ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଏଡ଼ସ ଦିବସ ପାଳିତ

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ, କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଡିସେମ୍ବର ପହିଲା, ଗୁରୁବାର ଦିନ ଯୁବ ରେଡକ୍ରସ୍ ଓ ରେଡ ରିବନ କ୍ଲବ ଆନୁକୂଲ୍ୟରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କ ସଭାପତିତ୍ବରେ ଯୁବ ରେଡକ୍ରସ୍ ଓ ରେଡ ରିବନ କ୍ଲବ ସ୍ବେଚ୍ଛାସେବୀ ମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଡ଼ସ ରୋଗ ଦ୍ବାରା ଆକ୍ରାନ୍ତ ହେଲେ ମୃତ୍ୟୁ ନିଶ୍ଚିତ ଏବଂ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିଥାଏ ବୋଲି ଅଧ୍ୟକ୍ଷ ସ୍ବେଚ୍ଛାସେବୀ ମାନଙ୍କୁ ସତର୍କ କରାଇ ଥିଲେ । ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ପ୍ରେମାନନ୍ଦ ନାୟକ ସଭାରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଏଡ଼ସ ରୋଗରୁ ରକ୍ଷା ପାଇବାର ମନ୍ତ୍ର , ଏହାର ସଂକ୍ରମଣ ମାଧ୍ୟମ ଗୁଡିକ ବିଷୟରେ ସଚେତନ କରାଇଥିଲେ । ଉକ୍ତ ସଭାରେ ସ୍ବେଚ୍ଛାସେବୀ ବଳରାମ ସିଂହ, ସୁପ୍ରିୟା ନାୟକ ଏବଂ ମାମା ଘଡେ଼ଇ ଇତ୍ୟାଦି ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଘୃଣା ନକରିବା ନିମନ୍ତେ ନିଜର ଅନ୍ୟ ସ୍ବେଚ୍ଛାସେବୀ ମାନଙ୍କୁ ଆହ୍ବାନ ଦେଇଥିଲେ । ଅନୁଷ୍ଠାନର କର୍ମଚାରୀ ବସନ୍ତ କୁମାର ସାହୁ, ବସନ୍ତ କୁମାର ଦାସ,ଅଭୟ କୁମାର ସାହୁ, ନିଳାମ୍ବର ପରିଡ଼ା,ରବି ମହନ୍ତ ଏବଂ ପ୍ରଦୀପ ବେହେରା ସଭା କାର୍ଯ୍ୟରେ ସହଯୋଗ କରିଥିଲେ ।ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ଲକ୍ଷ୍ମୀକାନ୍ତ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ (ମସିହା )

Related posts

ଗୋଷ୍ଠୀ ସଂର୍ଘସ ରେ ଦୁଇ ଆହତ ୩ ଅଟକ

Sunil Chandra Nayak

ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

ବହୁ ଚର୍ଚ୍ଚିତ କାହ୍ନୁ ବାଗେ ହତ୍ୟାକାଣ୍ଡର ଅନ୍ଯତମ ଆସାମୀ ଲବ ବାରୀଙ୍କୁ ଆଜୀବନ କାରାଦଣ୍ଡ -ରାଇରଙ୍ଗପୁର କୋର୍ଟ

Sunil Chandra Nayak

Leave a Comment

error: Content is protected !!