ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ୍ରାଇଭର ସଂଘ୍ କେଗାଁ ପକ୍ଷରୁ ବିଶ୍ଵକର୍ମା ପୂଜା ପାଳିତ

ଗୋଳାମୁଣ୍ଡା/୧୭/୯/ମସିହା/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଅନେକ ସ୍ଥାନରେ ଆଜି ବିଶ୍ୱକର୍ମା ପୂଜା ପାଳିତ ହେଉଥିବା ବେଳେ କେଗାଁ ଅନ୍ତର୍ଗତ ପୋଲିସ ପଡାଠାରେ ଓଡ଼ିଶା ଡ୍ରାଇଭର ମହାସଂଘ କେଗାଁ ଜୋନ ୩ ତରଫରୁ ବିଶ୍ଵକର୍ମା ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାଚୀନ ଗ୍ରନ୍ଥ ଉପନିଷଦ ଏବଂ ପୁରାଣ ଆଦିକୁ ଅବଲୋକନ କଲେ ଜଣାଯାଏ ବିଶ୍ଵକର୍ମା ହେଉଛନ୍ତି ଦେବ ଶିଳ୍ପୀ, ବିଶ୍ଵଶୃଷ୍ଟି କର୍ତ୍ତା ମହାନାୟକ ବିଶିଷ୍ଟ ଶିଳ୍ପୀ, ଜ୍ଞାନୀ ଏବଂ ବିଜ୍ଞାନ ଗୁଣ ଯୋଗୁଁ ଦେବତା ଓ ମାନବ ମାନଙ୍କ ଦ୍ଵାରା ପୂଜିତ । ତେଣୁ ବିଶ୍ଵକର୍ମା ଙ୍କୁ ବ୍ରହ୍ମା ରୂପେ କଳ୍ପନା କରି ପୂଜାର୍ଚ୍ଚନା କରାଯଇଥାଏ। ପୂଜକ ଭାବରେ ଲୋକନାଥ ଶତପଥି, ଓ କର୍ତ୍ତା ରଘୁମଣୀ ବାଗ,ଉପସ୍ଥିତ ଥିବା ଡ୍ରାଇଭର ସଂଘ ପୂଜା କମିଟି ସଭାପତି ଯୋଗେନ୍ଦ୍ର ଧଙ୍ଗାଡ଼। ମାଝୀ , ଉପସଭାପତି ଜିତେନ୍ଦ୍ର ପଟେଲ, ପ୍ରଶ୍ନ ବାଗ, କବିରାଜ ନାଗ, ତୀର୍ଥ ଭୋଇ, ବଜରଙ୍ଗ ଭୋଇ, ସଚିନ୍ଦ୍ର ଶବର, ଟଙ୍କଧର ବାଗ, ଚୂଡ଼ାମଣି କେତକୀ, ଚିନ୍ତାମଣି ଶବର, ସୀତାରାମ ଦଳେଇ, ରମାକାନ୍ତ ପଟେଲ, ହୃଦାନନ୍ଦ ହରପାଲ,ପ୍ରମୁଖ ଉପସ୍ଥତି ରହିବା ସହ ସମସ୍ତ ଡ଼୍ରାଇଭର ସହଯୋଗ କରିଥିବା ବେଳେ ଅଞ୍ଚଳରେ ଥିବା ବହୁ ଶ୍ରାଦ୍ଧଲୁ ଭକ୍ତଦର୍ଶନ କରିଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା,

Related posts

ଜନ ରଞ୍ଜନ ପ୍ରଧାନ ଙ୍କ କଳିକା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କାନ୍ଦଣା ଲହରୀ ନାହିଁ

Sunil Chandra Nayak

କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଏଏସପି ଙ୍କ ଆକ୍ରମଣ ଘଟଣା

Sunil Chandra Nayak

Leave a Comment

error: Content is protected !!