ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବସରେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର, ରାସ୍ତାରୋକିଲେ ମହିଳା

ପାପଡାହାଣ୍ଡି,4/12, ମନିସ —- ନବରଙ୍ଗପୁର ଠାରୁ ପାପଡାହାଣ୍ଡି ଆସୁଥିବା ଆଶା କର୍ମୀ ମାନଙ୍କୁ ଜୈନିକ ବ୍ୟକ୍ତିଙ୍କ ଦୁର୍ବ୍ୟବହାର ଲାଗି ରବିବାର ବସଷ୍ଟାଣ୍ଡ ଛକରେ ରାସ୍ତା ରୋକ କରିଥିଲେ | ଦୀର୍ଘ ସମୟ ଧରି ଯାନ ବାହାନ ଅଟକିଥିଲା, ପରେ ଆଇଆଇସି ପହଁଚି ବୁଝା ସୁଝା କରିବା ପରେ ରାସ୍ତା ରୋକ ହଟିଥିଲା | ସୂଚନା ମୁତାବକ ପାପଡାହାଣ୍ଡିର ଆଶା କର୍ମୀ ମାନେ ଆଜି ଜିଲାପାଳଙ୍କୁ ଭେଟିବା ଲାଗି ନବରଙ୍ଗପୁର ଯାଇଥିଲେ | ଏକ ଘରୋଇ ବସରେ ଫେରିବା ବେଳେ ତାଙ୍କୁ ଉମରକୋଟ ଦୁର୍ଗାଗୁଡା ଅଞ୍ଚଳର ସୁନାଧର ଭତରା ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ | ଏ ନେଇ ଆଶାକର୍ମୀ ମାନେ ଉତକ୍ଷିପ୍ତ ହୋଇ ପାପଡାହାଣ୍ଡି ରେ ବସରୁ ଓଲ୍ହାଇ ବସଷ୍ଟାଣ୍ଡ ଛକରେ ରାସ୍ତା ରୋକ କରିଥିଲେ | ଯଦ୍ୱାରା ପାପଡାହାଣ୍ଡି ରୁ କଳାହାଣ୍ଡି, ଉମରକୋଟ, କୋଷାଗୁମୁଡା ଏବଂ ନବରଙ୍ଗପୁର ଯାତ ୟତ ସମ୍ପୂର୍ଣ ରୂପେ ବନ୍ଦ ହୋଇ ପଡିଥିଲା | ବହୁ ଯାନ ଚାରି ଛକରେ ଅଟକିଥିଲା | ଖବର ପାଇ ପାପଡାହାଣ୍ଡି ଆଇଆଇସି ରାମେଶ୍ୱର ପ୍ରଧାନ ପହଁଚି ଆଶା କର୍ମୀ ମାନଙ୍କୁ ବୁଝା ସୁଝା କରିଥିଲେ | ତାପରେ ରାସ୍ତା ରୋକ ହଟିଥିଲା | ଖବର ପାଇ ବସରୁ ଡାବୁଗାଁ ଠାରେ ଜୈନିକ ବ୍ୟକ୍ତିଙ୍କୁ ଅଟକ ରଖାଯାଇ ପରେ ପାପଡାହାଣ୍ଡି ଅଣାଯାଇଥିଲା | ପରେ ସମସ୍ତଙ୍କ ଉପସ୍ଥିତି ରେ ସମଧାନ ହୋଇଥିଲା | ବ୍ୟକ୍ତି ଜଣକର ମାନସିକ ଅବସ୍ଥା ଠିକ ନ ଥିବା ଜଣାପଡିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସସ୍ମିତା ପଣ୍ଡା ଙ୍କ କବିତା ପ୍ରିତୀ ପଲକେ

ବିବେକାନନ୍ଦ ହଲର ଉଧ୍ଘଟାନ କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା

Sunil Chandra Nayak

ଭୁବନରେ ତ୍ରୀରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

Leave a Comment

error: Content is protected !!