ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଉପରେ ଗଛ ପଡି ଦୁଇ ଗୁରୁତର

ଚନ୍ଦାହାଣ୍ଡି(ମନି ସ) ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଧୋଡିପାଣି ବିଦ୍ୟାଳୟର ଜୈନେକ ଶିକ୍ଷକ ଆଜି ମଧ୍ୟାହ୍ନ ରେ ନିଜ ପରିବାର ସହ ଚନ୍ଦାହାଣ୍ଡି ରୁ ଧୋଡିପାଣି ଫେରୁଥିବା ସମୟରେ ସେମଲାଗୁଡା- ସିନାପାଲି ରାସ୍ତା ପାଶ୍ୱର୍ରେ ଥିବା ଏକ ବିରାଟ ଗଛ ବାଇକ ଉପରେ ପଡି ଯାଇଥିବାରୁ ବାଇକରେ ଥିବା ଉଭୟ ସ୍ବାମୀ ସ୍ତ୍ରୀ ଗଛ ଡାଳରେ ଚାପି ହୋଇଥିଲେ। ସେହି ରାସ୍ତଦେଇ ଯାଉଥିବା ଲୋକେ ତାଙ୍କୁ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସୂଚନା ରୁ ପ୍ରକାଶ, ଧୋଡିପାଣି ବିଦ୍ୟାଳୟ ର ଶିକ୍ଷକ ମନୋରଞ୍ଜନ କର ତାଙ୍କ ସ୍ତ୍ରୀ ମହେଶ୍ବତା ପଣ୍ଡା ଓ ପୁଅ ଆଦିତ୍ୟ ଚନ୍ଦାହାଣ୍ଡି ରୁ ଧୋଡିପାଣି କୁ ଫେରୁଥିବା ବେଳେ ସିନାପାଲି- ସେମଲାଗୁଡା ରାସ୍ତା ପାର୍ଶ୍ବରେ ଥିବା ଏକ ଗଛ ତାଙ୍କ ବାଇକ ଉପରେ ପଡି ଯାଇଥିବାରୁ ସମସ୍ତେ ଗଛ ଡାଳରେ ଚାପି ହୋଇଥିଲେ। ଶିକ୍ଷକ ମନୋରଞ୍ଜନ କରଙ୍କ ନାକ ଓ ମୁଣ୍ଡରେ ଆଘାତ ଲାଗି ଥିବା ବେଳେ ତାଙ୍କ ପତ୍ନୀ ଙ୍କ ହାତ ଭାଙ୍ଗି ଯାଇ ଥିବା ଜଣାପଡିଛି। ତେବେ ତାଙ୍କର ଶିଶୁ ପୁତ୍ର ଙ୍କୁ କୌଣସି ଆଘାତ ଲାଗି ନଥିଲା। ଡାକ୍ତର ସନ୍ଦିପ ଶତପଥୀ ପ୍ରାଥମିକ ଚିକିତ୍ସା କରିବା ପରେ ଉଭୟଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗଛ ପଡି ରାସ୍ତା ଅବରୋଧ ହୋଇ ଥିବା ରୁ କିଛି ସମୟ ଯାତାୟତ ବନ୍ଦ ରହିଥିଲା।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ପାନପୋଷି- ଶିମିଳିନାଳି ର ଶ୍ରୀ ଶ୍ରୀ ଯୋଗେଶ୍ୱର ବାବା ଶୈବପୀଠରେ ଶିମିଳିପାଳ ଗ୍ରୁପ ଇନଷ୍ଟିଚ୍ଯଟ ତରଫରୁ ଶ୍ରଦ୍ଧାଳୁଙ୍କୁ କଞ୍ଚାବୁଟ ଓଦହି ସରବତ ବଣ୍ଟନ 

masiha

ବାଳସୁଧାର ଗୃହରେ ଖୁସି ବାଣ୍ଟିଲା ରାଉରକେଲା ଭାଇବ୍ରାଣ୍ଟ 

masiha

ସତ୍ୟ ମାଝୀ ଙ୍କ ଏକ ସଡକ ଦୁର୍ଘଟଣା ରେ ମୃତ୍ୟୁ, ସିନାପାଲି ମହଗାଁ ଠାରେ ଟ୍ରାକ୍ଟର ମୁଣ୍ଡ ଉପରେ ମାଡି ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ

masiha

Leave a Comment

error: Content is protected !!