ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭି ଆଇ ପି ଏରିଆ ରୁ ପରିବା ମାର୍କେଟ ସ୍ଥାନାନ୍ତର

ଭି ଆଇ ପି ଏରିଆ ରୁ ପରିବା ମାର୍କେଟ ସ୍ଥାନାନ୍ତର

କାମକ୍ଷାନାଗାର (ମନିସ)17/9/25 —  ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ର ଭି ଆଇ ପି ଏରିଆ ( ଡାକ ବଙ୍ଗଳା ସମ୍ମୁଖ )ରୁ ଏନ୍ ଏ ସି ଅଫିସ ନିକଟକୁ ପରିବା ମାର୍କେଟ ସ୍ଥାନାନ୍ତର ହୋଇଛି । ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଓ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଫିତା କାଟି,ନଡ଼ିଆ ଭାଙ୍ଗି ଦୈନିକ ପରିବା ମାର୍କେଟ କୁ ଉଦଘାଟନ କରିଥିଲେ। ଭି ଆଇ ପି ଏରିଆରେ ଦୀର୍ଘଦିନ ହେଲା ଦୈନିକ ପରିବା ମାର୍କେଟ ବସୁଥିଲା । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଭୁବନ ଉଚ୍ଚ ବିଦ୍ୟାଳୟ ସମେତ ଡାକ ବଙ୍ଗଳା,ତହସିଲଦାର ଙ୍କ ବାସ ଭବନ ସମ୍ମୁଖରେ ପରିବା ହାଟ ବସୁଥିବାରୁ ଏହାକୁ ସ୍ଥାନାନ୍ତର ପାଇଁ ଦାବି ହୋଇ ଆସୁଥିଲା । ଏନ୍ ଏ ସି ତରଫରୁ ରଗଡ଼ି ଛକରେ ପରିବା ମାର୍କେଟ ପାଇଁ ପିଣ୍ଡି ନିର୍ମାଣ କରାଯାଇଥିଲା ବେଳେ ବାରମ୍ବାର ତାଗିଦ ପରେ ଦୂର ବାଟ ପାଇଁ ବ୍ୟବସାୟୀ ମାନେ ସେଠାକୁ ଯାଉ ନଥିଲେ । ଏନ୍ ଏ ସି ଅଫିସ ସମ୍ମୁଖରେ ଏକ ପରିତ୍ୟକ୍ତ ତଥା ଅବ୍ୟବହୃତ ସ୍ଥାନରେ ମୋରମ ବିଛାଇ ପବିତ୍ର ବିଶ୍ଵକର୍ମା ପୂଜାରୁ ଦୈନିକ ପରିବା ମାର୍କେଟ ଆରମ୍ଭ ହୋଇଛି । କୌଣସି ଭିତ୍ତିଭୂମି କିମ୍ବା ସୁବିଧା ନଥାଇ ଏହି ସ୍ଥାନରେ ପରିବା ହାଟ କରାଯାଇ ଥିବାରୁ ଚାଷୀ,ବେପାରୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଖୁବ୍ ଶୀଘ୍ର ପିଣ୍ଡି ନିର୍ମାଣ ସହ ଆଲୋକ ଏବଂ ପାଣି ବ୍ୟବସ୍ଥା କରାଯିବ ବୋଲି ବିଧାୟକ ଶ୍ରୀଯୁକ୍ତ ଜେନା ପ୍ରତିଶ୍ରୁତି ଦେଇଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ରେ ସ୍ୱାଗତ ସମାରୋହ ଆୟୋଜିତ 

Sunil Chandra Nayak

ନୂଆଦିଲ୍ଲୀରେ ଆନ୍ତର୍ଜାତୀୟ ନାଟକ ମହୋତ୍ସବରେ ଓଡିଆ ନାଟକ ଉନ୍ମୋଚିତ

Sunil Chandra Nayak

Irregularities Alleged in LPG Distribution by Jay Shree Balaji Gramin HP Gas Agency in Kolnara Block

Sunil Chandra Nayak

Leave a Comment

error: Content is protected !!