ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇଗା ଜନଜାତି, ସମାଜ ସଂସ୍କୃତି ପରିବେଶ ଉପରେ ଜନ ଜାଗରଣ ସଭା ଅନୁଷ୍ଠିତ 

ରୁପ୍ରା, ୨୧/୪ (ମ ନି ସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଗିଗିନା ଗ୍ରାମ ପଞ୍ଚାୟତ ଅଧିନ ସିନାଙ୍ଗ ବଡଝାର ପଡା ଠାରେ ବାଇଗା ଜନଜାତି, ସମାଜ ସଂସ୍କୃତି ଓ ପରିବେଶ ଉପରେ ଗୁରୁବାର ଦିନ ଏକ ବିରାଟ ଜନ ଜାଗରଣ ସଭା ଅନୁଷ୍ଠିତ ହୋଇଯାଇଛି। ବାଇଗା ଜନଜାତିର ମାର୍ଗ ଦର୍ଶକ ସଦନ ପ୍ରଗଣିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଦିସ୍କନ୍ଧ ସମାଜ ସଭାପତି ସୁରେଶ ଭୋଇ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ଜିଲ୍ଲା ଆଦିସ୍କନ୍ଧ ସମାଜ ଗବେଷକ, ଭୀମା ପତ୍ରିକାର ପ୍ରତିଷ୍ଠାତା ମୁଖ୍ୟ ସମ୍ପାଦକ ତଥା ୨୦୨୦ ଆଦିବାସୀ ପ୍ରତିଭା ସମ୍ମାନ ପ୍ରାପ୍ତ ଓ ବାଇଗା ଜନଜାତିର ମାର୍ଗ ଦର୍ଶକ ମେଦିନୀଧର ଜାନୀ, ବିଶେଷ ନିମନ୍ତ୍ରିତ ଅତିଥିଭାବେ ବୈଦ୍ୟରାଜ ପବିତ୍ର ଶବର, ସମ୍ମାନିତ ଅତିଥିଭାବେ ସାମ୍ବାଦିକ ଅଜୟ କୁମାର ସେନାପତି, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ବଲାଙ୍ଗୀର ଜିଲ୍ଲା ବାଇଗା ଜନଜାତିର ଜିଲ୍ଲା ସଭାପତି ଯୋଗେନ୍ଦ୍ର ପ୍ରଗଣିଆ, କଳାହାଣ୍ଡି ଜିଲ୍ଲା ବାଇଗା ଜନଜାତି ସଭାପତି ବିଦେଶୀ ପ୍ରଗଣିଆ, ଉପସଭାପତି ଟୁପାଉଡାର ମଦନ ପ୍ରଗଣିଆ, ସାଧାରଣ ସମ୍ପାଦକ ଟୁପାଉଡାର ଧନସିଂ ପ୍ରଗଣିଆ, କୋଷାଧ୍ୟକ୍ଷ ହେମନ୍ତ ପ୍ରଗଣିଆ, ଲବ ପ୍ରଗଣିଆ, ଯୁବ ସଚେତକ ଅଶ୍ୱିନୀ କୁମାର, ବିଶ୍ୱହିନ୍ଦୁ ପରିଷଦ ନର୍ଲା ସଭାପତି ଗଗନ ବିହାରୀ ସା, ସମ୍ପାଦକ ନରେନ୍ଦ୍ର ପ୍ରଗଣିଆ, କୋଷାଧ୍ୟକ୍ଷ ଇନ୍ଦ୍ର ପ୍ରଗଣିଆ ଓ ସଭାପତି ବନମାଳୀ ପ୍ରଗଣିଆ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅଧିନ ଟୁପାଉଡାର ଓ ନର୍ଲା ବ୍ଲକ୍ ଅଧିନ ଚିଆଁପଦର ତଥା ସିନାଙ୍ଗ ଗ୍ରାମର ବାଇଗା ଜନଜାତିର ପ୍ରାୟ ୪୦୦ ଜଣ ମହିଳା ଓ ପୁରୁଷ ତଥା ଯୁବଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ବାଇଗା