ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପରକୀୟା ପ୍ରୀତି ସନ୍ଦେହ ରେ ପତ୍ନୀହତ୍ୟା: ହତ୍ୟାକାରୀ ସ୍ୱାମୀ କୁ ଆଜୀବନ କାରାଦଣ୍ଡାଦେଶ

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କୁହୁରିଗୁମା ଗାଁରେ ଗତ ୨୦୧୯ ମସିହାରେ ଅଗସ୍ତି ମାଝୀ ନିଜ ପତ୍ନୀର ଚରିତ୍ର କୁ ସନ୍ଦେହ କରି ଟାଙ୍ଗିଆରେ ହାଣି ନିର୍ମମ ଭାବରେ ହତ୍ଯା କରିଥିଲା । ଏ ନେଇ ଜୟପାଟଣା ପୋଲିସ ଥାନା କେଶ ନମ୍ବର ୧୭୧ ତା ୩୦.୦୬.୨୦୧୯ ରେ ଏକ ହତ୍ୟା ମାମଲା ରୁଜୁ କରି ଆସାମୀ ଅଗସ୍ତି ମାଝୀ କୁ ଗିରଫ ସହ କୋର୍ଟ ଚାଲାଣ କରିଥିଲେ। ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୦୨ ରେ ମାମଲା ର ଶୁଣାଣୀ କରି ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଆଜି ମାନ୍ୟବର ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବନ୍ଦନା କର ଅଭିଯୁକ୍ତ ଅଗସ୍ତି ମାଝୀ କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡାଦେଶ ପାଇଁ ରାୟ ପ୍ରକାଶ କରିଛନ୍ତି । ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ମାମଲା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଖଡିଆଳ ପୋଲିସ କୁ ବଡ ସଫଳତା, ୨୦ କେଜି ୪୯୫ ଗ୍ରାମ ଗଞ୍ଜେଇ ଜବତ୍, ଦୁଇ ଅଭିଯୁକ୍ତ ଅଟକ ତଦନ୍ତ ଜାରି

Sunil Chandra Nayak

ଚୋରା ଦେଶୀ ବନ୍ଧୁକ ଜବତ ଜଣେ ଗିରଫ 

ନାବାଳିକାକୁ ପ୍ରେମ ପ୍ରତାରଣା ପରେ ଅପହରଣ ଘଟଣାରେ ଜେଲ ଗଲା ଅଭିଯୁକ୍ତ ଯୁବକ

Sunil Chandra Nayak

Leave a Comment

error: Content is protected !!