ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସରକାରୀ ଟଙ୍କା କୁ ଆତ୍ମସାତ ଘଟଣା। ବନ୍ଧା ହେଲେ ବନ ବିଭାଗର ପାଞ୍ଚ କର୍ମଚାରୀ

ସରକାରୀ ଟଙ୍କା କୁ ଆତ୍ମସାତ ଘଟଣା।

ବନ୍ଧା ହେଲେ ବନ ବିଭାଗର ପାଞ୍ଚ କର୍ମଚାରୀ

ବୃକ୍ଷ ରୋପଣ ଟଙ୍କାକୁ ଆତ୍ମସାତ ଅଭିଯୋଗରେ ଚାରି ବନ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିନସ୍ଥ ଜୟପାଟଣା ରେଞ୍ଜରେ ବୃକ୍ଷ ରୋପଣ ଟଙ୍କାକୁ ଆତ୍ମସାତ ଅଭିଯୋଗରେ କଳାହାଣ୍ଡି ଭିଜିଲାନ୍ସ ବିଭାଗ ତଦନ୍ତ ପରେ ଜୟପାଟଣା ରେଞ୍ଜରେ କାର୍ଯ୍ୟରତ ଥିବା ପାଞ୍ଚ ଜଣ ବନ କର୍ମଚାରୀଙ୍କୁ ଗିରଫ କରିଥିବା ଜଣାପଡିଛି। ସେମାନେ ହେଲେ ଜୟପାଟଣା ଡେପୁଟି ରେଞ୍ଜର ଶୈଳେନ୍ଦ୍ରୀ ବାଗ, ଫରେଷ୍ଟର ଉମେଶ ରାଉତ,ଦେବରାଜ ସୁନାନୀ ଓ ଫରେଷ୍ଟ ଗାର୍ଡ ଅଶୋକ ସାହୁ ଓ ଲଳିତ ନାଏକ। ସୂଚନା ଅନୁଯାୟୀ ବୃକ୍ଷ ରୋପଣ ନା ରେ ସରକାରୀ ଟଙ୍କା କୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଓଡିଶା ଭିଜିଲାନ୍ସ ପକ୍ଷରୁ ଏକ ୨୫ ଜଣିଆ ଅଧିକାରୀ ଦଳ ଅନୁସନ୍ଧାନ କରିଥିଲେ। ରେଞ୍ଜର ବୃକ୍ଷ ରୋପଣ ସ୍ଥାନ ଗୁଡ଼ିକରେ ଯାଞ୍ଚ କରାଯାଇଥିଲା। ବୃକ୍ଷ ଗଣନା ବେଳେ ସରକାରୀ ଟଙ୍କାକୁ ଅପବ୍ୟବହାର ସହ ଦୁର୍ନୀତି ସାମ୍ନାକୁ ଆସିଥିଲା। ବୃକ୍ଷ ରୋପଣ ପାଣ୍ଠିର ଟଙ୍କାକୁ ବେନାମୀ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇ ପରବର୍ତ୍ତୀ ସମୟରେ ସେଇ ଟଙ୍କା ଉଠାଣ କରାଯାଇଛି। ଆର୍ଥିକ ବର୍ଷ ୨୦୨୩-୨୪ ରେ ଚମ୍ପାଚୁଆ -୧ ରେ ୧୬ ଶହ ଗଛର ୪୩ ଲକ୍ଷ ୭୫ ହଜାର ୬୩୪ ଟଙ୍କା, ଚମ୍ପାଚୁଆ-୨ ରେ ୧୬ ଶହ ଗଛର ୬ ଲକ୍ଷ ୬୭ ହଜାର ୪୪୬ ଟଙ୍କା, ଖମାରପଦର ବଡ଼ହିଲରେ ୮ଶହ ଗଛର ୧୨ ଲକ୍ଷ ୭୬ ହଜାର ୨୯୧ ଟଙ୍କା,ଖମାରପଦର ଏଏନଆର ରେ ୪ ଶହ ଗଛ ର ୫ ଲକ୍ଷ ୧୨ ହଜାର ୫୧୯ ଟଙ୍କା କୁ ମିଶାଇ ସର୍ବମୋଟ ୭୯ ,ଲକ୍ଷ ୫୪ ହଜାର ୬୩୫ ଟଙ୍କା ଅପବ୍ୟବହାର ହୋଇଥିବା ଜଣାପଡିଛି। ଏ ନେଇ ଭିଜିଲାନ୍ସ ପକ୍ଷରୁ କେଶ ନମ୍ବର ୧୯/୨୫ ଦୁର୍ନୀତି ତଥା ସରକାରୀ ଟଙ୍କାକୁ ଅପବ୍ୟବହାର ମାମଲା ରୁଜୁ କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଭିଜିଲାନ୍ସ ଜାଲରେ ଖଡ଼ିଆଲ ବିଡ଼ିଓ

Sunil Chandra Nayak

ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା: ପ୍ରକୃତ ମାଲିକଙ୍କୁ ଫେରିଲା ୬୧ଟି ସ୍ମାର୍ଟଫୋନ୍

Sunil Chandra Nayak

ଶଙ୍କରପଲା ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ପର୍ଦାଫାଶ ,  ଅଭିଯୁକ୍ତ ପୁତୁରା ହଉଛି ମୁଖ୍ୟ ହତ୍ୟାକାରୀ

masiha

Leave a Comment

error: Content is protected !!