ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଚିଲିଗୁଡ଼ା କଲେଜରେ ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଚିଲିଗୁଡ଼ା କଲେଜରେ ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଜୁନାଗଡ଼ ୫/୧୨( ମ ନି ସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡ଼ା ନୀଳ ମାଧବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ସତନାମୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷାବିତ ଶଶୀ ସେନ ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବାର୍ଷିକ କ୍ରୀଡ଼ାର ଶୁଭ ଉଦଘାଟନ କରି ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ କ୍ରୀଡ଼ାର ଶପଥ ପାଠ କରାଇଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ବ୍ରଜ ମୋହନ ପାତ୍ର ,ସାମ୍ବାଦିକ ସୁନ୍ଦର ମୋହନ ଛ ତ୍ରିଆ ,ମଥୁରା ହାଇ ସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଦୀପ ,କୋ ଲି ଗାଁ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ପୁରନ୍ଦର ନ।ଏକ ପ୍ରମୁଖ ଯୋଗ ଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସ।ହିତ କରି ଥିଲେ ।ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଅବସର ଖେଳ ଶିକ୍ଷକ ନରେନ୍ଦ୍ର ନେଗି ମୁଖ୍ୟ ଦାୟିତ୍ୱ ଗ୍ରହଣ କରି ବାର୍ଷିକ କ୍ରୀଡ଼ାର ସମସ୍ତ ଦାୟିତ୍ୱ ତୁଲାଇଥିଲେ ।ବିଶେଷ କରି ଆଜି ଛାତ୍ର ଛାତ୍ରୀ ମାନଙ୍କ ୧୦୦ ମିଟର ଦୌଡ ,ଲଙ୍ଗ ଜମ୍ପ ,ସଟ ଫୁଟ ଭଳି ଅନେକ କ୍ରୀଡା ପ୍ରତିଯୋଗୀତ। ଆୟୋଜନ କରାଯାଇଥିଲା ।ଏଥିରେ ଶିକ୍ଷକ ଅମୂଲ୍ୟ ମେହେର ,ଶରତ ମଙ୍ଗରାଜ ,ବିବେକାନନ୍ଦ ସୁନାନୀ ,ମାନସୀ ବାଗ ,ପ୍ରଭାତୀ ଛ ତ୍ରିଆ ପ୍ରମୁଖ ବାର୍ଷିକ କ୍ରୀଡା କୁ ପରିଚାଳନା କରିଥିଲେ ।ଏହି ବାର୍ଷିକ କ୍ରୀଡା ୩ ଦିନ ଧରି ଚାଲୁ ରହିବ ବୋଲି ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସୁମିତ। ରାୟଗୁରୁ ପ୍ରକାଶ କରିଛନ୍ତି ।କାର୍ଯ୍ୟକ୍ରମ ରେ ଅଧ୍ୟାପକ ନିରଞ୍ଜନ ରାଉତ ,ମମତା ରାଣୀ ଧ ଙ୍ଗ ଡ଼ା ମାଝି ,ପ୍ରଭାତୀ ରାଉତ ,ଶିବା ବେହେରା , ରାକେଶ କୁମାର ରାଉତ ,ଛବି ନ।ଏକ ପ୍ରମୁଖ ସହଯୋଗ କରିଥିଲେ ।ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ମାନସୀ ବାଗ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କୁଜଙ୍ଗ ବ୍ଲକର ପଙ୍କପାଳ ଠାରେ ବିକାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରିୟ ୧୯ବର୍ଷ ଏବଂ ୧୬ ବର୍ଷରୁ କମ ଟର୍ଣ୍ଣାମେଣ୍ଟ ପାଇଁ ଜିଲ୍ଲା କ୍ରିକେଟ ଟିମ୍ ଦଳ ଚୟନ 

masiha

ତେରେସିଂହା କପ୍ ଫୁଟବଲ୍: ବଡ଼ମାଲ ଚମ୍ପିଆନ

Sunil Chandra Nayak

Leave a Comment

error: Content is protected !!