ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଏକାଦଶ ରାଜ୍ୟ ମୁଏଥାଇ (ଥାଇ ବକ୍ସିଂ) ପ୍ରତିଯୋଗିତା 2023, ଉଦଘାଟିତ

ରାୟଗଡା :-14/05/23-ଓଡିଶା ମୁଏଥାଇ (ଥାଇ ବକ୍ସିଂ) ୟୁନିଅନ; (ଯାହାକି ଓଡିଶା ଅଲମ୍ପିକ ଆସୋସିଏସନ ର ଏକ ସ୍ୱୀକୃତିପ୍ରାପ୍ତ ସଂସ୍ଥା) ଆନୁକୂଲ୍ୟ ରେ ଏବଂ ଆର୍ଟସ ଟେମ୍ପଲ- ରାୟଗଡା ଓ ସାଇ ଟ୍ରଷ୍ଟ ର ସହଯୋଗିତାକ୍ରମେ ରାୟଗଡ଼ ଜି.ସି.ଡ଼ି. ହାଇସ୍କୁଲ୍ ପଡ଼ିଆ ଠାରେ ଗତ ମଇ 13 ରିଖରେ ଉଦଘାଟିତ ହୋଇଯାଇଛି l ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ଏକାଦଶ ରାଜ୍ୟସ୍ତରୀୟ ମୁଏଥାଇ ପ୍ରତିଯୋଗିତା 2023କୁ ସ୍ଥାନୀୟ ନଗରପାଳ ମହେଶ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାର ଡାକ୍ତର ଲାଲମୋହନ ରାଉତରାୟ, ଡିପିଏଚ୍ଓ ଡାକ୍ତର ଭି. ଏଲ ଏନ ରାଜୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ଜରୁରୀ କାଳିନ ଅଧିକାରୀ ସୁଶ୍ରୀ ସୂର୍ଯ୍ୟକାନ୍ତି ଭୋଇ, ଆୟୋଜକ କମିଟି ସଭାପତି ତଥା ଡିପିଏମ ଜେ ରାଜେଶ୍ୱର ରାଓ ପଟ୍ଟନାୟକ, ଆୟୋଜକ କମିଟି ତଥା ରାଜ୍ଯ ୟୁନିୟନ୍ ସଂପାଦକ ଡାକ୍ଟର ଜ୍ଞାନ ମହାନ୍ତି ପ୍ରମୁଖ ଯୋଗଦାନ କରି ମୁଆଥାଇ ବକ୍ସିଙ୍ଗ ଚାମ୍ପିୟାନସିପ ପ୍ରତିଯୋଗୀତାର ଉଦେଶ୍ୟ ଓ ଉପଯୋଗୀତା ଉପରେ ଆଲୋକପତ କରିଥିଲେ l

ଏହି ପ୍ରତିଯୋିତାରେ ରାଜ୍ୟର 15 ଗୋଟି ଜିଲ୍ଲାର ପ୍ରତିଯୋଗୀ ମାନେ ଭଗନେଇଛନ୍ତି l ଏହି ପ୍ରତିଯୋଗିତା ମାଧ୍ୟମରେ “ୟୁ.ଏମ.ଏ.ଆଇ. ଜାତୀୟ ମୁଏଥାଇ ଚାମ୍ପିଅନସିପ” ପାଇଁ ରାଜ୍ୟ ପ୍ରତିଯୋଗୀ ଦଳ ଚୟନ କରାଯିବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି। ଏଥିରେ ମୋଟ 8ଟି ବୟସ ବର୍ଗ ରେ ଉଭୟ ମହିଳା ଓ ପୁରୁଷ ଙ୍କ ପାଈଁ ବିଭିନ୍ନ ଓଜନ ବିଭାଗରେ ପ୍ରତିଯୋିତା ଅନୁଷ୍ଠିତ ହେଉଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସର୍ବମୋଟ୍ 120 ସଂଖ୍ୟାରେ ମୁଏଥାଇ ଯୋଦ୍ଧା , ଅଫିସିଆଲ , କୋଚ , ରେଫରି, ମୁଏଥାଏ ଆଲୁମିନି ଏବଂ ବହୁ ମାନ୍ୟଗଣ୍ୟ ଅତିଥି ଅଂଶଗ୍ରହଣ କରିଛନ୍ତି ବୋଲି ଆୟୋଜକ କମିଟି ସଭାପତି ଶ୍ରୀ ଜେ ରାଜେଶ୍ୱର ରାଓ ପଟ୍ଟନାୟକ ଏବଂ ରାଜ୍ୟ ୟୁନିଅନ ତଥା ଆୟୋଜକ କମିଟି ସମ୍ପାଦକ ଡ଼ା. ଜ୍ଞାନରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି।

