ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୌରପରିଷଦ ଦ୍ଵାରା ” ଭାରତୀୟ ସ୍ୱଚ୍ଛତା ଲିଗ୍” ୨୦୨୨ର ପ୍ରଥମ ସଂସ୍କରଣ ପାଳିତ

ଭବାନୀପାଟଣା: (ମ ନିସ)ତା ୧୭.୯.୨୦୨୨:  ଆଜି ଭବାନୀପାଟଣା ପୌରପରିଷଦ ଦ୍ଵାରା ସ୍ୱଚ୍ଛତା ଲିଗ କାର୍ଯ୍ୟକ୍ରମର ଅଂଶବିଶେଷ ସହରରେ ସ୍ୱଚ୍ଛତା ଅଭିଯାନର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଏହା ଆଜିଠାରୁ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଭବାନୀପାଟଣା ସହରକୁ ଏକ ସବୁଜ ,ସୁନ୍ଦର,ସ୍ୱଚ୍ଛ,ଆବର୍ଜନା ମୁକ୍ତ ଓ ପରିମଳ ଯୁକ୍ତ ସହର ରୂପେ ଗଢ଼ିବା ପାଇଁ ଭବାନୀପାଟଣା ପୌର ପରିଷଦ ତରଫ ରୁ ଏକ ବିଶାଳ ଜନ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ଗାନ୍ଧୀପାର୍କ ଠାରେ ପହଞ୍ଚିଥିଲା। ସ୍ୱଚ୍ଛ ଭାରତ ମିଶନ ର ଆଠ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାର ” ସ୍ୱଚ୍ଛ ଅମୃତ ମହୋତ୍ସବ” ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବା ନିମନ୍ତେ ଘୋଷଣା କରିଥିଲେ । ଏଥିରେ ମୁଖ୍ୟତଃ ଯୁବପିଢ଼ି ଙ୍କ ସହଭାଗିତାକୁ ପ୍ରାଧାନ୍ୟ ଦିଆଯାଇଛି।ଏହି କାର୍ଯ୍ୟକ୍ରମରେ ଦେଶର ୧୮୫୦ ରୁ ଅଧିକ ସହର ଭାଗ ନେଇଛନ୍ତି। ଆଜି ଏହି ଶୋଭାଯାତ୍ରାରେ ନଗରପାଳ ଶ୍ରୀମତୀ ସଂଯୁକ୍ତା ବେହେରା,ଉପ ନଗରପାଳ ଶ୍ରୀ ବିଷ୍ଣୁ ପ୍ରଧାନ,କଳାହାଣ୍ଡି ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟ୍ ସଭାପତି ଶ୍ରୀ ଭବାନୀ ଶଙ୍କର ନିଆଲ,ନିର୍ବାହୀ ଅଧିକାରୀ ଶ୍ରୀ ବଳୟ ଦେହୁରୀ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା,ଯୁବ ସଂଯୋଜକ ଶ୍ରୀ ପ୍ରସନ୍ନ କୁମାର ମେହେର, ଡି ଡି(ପ୍ଲାନିଂ )ଶ୍ରୀକାନ୍ତ ଦଳେଇ, ପୌର ଯନ୍ତ୍ରୀ ଶ୍ରୀ ସମୀର ଠାକୁର,ପରିଷଦର ସମସ୍ତ ପରିଷଦ ସଭ୍ୟ/ସଭ୍ୟା,ସମସ୍ତ ସ୍ୱଚ୍ଛ ସାଥୀ,ସ୍ୱଚ୍ଛ ସୁପରଭାଇଜର ,ନେହେରୁ ଯୁବ କେନ୍ଦ୍ରର ସ୍ବେଛାସେବୀ, ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ସଭ୍ୟ ତଥା ପୌରପରିଷଦ ର କର୍ମଚାରୀ ଶୋଭାଯାତ୍ରାରେ ସାମିଲ ହୋଇ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରାଇଥିଲେ।ଏହି କାର୍ଯ୍ୟକ୍ରମକୁ ପୌରପରିଷଦର ପରିମଳ ଅଧିକାରୀ ତପନ ନାୟକ,ବଳରାମ କୁରେଶି ଓ ମଦନ ରାଉତ ସୁଚାରୁ ରୂପେ ପରିଚାଳନା କରିଥିଲେ।

Related posts

ରାଇଘର ବ୍ଲକରେ ଉନ୍ନୟନ କାର୍ଯ୍ୟ ଠପ୍‌ , ୨୬ ପଞ୍ଚାୟତ ନିମନ୍ତେ ୧୩ ପଞ୍ଚାୟତ ଅଧିକାରୀ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ସିଙ୍ଗାରୀ ଘାଟି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟଣା

ଆଇଟିସି ଏମ୍.ଏସ୍.କେ – ମିଶନ ଜୀବିକା ଆଇଟିଡିଏ ପକ୍ଷରୁ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର

Sunil Chandra Nayak

Leave a Comment

error: Content is protected !!