ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ ୨୮୫ କେଜି ଗଞ୍ଜେଇ ଜବତ,ଦୁଇ ଆନ୍ତଃ ରାଜ୍ୟ ମାଫିଆ ଗିରଫ

କନ୍ଧମାଳ,09/06.(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ ସହ ୨୮୫ କେଜି ବେଆଇନ୍ ଗଞ୍ଜେଇ ଜବତ କରିଛି ପୋଲିସ୍ । ଘଟଣାରେ ଦୁଇଜଣ ଆନ୍ତଃ ରାଜ୍ୟ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡ଼ା ପୋଲିସ୍ । ସୂଚନା ପ୍ରକାରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ ବାଲିଗୁଡ଼ା ଥାନା ପୋଖରୀବନ୍ଧ ଗାଁ ନିକଟରୁ ଗଞ୍ଜେଇ ବୋଝେଇ ଏକ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଏକ ମୋଟର ସାଇକେଲକୁ ଜବତ କରାଯାଇଥିବା ଜଣାପଡ଼ିଛି । ଦୁଇଜଣ ଆନ୍ତଃ ରାଜ୍ୟ ମାଫିଆ ଭୋପାଳ ଅଞ୍ଚଳର ସତ୍ୟମ୍ ଲୋଧ ଓ ସୋନି କିରାର୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଘଟଣାରେ ବାଲିଗୁଡ଼ା ଥାନା କେସ୍ ନଂ -୧୪୭/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖୁଛି ବାଲିଗୁଡା ପୋଲିସ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ : ସ୍କୁଲରେ ତାଲା ପକାଇଲେ ଲୋକେ, ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ଘେରାଉ କଲେ ଲୋକେ

Sunil Chandra Nayak

ଅଜଣା ଗାଡି ଧକ୍କାରେ ଜଣେ ମୃତ 

masiha

ଅନ୍ଧ ବିଶ୍ବାସର କରୁଣ ପରିଣତି! ବୃଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ 

Sunil Chandra Nayak

Leave a Comment

error: Content is protected !!