ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ରେ ବୈଠକ 

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ରେ ବୈଠକ 

ରାଉରକେଲା: ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବୈଠକ ସେକ୍ଟର ୨୦ ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଠାରେ ଅନୁଷ୍ଠିତ ହୋଇଯାଇଛି। ଭଗବତୀ ଜେନାଙ୍କ ଆବାହକତ୍ୱ ଓ ଡ ବିଶ୍ବଜିତ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପ୍ରତିଷ୍ଠାନ ଦ୍ୱାରା ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ଆସନ୍ତା ଡ଼ିସେମ୍ବର ମାସ ୧୨ ତାରିଖ ଦିନ ଏକ କାର୍ଯ୍ୟକାରିଣୀ ବୈଠକ କରାଯିବ ବୋଲି ସ୍ଥିର କରାଯାଇଥିଲା। ଉପସ୍ଥିତ ସଦସ୍ୟ ମାନେ ନିଜ ନିଜର ସୁଚିନ୍ତିତ ମତାମତ ରଖି ଗାନ୍ଧୀ ଚିନ୍ତାଧାରା ଓ ବିଚାର ପ୍ରତି ସମର୍ଥନ ରଖୁଥିବା ନୂତନ ସଦସ୍ୟ ମାନଙ୍କୁ ଗ୍ରହଣ କରିବା,ସେହିପରି କିଛି ଜନହିତକାରୀ କାର୍ଯ୍ୟକ୍ରମ କରାଯିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଏହି ଅବସରରେ ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ ୧୦୯ ତମ ଜୟନ୍ତୀ ସହ ନିକଟରେ ଦିବଙ୍ଗତ ହୋଇଥିବା ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର ଓ ଦୀପକ ସାମନ୍ତରାୟଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପୀତାମ୍ବର ଲେଙ୍କା, ସଂଗ୍ରାମ କେଶରୀ ଭୁୟାଁ,ଡ ସସ୍ମିତା ପ୍ରଧାନ, ମିହିର ପ୍ରତାପ ଦାସ, ଶ୍ରଦ୍ଧା ଷଡ଼ଙ୍ଗୀ, ଦୁର୍ଯୋଧନ ପାଲ,ସୈ।ମ୍ୟ ମହାନ୍ତି, ବିକାଶ ଗୋୟଲ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଆବାହକ ଭଗବତୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାରତ ବନ୍ଦକୁ ସମର୍ଥନ, ଏସଟି ଏସସି ମିଳିତ ମଞ୍ଚ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ମୁମୂର୍ଷୁ ଅବସ୍ଥା ରେ ଥିବା ଇନ୍ଦ୍ରାବତୀ କୁ ପ୍ରାକୃତିକ ଓ କୃତ୍ରିମ ସୌନ୍ଦର୍ଯ୍ୟ ର ମିଶ୍ରଣ ଜୀବ ଦାନ ଦେବ ବହୁମୁଖି ପର୍ଯ୍ୟଟନ କ୍ଷେତ୍ର 

Sunil Chandra Nayak

କୁଲତା ଯୁବ ଶକ୍ତି କଳାହାଣ୍ଡିର ସାଙ୍ଗଠନିକ ବୈଠକ

Sunil Chandra Nayak

Leave a Comment

error: Content is protected !!