ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଟଙ୍ଗା ତାରିଣୀ ପୀଠ ଠାରେ ଓଡିଶା ଡ୍ରାଇଭର ମହାସଂଘ ର ଦଣ୍ଡ ପ୍ରଣାମ ଯାତ୍ରା କୁ ସ୍ବାଗତ ସମ୍ବର୍ଦ୍ଧନା

 ଢେଙ୍କାନାଳ  (ମସିହା)୨୮/୧୦_ ଡ଼୍ରାଇଭର ସମାଜ ର ଜୀବନ ଜୀବିକା ସୁରକ୍ଷା ଓ ଅବହେଳିତ ଅବଲୁଣ୍ଠିତ ଡ଼୍ରାଇଭର ସମାଜ ନ୍ୟାୟ ପାଇବା ଆଶାରେ ଦଣ୍ଡ ପ୍ରଣାମ ଯାତ୍ରା ଦ୍ୱାରା ସମ୍ବଲପୁର ରୁ ନବୀନ ନିବାସ ଯାଏ ଆରଂଭ ହୋଇ ଥିବା ଯାତ୍ରା ପର୍ବ ରେ ଓଡିଶା ଡ୍ରାଇଭର ମହାସଂଘ ର ଡ଼୍ରାଇଭର ଭାଇ ମାନେ ଆଜି ମୋଟଙ୍ଗା ଠାରେ ପହଂଚିଛନ୍ତି l ଏ ନେଇ ମୋଟଙ୍ଗା ଡ଼୍ରାଇଭର ସଂଘ ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ତତ୍ ସହ ତାରିଣୀ ମନ୍ଦିର ଠାରେ ଢେ଼ଙ୍କାନାଳ ଜିଲ୍ଲା ସଭାପତି ନରୋତ୍ତମ ବେହେରା, ଉପ ସଭାପତି ପ୍ରଭାତ ସାହୁ, ଓଡ଼ପଡ଼ା ବ୍ଲକ୍ ସଭାପତି ଦିଲ୍ଲୀପ ସିଂହ ସମେତ ହଜାର ହଜାର ଡ଼୍ରାଇଭର ଭାଇ ମାନେ ଉପସ୍ଥିତ ହୋଇ ଥିଲେ l ଏହି ପରିପ୍ରେ୍ଷୀରେ ମୋଟଙ୍ଗା ଗ୍ରାମପଞ୍ଚାୟତ ଡ଼୍ରାଇଭର ମହାସଂଘ ର ସଭାପତି ଶିଶିର କୁମାର ସାହୁ, ମହେଶ ଚନ୍ଦ୍ର ନାୟକ, ବିଷ୍ଣୁ ଚରଣ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇ ଯାଇଛି l ଏଠାରେ ସୂଚନା ଯୋଗ୍ୟ ଯେ ଡ଼୍ରାଇଭର ସମାଜ ର ସୁରକ୍ଷା ନିମିତ୍ତ ସ୍ଵତନ୍ତ୍ର ଆଇନ୍ ବ୍ୟବସ୍ଥା ଲାଗୁ କରିବା, ଗାଡ଼ି ପାର୍କିଂ ବ୍ୟବସ୍ଥା, ବିଶ୍ରାମ ଗାର ଓ ପ୍ରତି ଏକ କିଲୋ ମିଟର ଅନ୍ତର ରେ ପାର୍କିଂ ବ୍ୟବସ୍ଥା ନିର୍ଧାରଣ କରିବା, ୫୫ ବର୍ଷ ପରେ ପେନସନ ଲାଗୁ କରିବା, ଡ଼୍ରାଇଭର ସମାଜ କୁ ତୃତୀୟ ସୈନିକ ର ମାନ୍ୟତା ପ୍ରଦାନ, ସେମାନ ଙ୍କୁ ଆବାସ ଯୋଜନା ରେ ସାମିଲ କରାଇବା ଆଦି ୧୦ ଦଫା ଦାବି ନେଇ ଦଣ୍ଡବତ ଯାତ୍ରା ଆରମ୍ଭ କରିଥିବା ବେଳେ କିଭଳି ସାହାଯ୍ୟ ସହଯୋଗ ପହଁଚି ପାରିବ ସେ ବିଷୟରେ ବିଶେଷ ଆଲୋଚଳ କରାଯାଇ ଥିବା ବେଳେ, ଭାଇ ଚାରା ସମ୍ପର୍କ ସଦା ସର୍ବଦା ନିବିଡ ସମ୍ପର୍କରେ ବାନ୍ଧି ହୋଇ ରହିବା ପାଇଁ ଶପଥ ପାଠ କରାଇ ଥିଲେ ! କଥାରେ ଅଛି ” ଏକତା ହିଁ ବଳ ” ଏକତା ରହିବା ସରକାରଙ୍କ ଠାରୁ ଆମ ହକ ଆଣିବା କହି ସ୍ଲୋଗାନ ଦେଇ ଥିଲେ l ଏ ମହାମିଳନ ପର୍ବରେ ଓଡିଶା ଡ୍ରାଇଭର ମହାସଂଘ ର ରାଜ୍ୟ କମିଟି ସଦସ୍ୟ ପ୍ରଶାନ୍ତ ମେଣ୍ଡୁଲୀ( ଅଜୁ ଭାଇ), ସୁମନ୍ ଆଲଟିଆ, ଚୈତନ୍ୟ ପ୍ରଧାନ, ଆଦିତ୍ୟ ବେହେରା, ଘନଶ୍ୟାମ ବେହେରା, ମାନସ ଦେବତା ଓ ମୋଟଙ୍ଗା ଗ୍ରାମ ପଞ୍ଚାୟତ ଡ଼୍ରାଇଭର ସଂଘ ର ସଦସ୍ୟ ମାନେ ଶାନ୍ତି ଶୃଙ୍ଖଳାର ସହିତ ତାରିଣୀ ପୀଠ ରେ ଭଜନ କୀର୍ତ୍ତନ କରି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଠି କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଏଣିକି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତ ହେବେ ଅବସରପ୍ରାପ୍ତ କର୍ମଚାରୀ

ବାଜି ଚୌକ ସ୍ଥିତ ସିତାରାମ ମଠ ପ୍ରାଙ୍ଗଣରେ ୮୧ ତମ ନନ୍ଦ ଉତ୍ସବ ପାଳିତ

Sunil Chandra Nayak

ବାଲେଶ୍ବର – ସୁରେନ୍ଦ୍ର ନାଥ ସ୍ମୃତି କମିଟି ପକ୍ଷରୁ ବିଶ୍ବ ପରିବେଶ ଦିବସରେ ବୄକ୍ଷରୋପଣ 

Leave a Comment

error: Content is protected !!