ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ଦାଶ ଙ୍କ କବିତା ଗୋଟିଏ ଅଳି 

ଗୋଟିଏ ଅଳି 

     

କବିତା ଦାଶ 

 
କା ଓଠରେ ହସ ଦେଇ 
କା ଆଖିରେ ଲୁହ ଦେଇ 
ଶାରଦା ଗୋ ଶରତ ରେ 
ଆସୁଅଛ ଯେବେ ଏ ଧରାରେ 
ଗୋଟିଏ ଅଳି ମା ଆଜି 
        ତୁମ ପାଦତଳେ ।
କରୁଣାର ଦୃଷ୍ଟି ନେଇ 
ଚାହଁ ଥରେ ତୁମର ଏ 
         ସୁନ୍ଦର ସୃଷ୍ଟିକୁ 
ଯନ୍ତ୍ରଣାରେ ହୋଇ ଜର୍ଜରିତ 
ଅସହାୟ ହୋଇ ସିଏ 
ଆଜି ଖାଲି ବରୁଛି ମୃତ୍ୟୁକୁ ।
ଅମୃତ ର ବାରି ସିଞ୍ଚି
ପୁନର୍ଜନ୍ମ ଦିଅ ତାକୁ
ଧୋଇ ଦିଅ ସବୁ ପାପ ,
ସବୁ ଦୁଃଖ ତୁମ କରୁଣାରେ 
ପୋଛିଡିଆ ଲୁହ ଯେତେ 
ପଣତ କାନିରେ ।
କରୁଛି ମା ଅଳି ଆଜି 
ସୃଷ୍ଟି କର ତମେ ଏକ 
ନୂତନ ପୃଥିବୀ 
ହିଂସା ଦ୍ୱେଷ ଛଳନା ରୁ 
ସିଏ ଥାଉ ବହୁତ ଉର୍ଦ୍ୱରେ ।
ଶାନ୍ତିର ବାର୍ତ୍ତା ନେଇ 
ପ୍ରିତିଫୁଲ ଝରୁ 
ପ୍ରତି ହୃଦୟ କନ୍ଦରେ ।
ଦଶଭୁଜା ଦୁର୍ଗା ମାତ 
ମଙ୍ଗଳ ମୟୀ ସାଜି 
ଦୁର୍ନିତି ରାକ୍ଷସ ଗଣେ 
କର ଗୋ ନିପାତ ,
ଶୋଷଣ କଷଣ ସବୂ
ହୋଇ ଯାଉ ଲୁପ୍ତ ।
ତୁମର ଏ ଆଗମନେ 
ପୁରେ ପୁରେ ଶୁଭ ଶଙ୍ଖ 
ହେଉ ନିନାଦିତ ।
ଉଆଁସ ଅନ୍ଧାର ନାସି
ପୂର୍ଣ୍ଣମୀର ଜହ୍ନ ଉଇଁ ଯାଉ
ଦୁର୍ଗତି ନାଶିନୀ ବୋଲି
ତବ କୀର୍ତ୍ତି ଯୁଗେ ଯୁଗେ ଥାଉ ।
               
 ନିରାକାରପୁର , ଖୋର୍ଦ୍ଧା

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା ବିଜୟା ଦଶମୀ

Sunil Chandra Nayak

ବ୍ଲକ ସ୍ତରୀୟ ପ୍ରାଥମିକ କୃଷି ସମବାୟ ସମିତି କମିଟି ଗଠନ

Sunil Chandra Nayak

ରାଉରକେଲା ବିକାଶ ମଞ୍ଚ ତରଫରୁ ବିମାନବନ୍ଦର ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!