ଜନଜାତି ସମ୍ପ୍ରଦାୟର ଲୋକମାନେ ହେଉଛନ୍ତି କନ୍ଧ ମାନଙ୍କର ଭାଟ, ଏଣୁ କନ୍ଧ ସମାଜର ବିବାହ, ମୃତ ଓ ଜନ୍ମଗ୍ରହଣ ସମୟରେ ପରମ୍ପରା ଅନୁଯାୟୀ ବାଇଗା ଜନଜାତି ସମ୍ପ୍ରଦାୟର ଲୋକେ କନ୍ଧ ମାନଙ୍କ ଠାରୁ ଦାନ ଗ୍ରହଣ କରି କନ୍ଧ ସମାଜର ଗୁଣଗାନ କରିଥାନ୍ତି। ତଥା ପ୍ରତ୍ୟେକ କାର୍ଯ୍ୟ ପାଇଁ ବାଇଗା ଜନଜାତି କନ୍ଧ ମାନଙ୍କ ଉପରେ ନିର୍ଭର କରୁଥିବା ସହ କନ୍ଧ ଦେବାଦେବୀ ଭୀମା, ଧରଣୀ ଓ ଦେବାଦେବୀ ପୂଜା ସମୟରେ ବାଇଗା ଜନଜାତି ଢୁଡଙ୍ଗ ବଜାଇ ଗୀତ ଗାଇଥାନ୍ତି। କନ୍ଧ ମାନେ ତାଙ୍କ କନ୍ଧାନ ଭାଷାରେ ବଗୁଆ ବୋଲି ସମ୍ବୋଧନ କରୁଥିଲେ, ପ୍ରକୃତରେ ଏହି ଜନଜାତି ବାଇଗା ସମ୍ପ୍ରଦାୟର ଓ ଏହା ଅପଭ୍ରଂଶ ହୋଇ ଯାଇଛି। ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଏହି ଜନଜାତି ଉପରେ ଗବେଷଣା କରି ବାଇଗା ଜନଜାତିର ମାନ୍ୟତା ପ୍ରଦାନ କରିଛନ୍ତି ବୋଲି କନ୍ଧ ସଂସ୍କୃତି ଗବେଷକ ମେଦିନିଧର ଜାନୀ ମତବ୍ୟକ୍ତ କରିଛନ୍ତି। ସେହିପରି ବାଇଗା ଜନଜାତିର ଲୋକେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନେ ପରିବାର ପ୍ରତିପୋଷଣ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଏହି ଜନଜାତି ପାଇଁ ସରକାର ସାହାଯ୍ୟ ସହଯୋଗ କରିବା ପାଇଁ ଉପସ୍ଥିତ ଅତିଥି ଗଣ ମତବ୍ୟକ୍ତ କରିଥିଲେ। ଏହି ଅବସରରେ କୁନି କୁନି ଶିଶୁ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ମଞ୍ଚ ପରିଚାଳନା ଶିକ୍ଷକ ଶଶିକାନ୍ତ ମାଝୀ କରିଥିବା ବେଳେ ଧନ୍ୟବାଦ ଅର୍ପଣ ସଦନ ପ୍ରଗଣିଆ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଓଡିଶା ମିଲେଟ ମିଶନ ପକ୍ଷରୁ ବିଭିନ୍ନ ପ୍ରତିଯୋଗୀତା

Sunil Chandra Nayak

ବିଦ୍ୟାଳୟରେ  ଦୁଇ ହଳ ଲେଖାଏଁ ପୋଷାକ ବଣ୍ଟନ

Sunil Chandra Nayak

ବିଭିନ୍ନ ବିଭାଗର ମିଳିତ ଉଦ୍ୟମ ଓ ସହଯୋଗ ହିଁ ବାଲ୍ୟ ବିବାହ ରୋକିବା ପାଇଁ ସହାୟକ ହେବ : ଅତିରିକ୍ତ ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort