ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବସରେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର, ରାସ୍ତାରୋକିଲେ ମହିଳା

ପାପଡାହାଣ୍ଡି,4/12, ମନିସ —- ନବରଙ୍ଗପୁର ଠାରୁ ପାପଡାହାଣ୍ଡି ଆସୁଥିବା ଆଶା କର୍ମୀ ମାନଙ୍କୁ ଜୈନିକ ବ୍ୟକ୍ତିଙ୍କ ଦୁର୍ବ୍ୟବହାର ଲାଗି ରବିବାର ବସଷ୍ଟାଣ୍ଡ ଛକରେ ରାସ୍ତା ରୋକ କରିଥିଲେ | ଦୀର୍ଘ ସମୟ ଧରି ଯାନ ବାହାନ ଅଟକିଥିଲା, ପରେ ଆଇଆଇସି ପହଁଚି ବୁଝା ସୁଝା କରିବା ପରେ ରାସ୍ତା ରୋକ ହଟିଥିଲା | ସୂଚନା ମୁତାବକ ପାପଡାହାଣ୍ଡିର ଆଶା କର୍ମୀ ମାନେ ଆଜି ଜିଲାପାଳଙ୍କୁ ଭେଟିବା ଲାଗି ନବରଙ୍ଗପୁର ଯାଇଥିଲେ | ଏକ ଘରୋଇ ବସରେ ଫେରିବା ବେଳେ ତାଙ୍କୁ ଉମରକୋଟ ଦୁର୍ଗାଗୁଡା ଅଞ୍ଚଳର ସୁନାଧର ଭତରା ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ | ଏ ନେଇ ଆଶାକର୍ମୀ ମାନେ ଉତକ୍ଷିପ୍ତ ହୋଇ ପାପଡାହାଣ୍ଡି ରେ ବସରୁ ଓଲ୍ହାଇ ବସଷ୍ଟାଣ୍ଡ ଛକରେ ରାସ୍ତା ରୋକ କରିଥିଲେ | ଯଦ୍ୱାରା ପାପଡାହାଣ୍ଡି ରୁ କଳାହାଣ୍ଡି, ଉମରକୋଟ, କୋଷାଗୁମୁଡା ଏବଂ ନବରଙ୍ଗପୁର ଯାତ ୟତ ସମ୍ପୂର୍ଣ ରୂପେ ବନ୍ଦ ହୋଇ ପଡିଥିଲା | ବହୁ ଯାନ ଚାରି ଛକରେ ଅଟକିଥିଲା | ଖବର ପାଇ ପାପଡାହାଣ୍ଡି ଆଇଆଇସି ରାମେଶ୍ୱର ପ୍ରଧାନ ପହଁଚି ଆଶା କର୍ମୀ ମାନଙ୍କୁ ବୁଝା ସୁଝା କରିଥିଲେ | ତାପରେ ରାସ୍ତା ରୋକ ହଟିଥିଲା | ଖବର ପାଇ ବସରୁ ଡାବୁଗାଁ ଠାରେ ଜୈନିକ ବ୍ୟକ୍ତିଙ୍କୁ ଅଟକ ରଖାଯାଇ ପରେ ପାପଡାହାଣ୍ଡି ଅଣାଯାଇଥିଲା | ପରେ ସମସ୍ତଙ୍କ ଉପସ୍ଥିତି ରେ ସମଧାନ ହୋଇଥିଲା | ବ୍ୟକ୍ତି ଜଣକର ମାନସିକ ଅବସ୍ଥା ଠିକ ନ ଥିବା ଜଣାପଡିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଖମାର ହଳଦି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ପଢନା ଲିଖନା ଅଭିଯାନ ଉଦଘାଟିତ

Sunil Chandra Nayak

ମହାସମାରୋହରେ ଅନୁଷ୍ଠିତ ହେଲା ପଞ୍ଚଦଶ ହେମନ୍ତ ମହୋତ୍ସବ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!