ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଉପରେ ଗଛ ପଡି ଦୁଇ ଗୁରୁତର

ଚନ୍ଦାହାଣ୍ଡି(ମନି ସ) ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଧୋଡିପାଣି ବିଦ୍ୟାଳୟର ଜୈନେକ ଶିକ୍ଷକ ଆଜି ମଧ୍ୟାହ୍ନ ରେ ନିଜ ପରିବାର ସହ ଚନ୍ଦାହାଣ୍ଡି ରୁ ଧୋଡିପାଣି ଫେରୁଥିବା ସମୟରେ ସେମଲାଗୁଡା- ସିନାପାଲି ରାସ୍ତା ପାଶ୍ୱର୍ରେ ଥିବା ଏକ ବିରାଟ ଗଛ ବାଇକ ଉପରେ ପଡି ଯାଇଥିବାରୁ ବାଇକରେ ଥିବା ଉଭୟ ସ୍ବାମୀ ସ୍ତ୍ରୀ ଗଛ ଡାଳରେ ଚାପି ହୋଇଥିଲେ। ସେହି ରାସ୍ତଦେଇ ଯାଉଥିବା ଲୋକେ ତାଙ୍କୁ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସୂଚନା ରୁ ପ୍ରକାଶ, ଧୋଡିପାଣି ବିଦ୍ୟାଳୟ ର ଶିକ୍ଷକ ମନୋରଞ୍ଜନ କର ତାଙ୍କ ସ୍ତ୍ରୀ ମହେଶ୍ବତା ପଣ୍ଡା ଓ ପୁଅ ଆଦିତ୍ୟ ଚନ୍ଦାହାଣ୍ଡି ରୁ ଧୋଡିପାଣି କୁ ଫେରୁଥିବା ବେଳେ ସିନାପାଲି- ସେମଲାଗୁଡା ରାସ୍ତା ପାର୍ଶ୍ବରେ ଥିବା ଏକ ଗଛ ତାଙ୍କ ବାଇକ ଉପରେ ପଡି ଯାଇଥିବାରୁ ସମସ୍ତେ ଗଛ ଡାଳରେ ଚାପି ହୋଇଥିଲେ। ଶିକ୍ଷକ ମନୋରଞ୍ଜନ କରଙ୍କ ନାକ ଓ ମୁଣ୍ଡରେ ଆଘାତ ଲାଗି ଥିବା ବେଳେ ତାଙ୍କ ପତ୍ନୀ ଙ୍କ ହାତ ଭାଙ୍ଗି ଯାଇ ଥିବା ଜଣାପଡିଛି। ତେବେ ତାଙ୍କର ଶିଶୁ ପୁତ୍ର ଙ୍କୁ କୌଣସି ଆଘାତ ଲାଗି ନଥିଲା। ଡାକ୍ତର ସନ୍ଦିପ ଶତପଥୀ ପ୍ରାଥମିକ ଚିକିତ୍ସା କରିବା ପରେ ଉଭୟଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗଛ ପଡି ରାସ୍ତା ଅବରୋଧ ହୋଇ ଥିବା ରୁ କିଛି ସମୟ ଯାତାୟତ ବନ୍ଦ ରହିଥିଲା।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ମୂର୍ଚ୍ଛନା ସାହିତ୍ୟ ଓ ପାଠାଗାର ର ଶୀତକାଳୀନ ଅଧିବେଶନ ,  ସାଗର ଗର୍ଭ ଉନ୍ମୋଚିତ

masiha

କିନ୍ନର ମାନଂକ ଇଷ୍ଟ ଦେବୀ ପୁଜା ପାଳିତ

Sunil Chandra Nayak

ଜିଲ୍ଲାସ୍ତରୀୟ 76 ତମ ସାଧାରଣତନ୍ତ୍ର ଦିବସ ପାଳିତ

masiha

Leave a Comment

error: Content is protected !!