ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବି ଓ କବିତାର ଅପୂର୍ବ ସଂଗମ , ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ, ଭାଗନେଲେ ୨୦୦ରୁ ଉର୍ଦ୍ଧ୍ୱ କବି ଓ କବୟିତ୍ରୀ

ବିଶିଷ୍ଟ ସାହତ୍ୟିକ ପ୍ରତାପ କିଶୋର ମୁଣ୍ଡଙ୍କୁ ତାଙ୍କ ଜୀବନ ବ୍ୟାପି ସାଧନାକୁ ସମ୍ମାନ ଜଣାଇ “ମାଟିପୁତ୍ର” ସମ୍ମାନରେ ସମ୍ମାନିତ କରାଯାଇଥିଲା

କଳାହାଣ୍ଡି ଉତ୍ସବର ଦ୍ୱିତୀୟ ଦିବସରେ ସ୍ଥାନୀୟ ଟାଉନହଲଠାରେ ଏକ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ କବି ସମ୍ମିଳନୀର ମୁଖପତ୍ର ନିଶାନ ଉନ୍ମୋଚନ ପରେ ଆଜି ସଂପୃକ୍ତ ମୁଖପତ୍ରରେ ସ୍ଥାନୀତ କବିତାଗୁଡିକର କବିମାନେ ଉପସ୍ଥିତ ରହି ନିଜ ନିଜର କବିତା ପାଠ କରିଥିଲେ । ଏଥିରେ ଉଦ୍ ଘାଟକ ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କ୍ରୁତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟ ଅତିଥି ଭାବେ ବରିଷ୍ଠ କବି ପ୍ରଦୀପ କୁମାର ପଣ୍ଡା ଯୋଗ ଦେଇଥିଲେ ! ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସଚିନ୍ ପାୱାର, ବିଶିଷ୍ଟ କବି ଓ ଲେଖକ ପ୍ରତାପ କିଶୋର ମୁଣ୍ଡ, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡ. ସୁନୀତି ମୁଣ୍ଡ, ସତ୍ୟ ନାରାୟଣ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଏଇ ଅବସରରେ ପ୍ରତାପ କିଶୋର ମୁଣ୍ଡଙ୍କୁ ତାଙ୍କ ଜୀବନ ବ୍ୟାପି ସାଧନାକୁ ସମ୍ମାନ ଜଣାଇ ମାଟିପୁତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ! କବି ସମ୍ମିଳନୀ ଉପସମିତିର ନୋଡ଼ାଲ ଅଫିସର ତଥା ପିଏ ଆଇଟିଡିଏ ବିରଞ୍ଚି ନାରାୟଣ ଦରୱାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଭାପତି ଡ. ତପନ ରଥ, ଉପ ସଭାପତି ସନ୍ତୋଷ ରଥ, ଆବାହକ ସତ୍ୟ ନାରାୟଣ ମୁଣ୍ଡଛିନା, ସଭ୍ୟ ବିଶ୍ବରଞ୍ଜନ ପଣ୍ଡା, ଜୟଦ୍ରଥ ସୁନା, ଯାଦବେନ୍ଦ୍ର ସାହା, ସୁଧୀର ଧଙ୍ଗଡ଼ାମାଝୀ, ଡିଲେଶ୍ବର ରଣା, କଳ୍ପନା ରଥ, ସୁମତୀ ମୁଣ୍ଡ, ଲିପ୍ସାମୟୀ ଦୁବେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ! କବି ଅର୍ଜୁନ ଗୋପାଳ, ପ୍ରଶାନ୍ତ ଦାଶ, ପୁଣ୍ୟଦୀପା ଖମାରୀ, କାଜଲ ମହାରଣା, ଆଶୁତୋଷ ପୁରୋହିତ,ଚିନ୍ମୟ ପଣ୍ଡାଙ୍କ ସଂଯୋଜନାରେ ଜିଲ୍ଲାର କୋଣ ଅନୁକୋଣରୁ ଦୁଇଶହରୁ ଉର୍ଦ୍ଧ୍ବ କବି ନିଜ ନିଜର କବିତା ପାଠ କରିଥିଲେ । ଶେଷରେ ବିଶ୍ବରଞ୍ଜନ ପଣ୍ଡା ସାମୁହିକ ଧନ୍ୟବାଦ ଅର୍ପଣ କରିଥିଲେ ।

କଳାହାଣ୍ଡିରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମଣ୍ଡେଇ ମହୋତ୍ସବ ୨୦୨୪ ପାଳନ ଉପଲକ୍ଷେ ପ୍ରତିଯୋଗିତା ଆୟୋଜନ କମିଟି ର ପ୍ରସ୍ତୁତି ବୈଠକ 

masiha

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜଗଦା ରେ ଉତ୍କଳ ଦିବସ ଓ ପ୍ରଥମ ଦିନ ଉତ୍ସବ ପାଳିତ 

Sunil Chandra Nayak

ମାଁ ଗବଡେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଭାଲୁପିଆକୁ ହରାଇ ଗଜବାହାଲ ଚାମ୍ପିଅନ

Sunil Chandra Nayak

Leave a Comment

error: Content is protected !!