ଏକାଦଶ ସଂସ୍କରଣକୁ ରାୟଗଡା ରେ ଆୟୋଜନ କରାଯାଉଛି ଯାହାକି ରାୟଗଡା ରେ ଜିଲ୍ଲା ପାଇଁ ପ୍ରଥମ। ଏହା ଦ୍ୱାରା ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ଏ ଖେଳ ଆଦୃତି ଲାଭ କରିପାରିବ ବୋଲି ଆୟୋଜକ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି l ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରୁଥିବା କ୍ରୀଡାବିତ୍ ମାନଙ୍କୁ ଓଡ଼ିଶା ମୁଏଥାଇ ୟୁନୀୟନ ପକ୍ଷରୁ ସମସ୍ତ ସହଜୋଗ ଯୋଗାଇ ଦିଆଯlଉଥିବା ଆୟୋଜକ ପ୍ରକାଶ କରିଛନ୍ତି। ବିଗତ ବର୍ଷ ମାନଙ୍କରେ ଏଥିରୁ ଚୟନ ହୋଇଥିବା ଅନେକ କ୍ରୀଡାବିତ୍ ଜାତୀୟସ୍ତରରେ ବହୁ ସଫଳତା ପାଇଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି l 

             ଏଥିସହିତ ଆଜି ତା14 ମଇ 2023 ରେ ପ୍ରତିଯୋଗୀଙ୍କ ଦ୍ୱାରା ଏକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ରାଲି ସ୍ଥାନୀୟ ଗଜପତି ଛକରୁ ଆୟୋଜନ କରାଯl ଇଥିଲା ଏବଂ ଯାହାଦ୍ଵାରା ଲୋକଙ୍କୁ ଶାରିକିକ ବ୍ୟାୟାମ , ଯୋଗ, ସମର-କଳା ମଧ୍ୟମରେ ଅଣସଂକ୍ରମଣ ରୋଗକୁ କିପରି ଏଡାଯାଇ ପାଇବ ସେଥିନେଇ ସଚେତନ କରାଯlଇଥିଲା l ଏହି ରାଲୀ ଟିକୁ ନଗରପାଳ ମହେଶ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏଚ୍ଓ ଡାକ୍ତର ଭି. ଏଲ ଏନ ରାଜୁ, ଜେ କେ ପେପର ମିଲ୍ ପି.ଆର.ଓ. ମିଲନ କୁମାର୍ ଲେଙ୍କା, ଆୟୋଜକ କମିଟି ତଥା ରାଜ୍ଯ ୟୁନିୟନ୍ ସଂପାଦକ ଡାକ୍ଟର ଜ୍ଞାନ ମହାନ୍ତି, ପ୍ରମିଳା ମହାପାତ୍ର ଫାଷ୍ଟ ଅଫିସର ଏନ.ସି.ସି, ଅଶୋକ କୁମାର୍ ଦାଶ ଶିକ୍ଷକ ଜି ସି ଡ଼ି ଉଚ୍ଚ ବିଦ୍ୟାଳୟ, ସମସ୍ତ ଅଫିସିଆଲ୍, କୋଚ, ଖେଳାଳି ପ୍ରମୁଖ ଯୋଗଦାନ କରିଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

`ଢେଙ୍କାନାଳ ପାଇଁ ସ୍ୱର୍ଣ୍ଣ ଆଣିଲେ କୀର୍ତ୍ତିରାଣୀ`

Sunil Chandra Nayak

ଅମ୍ବାଦଳାରେ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ 

masiha

୧୧ତମ ରାଜ୍ଯ ମୁଏଥାଇ ଚାମ୍ପିଅନସିପ ୨୦୨୩ – ଉଦଯାପିତ

Leave a Comment

error: Content is protected !!