ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ରେ ” ଓଡିଶା A1 ନିୟୁଜ ” ଅଫିସ ରୁ ଚୋରି

ନବରଙ୍ଗପୁର (ମନିସ୍): ୦୯,୦୮,୨୦୨୨ ନବରଙ୍ଗପୁର ମାଝୀଗୁଡା ସ୍ଥିତ SP ଅଫିସ ପଛପଟେ ଓଡିଶା A1 ନିୟୁଜ ଚ୍ୟାନେଲ କାର୍ଯାଳୟ ରେ ଚୋରି ! ରବିବାର ରାତିରେ ଚୋର ମାନେ ଓଡିଶା A1 ନିୟୁଜ ଚ୍ୟାନେଲ ଅଫିସ ର ଝରକା ଭାଙ୍ଗି ଅଫିସ ଭିତରେ ପଶି କ୍ୟାମେରା, ମୋବାଇଲ, ମାଇକ, ଟଙ୍କା ଏବଂ ବିଭିନ୍ନ ସାମଗ୍ରୀ ଚୋରିକରି ନେଇଛନ୍ତି ଚୋର ! ଏହି ସମ୍ପର୍କ ରେ ନବରଙ୍ଗପୁର ଥାନା ରେ ଏକ ଅଭିଯୋଗ କରିଛନ୍ତି ସାମ୍ବାଦିକ ବେଣୁ ଗୋପାଳ ରାଓ ! ଅଭିଯୋଗ ପରେ ନବରଙ୍ଗପୁର ଥାନା ଅଧିକାରୀ ଶ୍ରୀ ନରେଶ ପ୍ରଧାନ, SI ଅଶୋକ ଦେଓ, Si ଆର ଏନ ପ୍ରଧାନ, ସାଇଣ୍ଟିଫିକ ଟିମ ସହ ଅନୁସନ୍ଧାନ ଡଗ ଘଟଣା ସ୍ତଳରେ ପହଂଚି ତଦନ୍ତ କରିଥିବା ଜଣାପଡୁଛି ! ରବିବାର ଦିନ ରାତିରେ ଅଫିସ ରେ କେହି ନଥିବାରୁ ସୁଯୋଗ ଦେଖି ଚୋରମାନେ ଏହି ଚୋରି କରିଥିବା ଜଣାପଡୁଛି ! ରବିବାର ରାତ୍ରରେ ଆଉ ଦୁଇଟି ସ୍ଥାନରେ ମଧ୍ୟ୍ୟ ଚୋର ମାନେ ଚୋରି କରିଥବା ଜଣାପଡୁଛି ! ନବରଙ୍ଗପୁର ସହରରେ ପ୍ରତିଦିନ ଚୋରମାନଙ୍କର ପ୍ରାଦୃଭାବ ଦେଖିବାକୁ ମିଳିଛି ! ଏଣୁ ବିଭିନ୍ନ ମହଲରେ ଦାବି ହେଉଛି ପେଟ୍ରୋଲିଙ୍ଗ ଅଧିକ କରିବା ସହ ଚୋର ମାନଙ୍କୁ ଗିରଫ କରାଯାଉ !

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସକଳ ଘଟେ ନାରାୟଣ

Sunil Chandra Nayak

ଓଡ଼ିଶାରେ ଖୋଲିବ ୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଟ୍ୱିଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର

Sunil Chandra Nayak

ବାଇକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!