ତେନ୍ତୁଳିଖୁଣ୍ଟି -୨୩/୦୧/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚା ଗାଁ ଗ୍ରାମ ପଞ୍ଚାୟତ ରେ ଗୌଡ଼ କୁରମୁଲି ବୋଲି କୌଣସି ଗ୍ରାମ ନାହିଁ। କିନ୍ତୁ ଗ୍ରାମୀଣ ଆବାସ ସରକାରୀ ସାଇଟ କହୁଛି ଗୌଡ଼ କୁରମୁଲି ଗ୍ରାମ ର ଡାଲିମ୍ବ ପାଇକ ପିତା ବଳରାମ ୨୦୧୯-୨୦ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ଘର ପାଇଥିଲେ ଓ ତାଙ୍କ ଘର ୨୦୨୦-୨୧ ରେ ସମ୍ପୂର୍ଣ୍ଣ ହୋଇ ସାରିଛି। ହେଲେ କେଉଁ ଡାଲିମ୍ବ ପାଇକ ର ନାମରେ ଜିଓ ଟେକିଙ୍ଗ ଓ କାହାର ଆକାଉଣ୍ଟ ତିନି ପର୍ଯ୍ୟାୟରେ ଅର୍ଥ ପ୍ରଦାନ କରାଯାଇଛି ? ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ହିତାଧିକାରୀ 95 ଦିନର ମଜୁରୀ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅର୍ଥ ମଧ୍ୟ ଦିଆ ଯାଉଛି,ଡାଲିମ୍ବ ପାଇକ ର 95 ଦିନ ର ଏମ ଜି ଏନ ଆର ଜି ଏସ ଅର୍ଥ କିଏ ନେଇଛିି ? ସତ୍ୟ କଣ ଅନୁସନ୍ଧାନ କରିବାରୁ ଜଣା ପଡ଼ିଲା ମଁଚା ଗାଁ ଗ୍ରାମ ପଂଚାୟତ ରେ ଜାରୀ ହୋଇଥିବା ତତ୍କାଳୀନ ସାମାଜିକ ଅର୍ଥନୈତିକ ଓ ସାମାଜିକ ସର୍ଭେ ତାଲିକା ରେ 85 ଜଣ ଙ୍କ ନାମ ରହିଥିଲା ସମସ୍ତ ନାମ ର ବ୍ୟକ୍ତି ଗୌଡ଼ ଦେଓପାଲି ଗ୍ରାମ ପଞ୍ଚାୟତ ର ଡାଇକ,ସର୍ଗିଗୁଡା, ଭୀମକୁଟ,ନାୟକ ସାହି ରେ ରହୁଥିବା ଦେଖାଗଲା। ଗୌଡ଼ କୁରମୁଲି ଗ୍ରାମ ଟି ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ବୁଡି ଅଞ୍ଚଳ ହୋଇଛି, ସେହି ଅଞ୍ଚଳ ବାସୀ ରୁ କିଛି ବ୍ୟକ୍ତି ଉପରୋକ୍ତ ମାନଙ୍କ ରେ ଜମି ନ ବୁଡିବାରୁ ସେଠାରେ ରହି ଆସୁଛନ୍ତି। ସେଇ ଗୌଡ଼ କୁରମୁଲି ଗ୍ରାମ ନାମରେ ମଁଚା ଗାଁ ଗ୍ରାମ ପଞ୍ଚାୟତ ରେ ଗୌଡ଼ କୁରମୁଲି ଗ୍ରାମ ନାମରେ 85 ଜଣ ଙ୍କ ନାମ ଗୌଡ଼ ଦେଓପାଲି ଗ୍ରାମ ପଂଚାୟତ ରେ ନଥିଲା । ଏଣୁ ସେମାନେ ନା ପାଇଲେ ଗୌଡ଼ ଦେଓପାଲି ରେ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଘର ପାଇଲେ ନା ନ ମଞ୍ଚ।ଗାଁ ରେ ! ହେଲେ ମାତ୍ର ଡାଲିମ୍ବ ପାଇକ ପିତା ବଳରାମ ନାମରେ ଘର ନେଲା କିଏ ? ଗୌଡ଼ କୁରୁମୁଲି (ପୂର୍ବ) ବର୍ତ୍ତମାନ ସର୍ଗିଗୁଡା ରେ ରହୁଥିବା ଡାଲିମ୍ବ ପାଇକ ରହୁଛି ଛପର ଘରେ ? ଉଲ୍ଲେଖଯୋଗ୍ୟ ମଞ୍ଚା ଗାଁ ତତ୍କାଳୀନ ସରପଞ୍ଚ ଚଞ୍ଚଳା ମୁଦୁଲି ଗୌଡ଼ କୁରମୁଲି ବାଦ ଦେବା କୁ ତତ୍କାଳୀନ ବିଡ଼ିଓ ଙ୍କୁ ଚିଠି କରିଥିଲେ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ପ୍ରକୃତ ଡାଲିମ୍ବ ର ଘର ଙ୍କିଏ ନେଲା ? ବି ଡି ଓ ଦୁର୍ଯ୍ୟୋଧନ ଭୋଇ ଙ୍କୁ ପଚାରିବାରୁ କହିଲେ ବର୍ତ୍ତମାନ ନୂଆ ତାଲିକା ଅନୁସାରେ ଡାଲିମ୍ବ ଘର ପାଇବ । ଅଭିଯୋଗ ହେଲେ ପୂର୍ବ ଘର କିଏ ନେଇଛି ତଦନ୍ତ କରାଯିବ ।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି