ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ର କର୍ମକର୍ତ୍ତା ଚୟନ

କାମାକ୍ଷନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ବଜାର ରେ ଆଜି ଅପରାହ୍ନ ତିନି ଘଟିକା ସମୟ ରେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ୍ ଆସୋସିଏସନ୍ ର କର୍ମ କର୍ତ୍ତା ଚୟନ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁନିସିପାଲଟି ର ସମସ୍ତ ଔଷଧ ବ୍ୟବସାୟୀ ମାନେ ଉପସ୍ଥିତ ହୋଇ ଥିଲେ l ସର୍ବ ସମ୍ମତି କ୍ରମେ ସଭାପତି ସଞ୍ଜୀବ କୁମାର ପଣ୍ଡା, ଉପ ସଭାପତି ସୁବାସ ଚନ୍ଦ୍ର ନାୟକ, ସଂପାଦକ ଖଗେଶ୍ବର ଭୂତିଆ, ସହ ସମ୍ପାଦକ ମାନସ ରଞ୍ଜନ ପାଣି, କୋଷାଧ୍ୟକ୍ଷ ରାମ କୃଷ୍ଣ ବିଶ୍ଵାଳ ଙ୍କୁ ଚୟନ କରାଯାଇ ଥିଲା ବେଳେ ଉପଦେଷ୍ଠା ରୂପେ ଦୁଷ୍ମନ୍ତ କୁମାର ବନ୍ଦ,ପ୍ରତାପ କୁମାର ସାହୁ ଓ ଦେବୀ ପ୍ରସାଦ ଦାଶ ଙ୍କୁ ଚୟନ କରାଯାଇ ଥିଲା। ଆଗାମୀ ଦିନ ରେ ଅଂଚଳ ବାସୀ କିପରି ସୁଲଭ ମୂଲ୍ୟରେ ଔଷଧ ପାଇ ପାରିବେ ତତ୍ ସହିତ ରୋଗୀ ମାନଙ୍କୁ କିପରି ଉପଯୁକ୍ତ ସେବା ଯୋଗାଇ ଦିଆଯିବ ସେ ସଂପର୍କ ରେ ଆଲୋଚନା କରାଯାଇ କାର୍ଯକାରୀ କରିବାକୁ ନିଷ୍ପତି ନିଆଯାଇଥିଲା।ପରିଶେଷରେ ଆନୁଷ୍ଠାନିକ ଭାବେ ସଂପାଦକ ଧନ୍ୟବାଦ୍ ଅର୍ପଣ କରିଥିଲେ।

କାମାକ୍ଷନଗରର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ପ୍ରତାପ କୁମାର ମହାରଣା ଙ୍କ କବିତା ହେ ଈଶ୍ବର , ତୁମ ବିନା ଲାଗୁଚି ଶୂନ୍ୟ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଇନ୍ଦ୍ରାବତୀ ବୈଷ୍ନୋଦେବୀ ମନ୍ଦିରରେ ଶାରଦୀୟ ନବରାତ୍ର ଉତ୍ସବ

Sunil Chandra Nayak

ଭୋଟର ତାଲିକା ସଂଶୋଧନ ନିମନ୍ତେ ବୈଠକ

Sunil Chandra Nayak

Leave a Comment

error: Content is protected !!