ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ଶ୍ରଦ୍ଧା ଠାରେ ରଜ ମହୋତ୍ସବ ପାଳନ

ରାଉରକେଲା/ ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ସେକ୍ଟର ୧୬ ସ୍ଥିତ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ଠାରେ ରଜ ମହୋତ୍ସବ ପାଳନ କରାଯାଉଛି। ସାହିତ୍ୟ ଘର କେବଳ ସାହିତ୍ୟ ଭିତରେ ସିମୀତ ନରହି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ନିଜ ସାମାଜିକ ପ୍ରତିବଦ୍ଧତାର ପରିଚୟ ଦେଇ ଆସିଥିବା ବେଳେ ଏହି କ୍ରମରେ ଶ୍ରଦ୍ଧା ରେ ରହୁଥିବା ଅନ୍ତେବାସୀ ଙ୍କ ମଧ୍ୟରେ ରଜ ଉତ୍ସବ ପାଳନ ସହ କାକରା,ପୋଡପିଠା, ଆରିଷା ଓ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା। ସାହିତ୍ୟଘର ର ସଭାପତି ଆଲୋକ ରଂଜନ ମଲ୍ଲିକ ଓ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଦାସଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ସଭାପତି ରାମକୃଷ୍ଣ ତ୍ରିପାଠୀ ମାନବ ସେବା ହିଁ ମାଧବ ସେବା ସଂପର୍କରେ ଆଲୋଚନା କରିଥିଲେ। ଶ୍ରଦ୍ଧା ର ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହ ଅନ୍ତେବାସୀଙ୍କ ସହ ରଜ ମହୋତ୍ସବ ପାଳନ କରିଥିବାରୁ କୃତଜ୍ଞତା ଜଣାଇଥିଲେ। ସେ ଏହି ଅବସରରେ ସେବା ର ଅର୍ଥ ବାସେ ବୋଲି କହିଥିଲେ। ସାଧାରଣ ସଂପାଦକ ଶ୍ରୀ ଦାସ ଏହି ଭଳି ସାମାଜିକ କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଗଙ୍ଗାଧର ପୁହାଣ,ଜ୍ୟୋତିର୍ମୟ ଆଚାର୍ଯ୍ୟ,ଜଗନ୍ନାଥ ରାଉତ,ବିଶ୍ବଭୂଷଣ ମହାପାତ୍ର,ତ୍ରିଲୋଚନ ମହାରଣା,ଭାଗବତ ବେହେରା,ମିତା ପ୍ରଧାନ ପ୍ରମୁଖ ବକ୍ତବ୍ଯ ରଖିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉପସଭାପତି କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଅପର୍ତ୍ତି ସେଠୀ ଙ୍କ କବିତା ବାଡ଼ି ଉପାଖ୍ୟାନ

Sunil Chandra Nayak

କବିତା ସାହୁ ଙ୍କ ପ୍ରବନ୍ଧ ପ୍ରଥମ ଓଡ଼ିଆ

Sunil Chandra Nayak

ଯାଦବ ମହାସଭା ପକ୍ଷରୁ ଯାଦବ ସୌର୍ଯ୍ୟ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!