିବାକୁ ଯିବା ସମୟରେ ବାପା ମା ମଧ୍ୟରେ ଜୋରଦାର ଗଣ୍ଡଗୋଳ ହେଉଥିବା ବେଳେ ଘରକୁ ଫେରିବା ସମୟରେ ମାଆ ଘର ଦାଣ୍ଡରେ ପଡିଥିବା ଦେଖି ସାଥୀ ମାନଙ୍କ ସହଯୋଗରେ ଘର ଭିତରକୁ ନେଇ ଶୁଆଇ ଥିଲି ପରବର୍ତୀ ସମୟରେ ମାଆ ଉଠିନଥିଲା l ଏ ସମ୍ପର୍କରେ ଗ୍ରାମବାସୀ କୁ ଜଣାଇବା ପରେ ରାଇଘର ଥାନାରେ ଏତଲା ଦିଆ ଯାଇଥିଲା l ଏସଡିପିଓ,ରାଇଘର ଥାନା ଅଧିକାରୀ ଟଙ୍କଗିରି ଭୋଇ ସହ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ସ୍ଵାମୀ କୁ ଥାନାରେ ଆଣି ଅଟକ ରଖି ପଚରା ଉଚରା କରୁଛି ପୋଲିସ l ଏ ସମ୍ପର୍କରେ କେଶ୍ ନମ୍ବର ୧୫୫/୨୨ ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଲାଇଛି ପୋଲିସ l
ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