ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସକ୍ଷମ ଅଙ୍ଗନୱାଡ଼ି କେନ୍ଦ୍ର ଆଭାସି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଶୁଭ ଉଦଘାଟନ

ସକ୍ଷମ ଅଙ୍ଗନୱାଡ଼ି କେନ୍ଦ୍ର ଆଭାସି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଶୁଭ ଉଦଘାଟନ

ତେନ୍ତୁଳିଖୁଣ୍ଟି ୩୦/୦୯/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ବ୍ଲକ୨୦୪ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ରୁ ୧୮ଟି ସକ୍ଷମ ଅଙ୍ଗନ ୱାଡ଼ି କେନ୍ଦ୍ରକୁ କେନ୍ଦ୍ର ମନ୍ତ୍ରୀ ଟି ଭି ଅନ୍ନପୂର୍ଣ୍ଣା ଦେବୀ ଓ ଓଡ଼ିଶା ରାଜ୍ୟ ପାଳ ରଘୁବର ଦାସ ଙ୍କ ଦ୍ୱାରା ଆଭାସି ମାଧ୍ୟମରେ ଉଦଘାଟନ ହୋଇ ଯାଇଛି। ବ୍ଲକ ସକ୍ଷମ ଅଙ୍ଗନ ୱାଡ଼ି କେନ୍ଦ୍ରରେ କୁକୁଡାବାଇ, ଓଲମା ଓ ସଲପା( ଦୁଇ)ଠାରେ ତେନ୍ତୁଳିଖୁଣ୍ଟି ବି ଡିଓ ମନୋଜ କୁମାର ପାଣିଗ୍ରାହି , ଓ ଲମା  ସକ୍ଷମ ଅଙ୍ଗନୱାଡ଼ି କେନ୍ଦ୍ର ରେ ବ୍ଲକ ଅଧ୍ୟକ୍ଷା ଶ୍ରମତୀ ନିଲାନ୍ଦ୍ରି ନାୟକ ଓ ଅନ୍ୟାନ୍ୟ ସ୍ଥାନରେ  ସ୍ଥାନୀୟ ଲୋକପ୍ରତିନିଧି ଓ ସରକାର କର୍ମଚାରୀ ଉପସ୍ଥିତ  ଉଦଘାଟନ କାର୍ଯ୍ୟ କ୍ରମ କୁ   ପରିଚାଳନା ଓ ସହଯୋଗ କରି ଥିଲେ। ସଲପା ଠାରେ କାର୍ଯ୍ୟକ୍ରମ ରେ ଦିଗି ସରପଞ୍ଚ କିଶୋର ନାୟକ, ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର୍ ସବିତା ଉପାସି, ଅଙ୍ଗନ ୱାଡ଼ି କର୍ମୀ ସନ୍ଧ୍ୟା ରାଣୀ ବିଶ୍ଵାଳ, ଉମା ନାୟକ, କମଳିନୀ ଚଲାଣ, ବଇଦିବେହେରା, ସୀତା ଭତରା, ସାବିତ୍ରୀ ପୁଜାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମ ପରିଚାଳନା କରୁଥିଲେ। ଦିଗି ଯୋଗାଣ ସହାୟକ ସୁରେଶ ବିଷୋୟୀ ଓ ପଂଚାୟତ ନିର୍ବାହୀ ଅଧିକାରୀ ସତ୍ୟଜିତ ଗାହାଣ , ଏଟ୍ପା ଫାଉଣ୍ଡେସନ କର୍ମଚାରୀ ଦିଲିପ କୁମାର ସୁନା, ବିକ୍ରମ ପତି  କାର୍ଯ୍ୟ କ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଏନଆଇଟିଆର ବିକାଶ ପାଣ୍ଠିକୁ ଏକ କୋଟି ୧୮ଲକ୍ଷ ପ୍ରଦାନ 

Sunil Chandra Nayak

ଜାତୀୟ ରାଜପଥ ନିର୍ମାଣ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ

masiha

5 ଦିନ ହେଲା ବିଦ୍ୟୁତ ଅଚଳ, 6 ଟି ଗାଁ ଅନ୍ଧାକାରରେ 

Sunil Chandra Nayak

Leave a Comment

error: Content is protected !!