ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ଶିକ୍ଷା ଅଧିକାରୀ ଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ରୁ ଉଠିଲେ କୋଷାଗୁମୁଡ଼ା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ

ନବରଙ୍ଗପୁର ୦୩/୦୮(ମନିସ) ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ରୁପ ରେଖ ବାହାରୁ ଯିଏ ବି ଦେଖିବ ଲାଗିବ ଭାରି ସୁନ୍ଦର। ପ୍ରକୃତ ରେ ସମସ୍ତ ଅଭିଭାବକ ଙ୍କ ମନରେ ନିଜ ନିଜ ପୁଅ ଝିଅ ଙ୍କୁ ଏହି ବିଦ୍ୟାଳୟ ରେ ପାଠ ପଢ଼ାଇବା ପାଇଁ ଅନେକ ଆଶା ରହିଥାଏ, କିନ୍ତୁ ଦୁଃଖର କଥା ଯେ ବିଦ୍ୟାଳୟ ଯେତିକି ବାହାରୁ ଦିଶିବାରେ ସୁନ୍ଦର ଯଦି ବିଦ୍ୟାଳୟ ରେ ସେତିକି ସୁନ୍ଦର ଭାବରେ ପାଠ ପଢା ଉପରେ ମଧ୍ୟ ଧ୍ୟାନ ଦିଆ ଯାଇଥନ୍ତା । ସତରେ ଲାଗିଥାନ୍ତା ବିଦ୍ୟାଳୟ ଟି ଉନ୍ନତ ମାନର ହୋଇଛି। କିନ୍ତୁ ଦୁଃଖର କଥା ଖୋଦ୍ ସେହି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବେ ଆନ୍ଦୋଳନ ର ପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହୋଇଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମାଝୀଗୁଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ। ବାରମ୍ବାର ଶିକ୍ଷକ ଅଭାବ ବିଷୟରେ ଶିକ୍ଷା ବିଭାଗ କୁ ଅଭିଯୋଗ କରୁଥିଲେ ମଧ୍ୟ କାହାର ଦୃଷ୍ଟି ପଡୁ ନ ଥିଲା ଯେଉଥି ପାଇଁ ଆଜି ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଭିଭାବକ ମାନେ ବିଦ୍ୟାଳୟ ରେ ଶିକ୍ଷକ ପଦବୀ ପୂରଣ ନେଇ ସ୍କୁଲ ମୁଖ୍ୟ ଗେଟ୍ କୁ ତାଲା ପକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ! ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ଠାରୁ ପ୍ରକାଶ କି ବହୁଦିନ ହେବ ଉକ୍ତ ଆଦର୍ଶ ବିଦ୍ୟାଳୟ ରେ ଫିଜିକ୍ସ ଓ ଇଂରାଜୀ ଶିକ୍ଷକ ପଦବୀ ଖାଲି ପଡିଛି ! ଉକ୍ତ ଦୁଇ ଶିକ୍ଷକ ପଦବୀ ପୂରଣ ପାଇଁ ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ବାରମ୍ବାର ଉଚ୍ଚ ଅଧିକାରୀଙ୍କୁ ଦାବି କରି ଆସୁଥିଲେ ! ଦାବି ସତ୍ଵେ ମଧ୍ୟ ଶିକ୍ଷକ ପଦବୀ ପୂରଣ ନହେବାରୁ ଆଜି ବାଧ୍ୟ ହୋଇ ଶତାଧିକ ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ବିଦ୍ୟାଳୟ ସାମନା ଫାଟକରେ ତାଲା ଦେଇ ଆନ୍ଦୋଳନ କରିଛନ୍ତି । ଯାହାର ଫଳ ରେ କୋଷାଗୁମୁଡ଼ା ବ୍ଲକ ଶିକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ରାୟ ପହଞ୍ଚି ଆନ୍ଦୋଳନ କରୁଥିବା ଛାତ୍ର ଛାତ୍ରୀ ଙ୍କୁ ବହୁତ୍ ଜଲଦି ଦୁଇଟି ଶିକ୍ଷକ ଙ୍କ ଅଭାବ ପୂରଣ କରାଯିବ ବୋଲି ଲିଖିତ ପ୍ରତଶ୍ରୁତି ଦେଇଥିବା ଦେଖିବାକୁ ମିଳିଛି। କୋଷାଗୁମୁଡ଼ା ବ୍ଲକ ଶିକ୍ଷା ଅଧିକାରୀ ଙ୍କ ପ୍ରତିଶୃତି ପାଇବା ପରେ ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ସହ କୋଷାଗୁମୁଡା ବ୍ଲକରୁ ମହେନ୍ଦ୍ର ବିଷୋଇ ଙ୍କ ରିପୋର୍ଟ ମସୀହା ନିୟୁଜ।

Related posts

ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

କରଂଗାମୁଣ୍ଡା ଠାରେ ଲଗାଣ ବର୍ଷା ରେ ଭାଙ୍ଗିଗଲା ଘର

Sunil Chandra Nayak

Leave a Comment

error: Content is protected !!