ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ବାରା ନିର୍ମିତ କଳାହାଣ୍ଡି ଜିଲ୍ଲାର ୨ଟି ପ୍ରକଳ୍ପ ର ଲୋକାର୍ପଣ ସହ ୧ ଟି ପ୍ରକଳ୍ପ ର ଶୁଭ ଭିତ୍ତପ୍ରସ୍ତର ସ୍ଥାପନ 

ଭବାନୀପାଟଣା:  (ମ ନି ସ) ତା ୨୧.୧୦.୨୦୨୨: ଆଜି ସ୍ଥାନୀୟ ଓସ୍ୱାନ୍ ହଲ ଠାରେ ଆୟୋଜିତ ଭର୍ଚୁଆଲ୍ କନଫରେନ୍ସ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ୫.୩୦ ମି ସମୟରେ ଭବାନୀପାଟଣା ସହର ସ୍ଥିତ ୨.୫ କୋଟି ଟଙ୍କା ରେ ନିର୍ମିତ ଟାଉନ ହଲ ,ଜୁନାଗଡ ସ୍ଥିତ ୨.୫ କୋଟି ଟଙ୍କା ରେ ନିର୍ମିତ ବିଜୁ ପଟ୍ଟନାୟକ କ୍ରୀଡ଼ାଙ୍ଗନ ର ଲୋକାର୍ପଣ ସହ ବିଶ୍ଵନାଥପୂର ଠାରେ ୩୯ ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ। ଓସ୍ଵନ୍ ହଲ ରେ ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ ଦିଶାରୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ,ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସଚିନ ପାୱାର,ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତ ବେହେରା,ଜୁନାଗଡ ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀ ମୁକେଶ ଅଗ୍ରୱାଲ ତଥା ଧର୍ମଗଡ ଉପ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ପଶ୍ଚିମ ଓଡ଼ିଶାର ୧୧ ଟି ଜିଲ୍ଲାର ୯ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ସହ ୯ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ। ଏହା ସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଲୋଗୋ ଉନ୍ମୋଚନ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପର୍ଯ୍ୟଲୋଚନା ନିମନ୍ତେ ଏକ ମନିଟରିଂ ଆପ୍ଲିକେସନ ର ଶୁଭାରମ୍ଭ କଲେ ।ସୂଚନାଯୋଗ୍ୟଯେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ବାରା ଜିଲ୍ଲାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଖେଳ ପଡିଆ ର ଉନ୍ନତି କରଣ,କଳା ସଂସ୍କୃତି ଓ କ୍ରୀଡାର ବିକାଶ, ଗମନାଗମନ,ରାସ୍ତା ନିର୍ମାଣ ଆଦି ଅନେକ କାର୍ଯ୍ୟ ଆରମ୍ଭ ହୋଇ ଆଜିପର୍ଯ୍ୟନ୍ତ୍ ୨୬୨ କୋଟି ଟଙ୍କା ର ଅନୁଦାନ ମିଳିଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭବାନୀପାଟଣା ବିଧାୟକ ପ୍ରତିନିଧି,ଅଧିକ୍ଷକ ଯନ୍ତ୍ରୀ ଆର୍ ଏଣ୍ଡ ବି , ଡି ଆଇ ପି ଆର୍ ଓ, ଡି ଏସ୍ ଡବ୍ଲୁ ଓ, ଇ ଓ ମ୍ୟୁନିସିପାଲଟି, ଭବାନୀପାଟଣା, ଇ ଓ , ଏନ୍ ଏ ସି ,ଜୁନାଗଡ, ବି ଡି ଓ ଜୁନାଗଡ, ବି ଡି ଓ ଲାଞ୍ଜିଗଡ ଉପସ୍ଥିତ ଥିଲେ। ହଲ କାର୍ଯ୍ୟକ୍ରମ ପରିଚାଳନା ଡି ଡି, ପ୍ଲାନିଂ ଶ୍ରୀକାନ୍ତ ଦଳେଇ କରିଥିଲେ।

Related posts

ଅମରନାଥ ଯାତ୍ରା: ହେଲିକପ୍ଟର ପାଇଁ ଅନ୍‌ଲାଇନ୍ ବୁକିଂ କରିପାରିବେ ଶ୍ରଦ୍ଧାଳୁ

Sunil Chandra Nayak

ରାଇଘରବ୍ଲକ ଦେବାଗାଁ ପଞ୍ଚାୟତ ଠାରେ ଶବ ଦେଖି ଅଂଚଳ ବାସୀ ଆତଙ୍କିତ   

Sunil Chandra Nayak

ବାଲେଶ୍ବର – ପଞ୍ଚଲିଙ୍ଗେଶ୍ୱର ଯାତ୍ରୀ ସୁରକ୍ଷା କମିଟି ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

Leave a Comment

error: Content is protected !!