ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିପୁଳ ପରିମାଣର ଶାଗୁଆନ କାଠ ଜବତ କଲା ବନବିଭାଗ

କାମାକ୍ଷାନଗର : ଶାଗୁଆନ ଗଛ ଗଣ୍ଡି କାଠ ସହିତ ୨ଟି ହାତ କରତ ଜବତ କଲା ବନବିଭାଗ।ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡ଼ିହାଡୋଳ ସେକ୍ସନ ଅଧିନସ୍ତ ବାରିହା ପୂର୍ ପଞ୍ଚାୟତର ମଗର ମହ।ଣ ମିଟୁ ଆମ୍ବ ବୁରି ବଗିଚାରୁ ଶାଗୁଆନ  ଗଛ ଗଣ୍ଡି କଟାଯାଇଥିବା କାଠ ସହିତ ୨ଟି ହାତ କରତ ଜବତ ହୋଇଛି।ବିଶେଷ ସୂତ୍ରରୁ ଖବର ପାଇ ଡ଼ିହାଡୋଳ ସେକ୍ସନ ବନପାଳ ଅଜିତ ଦଳେଇ ଓ ଅଁଳାକଟା ଏଲିଫେଣ୍ଟ ୱାଚ ଟାୱାର ର ଫରେଷ୍ଟ ଗାର୍ଡ ନିରଞ୍ଜନ ନାୟକ ଏକ ଟିମ ବରିହା ପୁର ମଗର ମହ।ଣ ମିଟୁ ଆମ୍ବ ତୋଟା ରେ ଅଚାନକ ଚଢ଼ାଉ କରିଥିଲା ।ଚଢ଼ାଉରେ ୮୦ ରୁ ୯୦ ସିଫ୍ଟ କଟା ଶାଗୁଆନ ଗଣ୍ଡି କାଠ ବନବିଭାଗ ଜବତ କରିଛି।ଜବତ ଶାଗୁଆନ କଠା ଅନୁମାନିକ ମୁଲ୍ୟ ୨ଲକ୍ଷରୁ ୨.୫ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ ହେବ। ତେବେ ଏବିଷୟରେ ଡ଼ିହଡୋଳ ବନପାଳଙ୍କୁ ପଚାରିବାରୁ ଶାଗୁଆନ କାଠ ଜବତ କରାଯାଇଛି ଆସାମୀ ମାନେ ଦୌଡ଼ି ପଳେଇ ଗଲେ ତେବେ କୌଣସି କେସ କରାଯାଇନାହିଁ । ତେବେ ଡ଼ିହାଡୋଳ ସେକ୍ସନ ବନପାଳ ଅଜିତ ଦଳେଇ କହିଛନ୍ତି କି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ସାରଦୋକାନ ପରିଦର୍ଶନ 

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ଦୀପାବଳୀ

Sunil Chandra Nayak

ପାପଡାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

Sunil Chandra Nayak

Leave a Comment

error: Content is protected !!