ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳ କଷ୍ଟ  , ପମ୍ପ ଘର ଓ ପଞ୍ଚାୟତରେ ତାଲା ଠୁଙ୍କି ଧାରଣାରେ ବସିଲେ ମହିଳା

ଜଳ କଷ୍ଟ 

 ପମ୍ପ ଘର ଓ ପଞ୍ଚାୟତରେ ତାଲା ଠୁଙ୍କି ଧାରଣାରେ ବସିଲେ ମହିଳା

ମୁନିଗୁଡ଼ା,୧୩।୫ ଗ୍ରୀଷ୍ମ ଆରମ୍ଭରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବୈଠକରେ ଯୁଦ୍ଧ କାଳୀନ ଭିତ୍ତିରେ ଜଳକଷ୍ଟ ଥିବା ସ୍ଥାନ ମାନଙ୍କରେ ଆବଶ୍ୟକ ସ୍ଥଳେ ନୂତନ ନଚେତ ମରାମତି କରି ଳୋକଙ୍କୁ ଜଳ ଯୋଗାଣ ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଥିବା ବେଳେ ମୁନିଗୁଡ଼ା ବ୍ଲକ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖାଦେଇଛି।ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ୍‌ ଅମ୍ବାଦଳା ପଞ୍ଚାୟତ ପାଇକ ସାହି ଓ ଗୌଡ ସାହିରେ ପାନୀୟଜଳ ସଂକଟ ଉତ୍କଟ ହୋଇଛି। ପାଣି ସମସ୍ୟାକୁ ନେଇ ମୁନିଗୁଡ଼ା ବିଡ଼ିଓ କୃଷ୍ଚ ଚନ୍ଦ୍ର ଦଳପତିଙ୍କୁ ଲିଖିତ ଅଭିଯୋଗ କରିବା ସହ ପଞ୍ଚାୟତ ଠାରୁ ଆରମ୍ଭ କରି ପାନୀୟ ଜଳ ଓ ପରିମଳ ବିଭାଗ ର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ପାଇପ ଯୋଗେ ସାହିକୁ ପାନୀୟଜଳ ଯୋଗାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଦୀର୍ଘ ମାସ ଧରି ଜଳ ଯୋଗାଣ ନ ହେବାରୁ ଆଜି ସାହିର ମହିଳାମାନେ ଉତ୍ତ୍ୟକ୍ତ ହୋଇ ପାନୀୟଜଳ ପ୍ରକଳ୍ପର ପମ୍ପ ହାଉସ୍‌ ଓ ପଞ୍ଚାୟତ କାର୍ଯ୍ୟାଳକୁ ତାଲା ପକାଇ ଦେଇଛନ୍ତି।

ଏହି ସାହିରେ ୧୫୦ରୁ ଉର୍ଦ୍ଧ ପରିବାର ବାସ କରୁଥିବା ବେଳେ ୩ବର୍ଷ ହେଲା ସୋଲାର ପ୍ରକଳ୍ପ ଅଚଳ ହୋଇ ରହିଛି।ସାହିରେ ଥିବା ନଳକୂପରୁ ପାଣି ବାହାରୁ ନଥିବା ବେଳେ ବସୁଧା ଯୋଜନା ପମ୍ପ ଘରୁ ପାଣି ଯୋଗାଣ ଠପ୍ ହୋଇଛି। ‘ବସୁଧା’ ଯୋଜନାରେ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିବା ବେଳେ ଖରାଦିନେ ସାହିବାସୀ ପାଣି ଟୋପାଏ ପାଉନାହାନ୍ତି। ପାଇପ୍‌ ସଂଯୋଗ ହେଇ ନଥିବାରୁ ଏଭଳି ସମସ୍ୟା ହୋଇଥିବା ବେଳେ ପାଇପ୍‌ ସଂଯୋଗ ସାଙ୍ଗକୁ ସାହିରେ ନଳକୂପ ମରାମତି ପାଇଁ ବିଭିନ୍ନ ସମୟରେ ସାହିବାସୀ ଜଳ ଓ ପରିମଳ ବିଭାଗ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣକରିଥିଲେ। ପରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୁନିଗୁଡ଼ା ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ବ୍ଲକ ପ୍ରଶାସନ ପକ୍ଷରୁ କୌଣସ ପଦକ୍ଷେପ ଗ୍ରହଣ କରାନଯିବାରୁ ମହିଳାମାନେ ଉତ୍ତ୍ୟକ୍ତ ହୋଇ ‘ବସୁଧା’ ପ୍ରକଳ୍ପର ପମ୍ପ ହାଉସ୍‌ ଓ ପଞ୍ଚାୟତ କାର୍ଯ୍ୟାଳୟ ରେ ତାଳା ଠୁଙ୍କି ଥିବା ଦେଖିବାକୁ ମିଳିଥିଲା। ସାହିର ଶତାଧିକ ମହିଳା ଗରା, ମାଠିଆ ଧରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ର ବିଭିନ୍ନ ସରକାରୀ କାର୍ଯ୍ୟ ଆଜି ୬ ଘଣ୍ଟା ଧରି ବନ୍ଦ ରହିଥିଲା। ଘଟଣା ସ୍ଥଳରେ ଅମ୍ବାଦଳା ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ୟାସୀ ଟାକ୍ରି ପହଞ୍ଚି ଉତ୍ୟକ୍ତ ମହିଳା ମାନଙ୍କୁ ବୁଝା ସୁଝା କରିଥିଲେ ସୁଦ୍ଧା ସେମାନେ ପାଣି ନମିଳିଲେ ଧାରଣାରୁ ଉଠିବୁ ନାହଁ ବୋଲି ଜଣାଇଥିଲେ।ତେବେ ବିଭିନ୍ନ ମୌଳିକ ସୁବିଧା ଭତା ହେଉ କିମ୍ବା ଚାଉଳ ପାଇଁ ଆସୁଥିବା ହିତାଧିକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ଆସି ଫେରିବା ସହ ଧାରଣାରେ ବସିଥିବା ମହିଳା ମାନଙ୍କ ସହ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ବ୍ଲକ ପ୍ରଶାସନର ଅବହେଳା ଯୋଗୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅମ୍ବାଦଳା ସରପଞ୍ଚ ଚଞ୍ଚଳା ମାଝି ଜଣାଇଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟକୁ ମହିଳା ମାନେ ତାଲା ଠୁଙ୍କି ୬ ଘଣ୍ଟା ଧରି ଧାରଣାରେ ବସିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ପାଣି ଟାଙ୍କି ଗାଁରେ ପହଞ୍ଚିବା ସହ ନଳକୂପ ସଜଡ଼ା ଯାଇଥିଲା। ପାଣି ଯୋଗାଣ ବ୍ୟବସ୍ଥା ହେବା ପରେ ମହିଳା ମାନେ ଧାରଣାରୁ ଉଠିଥିବା ଜଣାପଡିଛି। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବୀରନରସିଂହପୁରରେ ଖୋଲିବ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

masiha

ଏକ ଦିନ ଏକ ଘଣ୍ଟା କାର୍ଯ୍ୟକ୍ରମ 

masiha

ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଙ୍କ ସହ ଓଡିଶା ରାଜସ୍ଵ ଅମଲା ସଂଘର ସୌଜନ୍ୟମୂଳକ ସାକ୍ଷାତ

masiha

Leave a Comment

error: Content is protected !!