ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଲତା ଯୁବ ଶକ୍ତି କଳାହାଣ୍ଡିର ସାଙ୍ଗଠନିକ ବୈଠକ

ନର୍ଲା/ଭବାନୀପାଟଣା (ମନିସ) ଭବାନିପାଟଣା ବ୍ଲକ୍ ଅନ୍ତର୍ଗତ ଭବାନିପୁର ଠାରେ କୁଲତା ଯୁବ ଶକ୍ତି ଓଡିଶା ଶାଖା କଳାହାଣ୍ଡିର ସାଙ୍ଗଠନିକ ବୈଠକ କୁଲତା ଯୁବ ଶକ୍ତି ଓଡିଶାର ସଭାପତି ଉମେଶ ଚନ୍ଦ୍ର ପଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଯୁବକଯୁବତୀମାନେ ଯୋଗ ଦେଇଥିଲେ । ଏହି ବୈଠକରେ କୁଲତା ଯୁବ ଶକ୍ତି କଳାହାଣ୍ଡି ଶାଖାର କମିଟି ଗଠନ , ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ସର୍ବସମ୍ମତ ଭାବରେ କେରୋକୁଡା ଗ୍ରାମର ତେଜରାଜ ସା ଙ୍କୁ କୁଲତା ଯୁବ ଶକ୍ତି କଳାହାଣ୍ଡି ଶାଖାର ଜିଲ୍ଲା ମୁଖ୍ୟ ସଂଯୋଜକ ଭାବରେ ମନୋନୀତ କରାଗଲା । ଏହି ବୈଠକରେ କୁଲତା ଯୁବ ଶକ୍ତି କଳାହାଣ୍ଡି ଶାଖାର ୫୦ ଜଣିଆ ଜିଲ୍ଲା କମିଟି ଗଠନ କରାଯିବା ସହ ବିଭିନ୍ନ ଦାୟିତ୍ବ ଅର୍ପଣ କରାଯାଇଥିଲା । ବୈଠକରେ କୁଲତା ଯୁବ ଶକ୍ତି ଓଡିଶାର ଉପଦେଷ୍ଟା ହରେକୃଷ୍ଣ ଭୋଇ, ଜୋନ୍ ୧ ସଭାପତି ଡୋଲାମଣି ପ୍ରଧାନ,ରାଜ୍ୟ କୃଷି ସଂଯୋଜକ ସନ୍ତୋଷ ପଧାନ ତଥା ଯୁବ ଶକ୍ତି କଳାହାଣ୍ଡି ଜିଲ୍ଲାର ସକ୍ରିୟ ସଦସ୍ୟସଦସ୍ୟାମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କୁଲତା ଯୁବ ଶକ୍ତି ଓଡିଶାର ସାଧାରଣ ସଂପାଦକ ହରିସ୍ ଚନ୍ଦ୍ର ନାଏକ ସଂଯୋଜନା କରିଥିବା ବେଳେ ସୁଜାନପୁର ଓ ଗୋଡଭଟା ଗ୍ରାମର ଯୁବକମାନେ ସହଯୋଗ କରିଥିଲେ ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ମଧୁବାବୁ ପେନସନ ଭତ୍ତା ବାଣ୍ଟିଲେ ଧର୍ମଗଡ ବିଧାୟକ

Sunil Chandra Nayak

ଭଗଵାନ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ରେ ବିଜେପିର ଶ୍ରଦ୍ଧାଞ୍ଜଳି

masiha

ନର୍ଲା ବ୍ଳକ ସେଲୁନ ସଂଘର ମାସିକ ବୈଠକ

masiha

Leave a Comment

error: Content is protected !!