ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରେ ବ୍ଲକ ଶିକ୍ଷାଧିକାରୀ ଙ୍କ ଅଭାବ! ୧୧ଟି ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅତିରିକ୍ତ ଙ୍କ ଦାୟିତ୍ବ ରେ, ଦରମା ପାଇ ନାହାନ୍ତି ଶିକ୍ଷକ !

ଭବାନୀପାଟଣା – – ସରକାର ଶିକ୍ଷାର ବିକାଶ ପାଇଁ ” ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ନାରା ଦେଇ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି କିନ୍ତୁ କାର୍ଯ୍ୟକ୍ଷେତ୍ରରେ ତାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ, ଜିଲ୍ଲାର ଦୁଇ ଗୋଟି ବ୍ଲକ୍ ରେ ନିୟମିତ ବ୍ଳକ ଶିକ୍ଷା ଅଧିକାରୀ ନିୟୋଜିତ ରହିଥିବା ବେଳେ ବାକି ୧୧ ବ୍ଲକ୍ କାର୍ଯ୍ୟାଳୟ ଅତିରିକ୍ତ ଶିକ୍ଷା ଅଧିକାରୀ ଙ୍କ ଦାୟିତ୍ବ ରେ ଚାଲିଛି। ଭବାନୀପାଟଣା ଉପଖଣ୍ଡ ର ଥୁଆମୂଳ ରାମପୁର ବ୍ଳକ ଓ ନର୍ଲା ବ୍ଳକ ରେ ନିୟମିତ ବ୍ଳକ ଶିକ୍ଷା ଅଧିକାରୀ ନିୟୋଜିତ ହୋଇଥିବା ବେଳେ ଭବାନୀପାଟଣା ସଦର, ମଦନପୁର ରାମପୁର, କର୍ଲାମୁଣ୍ଡା, ଲାଞ୍ଜିଗଡ଼ ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ଙ୍କ ଦାୟିତ୍ବ ରେ ଚାଲିଛି। ସେହିପରି ଧର୍ମଗଡ଼ ଉପଖଣ୍ଡ ନିୟମିତ ବ୍ଳକ ଶିକ୍ଷା ଅଧିକାରୀ ଶୂନ୍ୟ ହୋଇଥିବା ବେଳେ ଏହି ଉପଖଣ୍ଡ ର ଧର୍ମଗଡ଼, ଗୋଲାମୁଣ୍ଡା, ଜୟପାଟଣା, କୋକସରା, କଲମପୁର, ଜୁନାଗଡ଼ ଆଦି ୬ଗୋଟି ବ୍ଳକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ମଧ୍ଯ ଅତିରିକ୍ତ ଶିକ୍ଷା ଅଧିକାରୀ ଙ୍କ ଦ୍ଵାରା ପରିଚାଳିତ ହେଉଛି।ସୂଚନା ଯୋଗ୍ୟ ଯେ ଧର୍ମଗଡ଼ ବ୍ଳକ ଅତିରିକ୍ତ ଦାୟିତ୍ଵ ନେଇଥିବା ଗୋଲାମୁଣ୍ଡା ବି ଇ ଓ ନବ କିଶୋର ସାହୁ ଗତ ୩୧ ତାରିଖ ଅବସର ଗ୍ରହଣ କରିବା ପରେ ଦୁଇଗୋଟି ବ୍ଳକ ର ପଦବୀ ଖାଲି ହୋଇଥିଲା ସେହିପରି ଜୟପାଟଣା ବି ଇ ଓ ଧରମା ପ୍ରଧାନ ଯିଏକି କଲମପୁର ବ୍ଲକ ର ଅତିରିକ୍ତ ଦାୟିତ୍ଵ ରେ ଥିଲେ ସେ ଅବସର ଗ୍ରହଣ ପରେ ପୁଣି ଦୁଇଟି ବ୍ଳକ ଖାଲି ରହିଛି। ବର୍ତ୍ତମାନ ଜୁନାଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଭବାନୀପାଟଣା ବି ଏମ୍ ହାଇ ସ୍କୁଲ୍ ର ପ୍ରଧାନ ଶିକ୍ଷକ କିଛି ବ୍ଳକ ଭାରପ୍ରାପ୍ତ ବି ଇ ଓ ଭାବେ ଦାୟିତ୍ବ ନିର୍ବାହ କରୁଥିବା ବେଳେ ଆଗାମୀ ଦିନରେ ସେମାନଂକୁ ଆଉ କିଛି ବ୍ଳକ ର ଦାୟିତ୍ବ ଦିଆଯିବ ବୋଲି ଆଲୋଚନା ହେଉଛି। ନିୟମିତ ବି ଇ ଓ ଅଭାବ ରୁ ଶିକ୍ଷକ ମାନଙ୍କ ଜି ପି ଏଫ, ଇନକ୍ରିମେଣ୍ଟ, ଇ ଏଲ୍ ଅନୁମୋଦନ ଆଦି ବାଧା ପ୍ରାପ୍ତ ହେଉଥିବା ବେଳେ ସ୍କୁଲ ପରିଦର୍ଶନ ରେ ମଧ୍ଯ ଅସୁବିଧା ସୃଷ୍ଟି ହେଉଛି। ବିଶେଷ କରି କେତେକ ବ୍ଲକ୍ ରେ କ୍ଷମତାପ୍ରାପ୍ତ ବି ଇ ଓ ଙ୍କ ଅଭାବ ଯୋଗୁଁ ଶିକ୍ଷକ ମାନେ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି। ବିଗତ ମାସରେ ଆୟକର ରିଟର୍ଣ୍ଣ ବ୍ୟବସ୍ଥା ଯୋଗୁଁ ଶିକ୍ଷକ ମାନଙ୍କ ହାତ ଖାଲି ରହିଥିବା ବେଳେ ଏପ୍ରିଲ ମାସର ଦରମା ମିଳିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୁଇମାସ ଦରମା ଅଭାବ ହେଲେ ଏହାର ପ୍ରଭାବ ଶୀକ୍ଷକଙ୍କ ପରିବାର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବା ଆଶଙ୍କା କୁ ଏଡାଇ ଦିଆଯାଇ ନ ପାରେ। କଳାହାଣ୍ଡି ଜିଲ୍ଲା ରେ ଶିକ୍ଷା ବ୍ୟବସ୍ଥା ସୁଧାରିବା ନିମନ୍ତେ ତୁରନ୍ତ ଖାଲିଥିବା ବ୍ଳକ ରେ ନିୟମିତ ବି ଇ ଓ ନିଯୁକ୍ତି ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଗୁରୁତର, ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର

Sunil Chandra Nayak

ପଞ୍ଚଭୂତ ରେ ଲୀନ ହେଲେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରା

masiha

ବିଚାରଧୀନ ପେନସନ ଉପରେ ସମୀକ୍ଷା କଲେ ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ଓଡିଶା 

masiha

Leave a Comment

error: Content is protected !!