ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତା କଡରେ ଆତ ପସରା, ବେପାରୀ ପାଇଁ ଅପେକ୍ଷା

ଆତ, ଏକ ରସାଳ ଫଳ । ଏହାକୁ ଖାଇବାକୁ ଲୋକଙ୍କ ଭିତରେ ନାହିଁ ନଥିବାର ଆଗ୍ରହ ଦେଖା ଯାଇଥାଏ। ଏହା ଏକ ଔଷଧିୟ ଗୁଣ ଯୁକ୍ତ ଫଳ ବୋଲି ଚିକିତ୍ସା ବିଜ୍ଞାନ କହେ । ଖଡ଼ିଆଳ ଅଞ୍ଚଳର ଆତ ଚାଷକୁ ଦେଶ ବିଦେଶରେ ବିଶେଷ ଆକର୍ଷଣ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦୀ ଗ୍ରାମବାସୀ ଙ୍କୁ ରୋଜଗାର ଯୋଗାଉଛି ଆତ ବ୍ୟବସାୟ l ଏହି ଗାଁକୁ ଆତ ସ୍ୱତନ୍ତ୍ର ପରିଚୟ ଦେଇଛି l ଆତ ଫଳ, ଯାହାକି ବର୍ଷକୁ ଥରେ ମାତ୍ର ମିଳିଥାଏ l ଅକ୍ଟୋବର ଓ ନଭେମ୍ବର ରେ ଶତାଧିକ ଲୋକେ ଦୁଇପଇସା ରୋଜଗାର କରିପାରନ୍ତି l ଏହି ଆତ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିପାରିଥାନ୍ତି l ଏଥିପାଇଁ ସକାଳୁ ଫଳ ସଂଗ୍ରହ କରି ବିଭିନ୍ନ ଟୋକେଇ ରେ ରଖି ବିକ୍ରି କରିଥାନ୍ତି।ଏନେଇ ଚାଷୀମାନେ ନିଜ ଜମିରେ ୫୦ ରୁ ୧୦୦ ଗଛ ଲଗାଇଛନ୍ତି l ବର୍ଷକୁ ଥରେ ମାତ୍ର ଫଳ ମିଳିଥାଏ l ବାଦୀ ଗ୍ରାମର ଆତ ନୂଆପଡା ଜିଲ୍ଲାକୁ ଏକ ଅନ୍ୟତମ ପରିଚୟ ଦେବାକୁ ଯାଉଥିବା ଜଣାପଡିଛି l କାରଣ ଏହି ଆତ ଅନ୍ୟ ଜିଲ୍ଲା ଅପେକ୍ଷା ଭାରି ସୁ ସ୍ୱାଦ ହୋଇଥିବା ହେତୁ ଖଡ଼ିଆଳ ସହରର ଅନେକ ଲୋକ ରାସ୍ତା କଡରେ ବିକ୍ରି ହେଉଥିବା ଆତକୁ ହିଁ ପସନ୍ଦ କରୁଛନ୍ତି l ଖଡ଼ିଆଳ , ନୂଆପଡା ,ସିନାପାଲି ,କଳାହାଣ୍ଡି , ବଲାଙ୍ଗୀର , ଟିଟିଲାଗଡ଼ , ସୋନପୁର , ଭୁବନେଶ୍ୱର ,କଟକ ସମେତ ଅନ୍ୟ ରାଜ୍ୟକୁ ନିଜ ସମ୍ପର୍କୀୟ ଙ୍କୁ ପ୍ରେରଣ କରୁଥିବା ଦେଖିବାକୁ ମିଳୁଛି l ଖାଲି ବାଦୀ ନୁହଁ ଖଡ଼ିଆଳ ଅଂଚଳର କିଛି ଲୋକ ଆତ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ।ଆତ ଏକ ସ୍ୱାଦିଷ୍ଟ ଫଳ ହୋଇଥିବାରୁ ଲୋକଙ୍କ ଚାହିଦା ମଧ୍ୟ ବହୁତ। କିନ୍ତୁ ଆତ ଚାଷୀ ମାନେ ବହୁତ କ୍ଷତି ସହୁଥିବା ଅଭିଯୋଗ ହେଉଛି । ପୁଣି ବିକ୍ରୟ ସ୍ଥାନରେ ଛାଇର ବ୍ୟବସ୍ଥା ନ ଥିବାରୁ ଖୋଲା ସ୍ଥାନରେ ଖରାରେ ବସି ବିକ୍ରି କରୁଛନ୍ତି। ଏହାର ସ୍ୱତନ୍ତ୍ର ବଜାରର ବ୍ୟବସ୍ଥା କରି ଆତ ବିକ୍ରିର ସୁବିଧା କଲେ ଚାଷୀ ମାନେ ଭଲ ଦୁଇ ପଇସା ପାଇ ପାରନ୍ତେ । ପୁଣି ଆର୍ଥିକ ସହଯୋଗ କଲେ ଉନ୍ନତ ମାନର ବୃକ୍ଷ ରୋପଣ କରି ଲାଭବାନ ହୋଇ ପାରନ୍ତେ ବୋଲି ସାଧାରଣ ରେ ଦାବୀ ହୋଇଛି l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଦ୍ୟୁତ୍ ଆଘାତରେ ମୃତ୍ୟୁକୁ ନେଇ ଉତ୍ତେଜନା

ମାମି ପାତ୍ର ପୌରାଣିକ ଗଳ୍ପ ଶ୍ରବଣ କୁମାର

Sunil Chandra Nayak

ଉଡ଼ିଗଲା ଚମ୍ପାବନ ମୋହକ – ଝୁରି ବସିଛି ଗ୍ରାମବାସୀ

Leave a Comment

error: Content is protected !!