ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜମି ବିବାଦ କୁ ନେଇ ଫୁଟିଲା ଗୁଳି

ବଲାଙ୍ଗିର,୧୫/୦୧ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସଦେଇପାଲି ଗ୍ରାମରେ ଗୁଳି କାଣ୍ଡ । ଜମି ମାପ ଚୁଖ ଚାଲିଥିବା ବେଳେ ଘଟିଛି ଅଘଟଣ । ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ଜମି ମାଲିକ ଦିଲିପ ପଟ୍ଟନାୟକ ଓରଫ ସନୁ,ସନ୍ତୋଷ ସାହୁ,ଶିଲୁ ପ୍ରଧାନ ଯାଇଥିବା ବେଳେ ଘଟିଛି ଅଘଟଣ। ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୧୦. ୩୦ ମିନିଟ ସମୟରେ ସଦେଇପାଲି ରେ ଥିବା ତାଙ୍କର ଜମି ମାପିବାକୁ ସେମାନେ ଅମିନ ନେଇ ଆସିଥିଲେ । ଏହି ସମୟରେ ଉକ୍ତ ଜମି ଜବରଦଖଲ କରିଥିବା ଟିସୁ ସାଏ ଓ ତାଙ୍କର ପରିବାର ଲୋକେ ଏହାକୁ ବିରୋଧ କରିଥିଲେ। ପରିବାର ର ସମସ୍ତେ ମାରଣାସ୍ତ୍ର ଧରି ବାହାରିଥିବା ବେଳେ ଗଣ୍ଡଗୋଳ ହୋଇଥିଲା। ସେମାନଙ୍କ ମଧ୍ୟ ରୁ କେହି ଜଣେ ଦିଲିପ ପଟ୍ଟନାୟକ ଙ୍କୁ ଗୁଳି ମାରିଥିଲା । ଗୁଳି ତାଙ୍କର ଡାହାଣ କାନ୍ଧ ରେ ବାଜିଥିଲା । ଗୁରୁତର ଅବସ୍ଥା ରେ ତାଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ସଦର ପୁଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବଲାଙ୍ଗୀର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଆରଏମସି ଅଫିସ ରେ ଦୁବୃର୍ତ୍ତ ତାଲା ଭାଙ୍ଗି କମ୍ପ୍ୟୁଟର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ 

masiha

ଆନ୍ତଃରାଜ୍ୟ ୬ ଦକାୟତ ଗିରଫ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

masiha

Leave a Comment

error: Content is protected !!