ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପେଟ୍ରୋଲ ପିଡିତା ସୁଭଦ୍ରା କଟକ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ

ମୟୂରଭଞ୍ଜ -୦୯/୬ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ହଳଦା ପଞ୍ଚାୟତର ଵଡବାଇକଳା ଗ୍ରାମର ନିଶାଗ୍ରସ୍ତ ଯୁବକ ସନ୍ଦିପ ଗୋପାଲଙ୍କ ପତ୍ନୀ ସୁଭଦ୍ରା ପେଟ୍ରୋଲ ଜନିତ ନିଆଁରେ ପୋଡ଼ି ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲ ଏବଂ ପରେ କଟକ ଏମିତି ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଶତକଡା ୮୦ ଭାଗରୁ ଉର୍ଦ୍ଧ୍ବ ପୋଡ଼ି ଯାଇଥିଲା ।ଆଜି ଭୋର ସମୟରେ ସୁଭଦ୍ରାର ପ୍ରାଣବାୟୁ ଉଡି ଯାଇଥିଲା । ତାଙ୍କର ମର ଶରୀର କଟକରୁ ଅଣାଯାଇ ସଂଧ୍ୟାରେ ରାଇରଙ୍ଗପୁର ଅଣା ଯାଇଥିଲା । ରାତ୍ରରେ ବଡବାଇକଳା ଶଶୁର ଗାଁ ରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି ।ଏହାକୁ ନେଇ ସୁଭଦ୍ରାଙ୍କ ବାପ ଘର ତରଫରୁ ତାଙ୍କୁ ପୋଡ଼ି ମାରି ଦିଆ ଯାଇଥିବାର ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୬୫/୨୩ ରୁଜୁ କରିବା ସହ ଘଟଣାକୁ ହାଲୁକା ନ ନେଇ ମାରାଥନ ତଦନ୍ତ ଓ ଜେରା କରିଚାଲିଛି । କେଉଁ ପରିସ୍ଥିତିରେ ସୁଭଦ୍ରାର ମୃତ୍ୟୁ ହେଲା ତଦନ୍ତ ରୁ ଜଣା ପଡ଼ିବ! ସୁଭଦ୍ରାଙ୍କୁ ହତ୍ୟା କରାଯାଇଛି ନା ପୋଡ଼ି ମାରି ହତ୍ଯା କରାଯାଇଛି ପୋଲିସ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କ ହତ୍ୟା ଘଟଣାର ସିନ୍ ରିକ୍ରିଏସନ ଦେଖାଇଲା ଅଭିଯୁକ୍ତ

Sunil Chandra Nayak

ଅଙ୍ଗନବାଡ଼ି ରେ ମିଳୁଥିବା କୁତ୍ରିମ ପ୍ଲାଷ୍ଟିକ ଅଣ୍ଡା ନେଇ ଅଭିଯୋଗ 

Sunil Chandra Nayak

ଧାତକିଡିହି ଗ୍ରାମରେ ଯୁବତୀ’ଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!